ରୁଷିଆର ୟୁକ୍ରେନ୍‌ ଆକ୍ରମଣ: ଗଲାଣି ୮ ଖବରଦାତାଙ୍କ ଜୀବନ

କ୍ୱିଭ୍‌,୩୦।୪: ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରଠୁ ଏଯାଏ ଅନେକ ନିରୀହଙ୍କ ଜୀବନ ଯାଇଛି। ଏପରି କି ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧର ଘନଘଟାକୁ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକ ଓ ଫଟୋଜର୍ନାଲିଷ୍ଟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ରୁଷୀୟ ସୈନ୍ୟଙ୍କ ଗୁଳି, କ୍ଷେପଣାସ୍ତ୍ର ମାଡ଼ରେ ୮ ଖବରଦାତା ଓ ଗଣମାଧ୍ୟମ କର୍ମୀ ନିଜ ଦାୟିତ୍ୱ ତୁଲାଇବାବେଳେ ନିହତ ହୋଇଛନ୍ତି। ଅନେକ ଖବରଦାତା ଏବେ ବି ନିଖୋଜ। ମୃତକଙ୍କ ମଧ୍ୟରେ ଆମେରିକୀୟ ଡକ୍ୟୁମେଣ୍ଟାରିଷ୍ଟ (ବୃତ୍ତଚିତ୍ର ନିର୍ମାତା) ବ୍ରେଣ୍ଟ ରେନାଉଡ୍‌, ୟୁକ୍ରେନୀୟ ଫଟୋଜର୍ନାଲିଷ୍ଟ ମାକ୍ସ ଲେଭିନ୍‌, ଲିଥୁଆନିଆର ଫଟୋଜର୍ନାଲିଷ୍ଟ ମଣ୍ଟାସ୍‌ କେଡାରାଭିସିୟସ୍‌ ପ୍ରମୁଖ ରହିଛନ୍ତି। ରୁଷିଆ ଆକ୍ରମଣର ସଦ୍ୟ ଶିକାର ହୋଇଛନ୍ତି ୟୁକ୍ରେନ୍‌ର ରେଡିଓ ଲିବର୍ଟି ପାଇଁ କାମ କରୁଥିବା ଭିରା ହିରିଚ୍‌। ରାଜଧାନୀ କିଭ୍‌ରେ ଗୁରୁବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସାକ୍ଷାତ୍‌ କରୁଥିବାବେଳେ ରୁଷିଆ ପକ୍ଷରୁ ମାଡ଼ କରାଯାଇଥିବା ରକେଟ ଭିରାଙ୍କ ଘର ଉପରେ ପଡ଼ିଥିଲା।

ଭିରା ହିରିଚ୍‌: ଏପ୍ରିଲ ୨୮ରେ ରେଡିଓ ଲିବର୍ଟି ଜର୍ନାଲିଷ୍ଟ ତଥା ପ୍ରଡ୍ୟୁସର ଭିରା ହିରିଚ୍‌ ରହୁଥିବା କିଭ୍‌ସ୍ଥିତ ନିଜ ଆପାର୍ଟମେଣ୍ଟରେ ଶୋଇବାକୁ ଯାଉଥିବାବେଳେ ରୁଷୀୟ ସନ୍ୟୈ ଆକାଶମାର୍ଗରୁ ରକେଟ୍‌ ମାଡ଼ କରିଥିଲେ। ଏଥିରେ ୨୫ ମହଲା ବିଶିଷ୍ଟ ଉକ୍ତ ଆପାର୍ଟମେଣ୍ଟର ପ୍ରଥମ ଓ ଦ୍ୱିତୀୟ ମହଲା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅନ୍ୟ କେତେକ ମହଲା ମଧ୍ୟ ନିଅଁା ଲାଗି କ୍ଷତିଗ୍ରସ୍ତ ହୋଇଛି। ଭିରାଙ୍କ ଘରର ଭଗ୍ନାବଶେଷ ତଳୁ ଶୁକ୍ରବାର ତାଙ୍କ ମୃତଦେହ ଠାବ କରାଯାଇଛି। ଫଟୋଜର୍ନାଲିଷ୍ଟ ଓଲେକ୍‌ସାଣ୍ଡର ଡେମ୍‌ଚେଙ୍କୋ ଏନେଇ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ରାତିରେ ‘ବିଶ୍ୱାସ’କୁ ହତ୍ୟା କରାଯାଇଛି। ୧୯୬୭ରେ ଜନ୍ମିତ ଭିରା ପୂର୍ବରୁ ୟୁକ୍ରେନ୍‌ର ପ୍ରମୁଖ ଟିଭି ଚ୍ୟାନେଲ ଏକ୍ସପ୍ରେସୋ ପାଇଁ କାମ କରୁଥିଲେ। ସେ ୨୦୧୮ରେ ରେଡିଓ ଲିବର୍ଟିରେ ଯୋଗଦେଇଥିଲେ। ରୁଷିଆର ଏହି ଆକ୍ରମଣକୁ ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିନ୍ଦା କରିବା ସହ ଭିରାଙ୍କ ନିଧନକୁ ନେଇ ଶୋକ ବ୍ୟକ୍ତ କରିଛି।

ମଣ୍ଟାସ୍‌ କେଡାରାଭିସିୟସ୍‌: ଲିଥୁଆନିଆର ବୃତ୍ତଚିତ୍ର ପ୍ରଯୋଜକ ମଣ୍ଟାସ୍‌ ଏପ୍ରିଲ ୨ରେ ମାରିଉପୋଲ ସହର ଛାଡ଼ୁଥିବାବେଳେ ଆକ୍ରମଣରେ ଟଳିପଡ଼ିଥିଲେ। ମୃତ୍ୟୁ ବେଳେ ତାଙ୍କ ହାତରେ ଏକ କ୍ୟାମେରା ରହିଥିଲା। ରୁଷୀୟ ସୈନ୍ୟ ତାଙ୍କୁ ଅପହରଣ କରି ହତ୍ୟା କରିଥିଲେ ଏବଂ ମୃତଦେହକୁ ରାସ୍ତା ଉପରେ ଫିଙ୍ଗିଦେଇଥିଲେ ବୋଲି ୟୁକ୍ରେନ୍‌ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୧୧ରେ ଚେଚନ୍ୟା ଯୁଦ୍ଧ ଉପରେ ଡକ୍ୟୁମେଣ୍ଟାରି ନିର୍ମାଣ କରି ମଣ୍ଟାସ୍‌ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପୁରସ୍କାର ପାଇଥିଲେ।

ମାକ୍ସ ଲେଭିନ୍‌: ମିଡିଆ ଆଉଟ୍‌ଲେଟ୍‌ ଏଲ୍‌ବି.ୟୁଏ ପାଇଁ କାର୍ଯ୍ୟରତ ୟୁକ୍ରେନୀୟ ଫଟୋଜର୍ନାଲିଷ୍ଟ ମାକ୍ସ ଲେଭିନ୍‌ ମାର୍ଚ୍ଚ ୧୩ରେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଏପ୍ରିଲ୍‌ ୧ରେ ତାଙ୍କ ମୃତଦେହ କିଭ୍‌ ନିକଟସ୍ଥ ହୁଟା-ମେଝିହିର୍‌ସ୍କା ଗ୍ରାମରୁ ମିଳିଥିଲା। ମାକ୍ସ ଏକ ପ୍ରେସ୍‌ ଜାକେଟ୍‌ ପିନ୍ଧି ରିପୋର୍ଟିଂ କରୁଥିବାବେଳେ ରୁଷୀୟ ସୈନ୍ୟମାନେ ତାଙ୍କୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ୟୁକ୍ରେନୀୟ ପ୍ରସିକ୍ୟୁଟର ଜେନେରାଲଙ୍କ ଅଫିସ ପକ୍ଷରୁ କୁହାଯାଇଛି। ମାକ୍ସ ଏହା ପୂର୍ବରୁ ବିବିସି, ଆସୋସିଏଟେଡ୍‌ ପ୍ରେସ୍‌ ଭଳି ପ୍ରମୁଖ ଗଣମାଧ୍ୟମ ପାଇଁ କାମ କରିଥିଲେ। ତାଙ୍କ ଡକ୍ୟୁମେଣ୍ଟାରି ପ୍ରୋଜେକ୍ଟଗୁଡ଼ିକ ୟୁକ୍ରେନ୍‌ ଯୁଦ୍ଧ ଉପରେ ପର୍ଯ୍ୟବସିତ ଥିଲା। ତାଙ୍କ ସହ ନିଖୋଜ ହୋଇଯାଇଥିବା ଅନ୍ୟ ଜଣେ ଫଟୋଜର୍ନାଲିଷ୍ଟ ଓଲେକ୍‌ସି ଚେର୍ନିଶୋଭ୍‌ଙ୍କ ପତ୍ତା ଏଯାଏ ମିଳିନାହିଁ।

ଓକ୍‌ସାନା ବଉଲିନା: ରୁଷୀୟ ସାମ୍ବାଦିକା ଓକ୍‌ସାନା ବଉଲିନା ଇନ୍‌ସାଇଡର ଓ୍ବେବ୍‌ସାଇଟ୍‌ ପାଇଁ ଅନୁସନ୍ଧାନମୂଳକ ରିପୋର୍ଟିଂ କରୁଥିଲେ। ମାର୍ଚ୍ଚ ୨୩ରେ ସେ କିଭ୍‌ର ପୋଡିଲ୍‌ସ୍କି ଜିଲାରେ ଖବର ସଂଗ୍ରହ କରୁଥିବାବେଳେ ନିଜ ଦେଶର ସୈନ୍ୟଙ୍କ ରକେଟ ମାଡ଼ରେ ନିହତ ହୋଇଥିଲେ। ଏକ ଶପିଙ୍ଗ୍‌ ସେଣ୍ଟର ଉପରେ ରୁଷୀୟ ସୈନ୍ୟଙ୍କ ଆକ୍ରମଣ ଥିଲା ସେହିଦିନ ତାଙ୍କ ରିପୋର୍ଟିଂର ବିଷୟବସ୍ତୁ। ଏହା ପୂର୍ବରୁ ସେ ଫ୍ୟାଶନ ଏଡିଟର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ଆଲେକ୍ସି ନଭାଲନିଙ୍କ ଦୁର୍ନୀତି ନିରୋଧୀ ସଙ୍ଗଠନରେ ଓକ୍‌ସାନା ୨୦୧୬ରେ ଆକ୍ଟିଭିଷ୍ଟ ଥିଲେ।

ପିଏରେ ଜାକ୍ରଜଓ୍ବେସ୍କି ଏବଂ ଓଲେକ୍‌ସାଣ୍ଡ୍ରା କୁଭ୍‌ଶିନୋଭା:
ଆୟର୍ଲାଣ୍ଡର ଫଟୋଜର୍ନାଲିଷ୍ଟ ପିଏରେ ଏବଂ ୟୁକ୍ରେନ୍‌ର ମହିଳା ଫ୍ରିଲାନ୍ସର ଓଲେକ୍‌ସାଣ୍ଡ୍ରା ଫକ୍ସ ନ୍ୟୁଜ୍‌ରେ କାର୍ଯ୍ୟରତ ଥିଲେ। ମାର୍ଚ୍ଚ ୧୪ରେ ଉଭୟେ ଏକ ଗାଡ଼ିରେ ହୋରେନ୍‌କାକୁ ଯାଉଥିଲେ। ରୁଷିଆର ଆକ୍ରମଣରେ ସେମାନଙ୍କ କାର୍‌ରେ ନିଅଁା ଲାଗିଯାଇଥିଲା। ଉଭୟେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ସହ ଯାଉଥିବା ବ୍ରିଟିଶ୍‌ ଖବରଦାତା ବେଞ୍ଜାମିନ୍‌ ହଲ୍‌ ଆହତ ହୋଇଥିଲେ। ପିଏରେଙ୍କ ଆଫଗାନିସ୍ତାନ ଯୁଦ୍ଧ ଓ ସିରିଆ ଗୃହଯୁଦ୍ଧ ରିପୋର୍ଟିଂ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲା। ନିଜ ମୃତ୍ୟୁର କିଛି ସମୟ ପୂର୍ବରୁ ପିଏରେ କିଭ୍‌ ରାସ୍ତାରେ ଏକ ଶିଶୁକୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ।

ବ୍ରେଣ୍ଟ ରେନାଉଡ୍‌: ଆମେରିକୀୟ ଡକ୍ୟୁମେଣ୍ଟାରିଷ୍ଟ ତଥା ଜଣାଶୁଣା ସାମ୍ବାଦିକ ବ୍ରେଣ୍ଟ ରେନାଉଡ୍‌ ପୂର୍ବରୁ ନ୍ୟୁୟର୍କ ଟାଇମ୍ସରେ ନିୟୋଜିତ ଥିଲେ। ଶରଣାର୍ଥୀ ଓ ପ୍ରତ୍ୟର୍ପିତଙ୍କୁ ନେଇ ତାଙ୍କ ଫିଲ୍ମଗୁଡ଼ିକ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏଥିପାଇଁ ତାଙ୍କୁ ପିବୟ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ମାର୍ଚ୍ଚ ୨୩ରେ ବ୍ରେଣ୍ଟ ୟୁକ୍ରେନ୍‌ର ଇରପିନ୍‌ସ୍ଥିତ ଏକ ଚେକ୍‌ପଏଣ୍ଟ ଦେଇ ଯାଉଥିବାବେଳେ ରୁଷୀୟ ସୈନ୍ୟଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ।

ୟେଭ୍‌ହେନି ସକୁନ୍‌: ରୁଷିଆର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ବେଳେ ଗତ ମାର୍ଚ୍ଚ ୧ରେ ୟୁକ୍ରେନ୍‌ର ଫଟୋଜର୍ନାଲିଷ୍ଟ ୟେଭ୍‌ହେନି ସକୁନ୍‌ଙ୍କ ଜୀବନ ଯାଇଥିଲା। ସକୁନ୍‌ ହେଉଛନ୍ତି ରୁଷୀୟ ସୈନ୍ୟଙ୍କ ରକେଟ୍‌ ମାଡ଼ରେ ପ୍ରାଣ ହରାଇଥିବା ପ୍ରଥମ ‘ଓ୍ବାର୍‌ ଭିକ୍ଟିମ୍‌ ଜର୍ନାଲିଷ୍ଟ’। ସେ ଲାଇଭ୍‌ ଚ୍ୟାନେଲ ପାଇଁ କାମ କରୁଥିଲେ। କିଭ୍‌ ଟିଭି ଟାଓ୍ବାରକୁ ରୁଷୀୟ ସୈନ୍ୟ ଟାର୍ଗେଟ କରି ଉଡ଼ାଇଦେଇଥିବାବେଳେ ସକୁନ୍‌ ଏଥିରୁ ବର୍ତ୍ତିପାରି ନ ଥିଲେ। ଏହାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri