ଆତଙ୍କବାଦୀ କାର୍ଯ୍ୟ କରୁଛି ରୁଷିଆ

କିଭ୍‌, ୬ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୪୧ ଦିନ ପୂରିଥିବାବେଳେ ବୁଚା ଗଣହତ୍ୟାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଥିବା କହି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)କୁ ସମ୍ବୋଧନ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ରେ ବୁଚା ଭଳି ଦୃଶ୍ୟ ଆହୁରି ମିଳିବ। ରୁଷୀୟ ସୈନ୍ୟ ନିଜ ଆନନ୍ଦ ପାଇଁ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି। ସେମାନଙ୍କ ଗୋଡ଼ ହାତ ବାନ୍ଧି ରାସ୍ତାରେ ଗୁଳି କରୁଛନ୍ତି। ଘରେ ପଶି ସମ୍ପୂର୍ଣ୍ଣ ପରିବାରକୁ ମାରିବା ସହ ସେମାନଙ୍କୁ କୂଅରେ ଫିଙ୍ଗି ଦେଉଛନ୍ତି, ଲୋକଙ୍କ ଉପରେ ଟ୍ୟାଙ୍କ ଚଢ଼ାଇ ଦେଉଛନ୍ତି। ରୁଷୀୟ ସୈନ୍ୟଙ୍କ କାମ ଆତଙ୍କବାଦୀ ଗୋଷ୍ଠୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ଠାରୁ କମ୍‌ ନୁହେଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠୁ ବଡ଼ ଯୁଦ୍ଧ ଅପରାଧ। ୟୁକ୍ରେନ୍‌ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ପୁଟିନ୍‌ ନିଜ ଘୃଣା, ହିଂସା ମନୋଭାବ ବିସ୍ତାର କରିବାକୁ ଚାହୁଁଛନ୍ତି। ତେଣୁ ସୁରକ୍ଷା ପରିଷଦ କେତେବେଳେ ସୁରକ୍ଷା ଯୋଗାଇବ ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି। କେଉଁଠି ଶାନ୍ତି ଅଛି। ଜାତିସଂଘ ଦେଇଥିବା ସେହି ଗ୍ୟାରେଣ୍ଟିର କ’ଣ ହେଲା ବୋଲି ସେ ୟୁଏନ୍‌ଏସ୍‌ସିରେ ସମସ୍ତ ସଦସ୍ୟଙ୍କୁ ପଚାରିଛନ୍ତି। ରୁଷୀୟ ସୈନ୍ୟ ୟୁକ୍ରେନ୍‌ର ଅନ୍ୟ ଅଞ୍ଚଳରେ ବୁଚା ଭଳି ନରସଂହାର ସହ ଆହୁରି ଅଧିକ ଲୋମହର୍ଷଣକାରୀ ଘଟଣା ଘଟାଇବାକୁ ଯାଉଛନ୍ତି। ତେଣୁ ରୁଷିଆକୁ ରୋକିବାକୁ ହେବ ବୋଲି ସେ ଆହ୍ବାନ ଦେଇଛନ୍ତି। ସେହିଭଳି ବୁଚା ଦୃଶ୍ୟକୁ କେବେ ଭୁଲିପାରିବେ ନାହିଁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି। ଅନ୍ୟପକ୍ଷରେ ମାରିଉପୋଲରେ ରୁଷିଆ ହତ୍ୟା କରିଥିବା ସାଧାରଣ ନାଗରିକଙ୍କ ମୃତଦେହକୁ ଏକାଠି କରି ୟୁକ୍ରେନ୍‌ ସୈନ୍ୟଙ୍କ ଉପରେ ଦୋଷ ଲଦିବାକୁ ଯୋଜନା କରିଥିବା ଦେଶର ସିକ୍ୟୁରିଟି ସର୍ଭିସ୍‌ ଏସ୍‌ବିୟୁ କହିଛି। ବିଶ୍ୱର ନଜର ନିଜ ଉପରୁ ହଟାଇବା ପାଇଁ ରୁଷିଆ ଏଭଳି ପ୍ଲାନ୍‌ ପ୍ରସ୍ତୁତ କରିଥିବା ଏସ୍‌ବିୟୁ ପକ୍ଷରୁ ଏକ ଟୁଇଟ୍‌ କରାଯାଇଛି।
ପୂର୍ବ ୟୁକ୍ରେନ୍‌କୁ ରୁଷିଆ ଟାର୍ଗେଟ କରିଥିବାବେଳେ ଡୋନ୍‌ବାସ୍‌ ଅଞ୍ଚଳକୁ ଏହା ସମ୍ପୂର୍ଣ୍ଣ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଥିବା ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି। ନାଟୋ ସହଯୋଗୀମାନେ ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ଯୋଗାଇବେ ବୋଲି ସେ ପ୍ରକାଶ କରିଛନ୍ତି। ପୁଟିନ୍‌ ଯୁଦ୍ଧ ଅପରାଧ ଟ୍ରାଏଲର ସମ୍ମୁଖୀନ ହେବା ଉଚିତ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର କହିଥିବାବେଳେ ଏହା ସ୍ବୀକାରଯୋଗ୍ୟ ନୁହେଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଯୁଦ୍ଧରେ ୧୮,୫୦୦ ରୁଷୀୟ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ଆର୍ମଡ ଫୋର୍ସର ଜେନେରାଲ ଷ୍ଟାଫ୍‌ ଏକ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri