ବିଜୟ ଦିବସ ପରେଡ ଅଭ୍ୟାସରେ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରି ପଶ୍ଚିମ ଦେଶକୁ ଚେତାବନୀ ଦେଲା ରୁଷିଆ

ମସ୍କୋ,୮ ।୫: ଆଉ ମାତ୍ର ଦିନକ ପରେ ରୁଷିଆ ପାଳନ କରିବାକୁ ଯାଉଛି ତା’ର ବିଜୟ ଦିବସ ବା ଭିକ୍ଟ୍ରି ଡେ’ । ଏଥିପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ବିଜୟ ଦିବସ ପରେଡ ଅଭ୍ୟାସ ସମୟରେ ରୁଷିଆ ପଶ୍ଚିମ ଦେଶକୁ କଡା ଚେତାବନୀ ଦେଇଥିବା କୁହାଯାଉଛି । ଶନିବାର ରୁଷିଆ ବିଜୟ ଦିବସ ପରେଡ ଅଭ୍ୟାସ ସମୟରେ ବହୁର୍ଚ୍ଚିତ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରିଛି । ଏହାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପଶ୍ଚିମ ଦେଶକୁ କଡା ଚେତାବନୀ ବୋଲି କୁହାଯାଉଛି । ଗୋଟିଏ ପଟେ ରୁଷିଆରେ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ରୁଷିଆ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ କରି ଚାଲିଛି । ବିଶେଷଜ୍ଞମାନେ କହୁଛନ୍ତି ଆରଏସ-୨୪ ମିଶାଇଲ ଏକାସଙ୍ଗେ ୧୦ ଆୟୁଧ ନେଇ ଯିବାକୁ ସକ୍ଷମ ।
୪୯.୬ ଟନ ଓଜନର ଏହି ଅର୍ନ୍ତମହାଦ୍ୱିପିୟ ଆୟୁଧ ୨୪,୫୦୦ କିଲୋମିଟର ପ୍ରତିଘଣ୍ଟା ଗତିରେ ୧୨,୦୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ । ସୋମବାର ରୁଷିଆ ପାଳନ କରିବାକୁ ଯାଉଥିବା ବିଜୟ ଦିବସ ପାଇଁ ରୁଷିଆର ଉଭୟ ମହିଳା ଓ ପୁରୁଷ ସେନା ରୁଷିଆ ପତାକା ନେଇ କ୍ରିମଲିନରେ ମାର୍ଚ୍ଚ କରିଥିଲେ ।
ଶନିବାର ହୋଇଥିବା ପରେଡର ପୂର୍ବାଭ୍ୟାସରେ ୧୬ ଚକ ବିଶିଷ୍ଟ ଗାଡି ଉପରେ ବାହାରିଥିବା ଥର୍ମୋନ୍ୟୁକ୍ଲିୟର ମିଶାଇଲର ଲୋକେ ସ୍ୱାଗତ କରିଥିଲେ । ଏହାର କ୍ଷମତାକୁ ଦେଖିଲେ ଏହା ଲଣ୍ଡନ ବା ନ୍ୟୁୟର୍କକୁ ଧ୍ୱଂସ କରିବାର କ୍ଷମତା ରଖିଛି । ଏହାସହ ରୁଷିଆ ୮ଟି ମିଗ-୨୯ ଯୁଦ୍ଧ ବିମାନକୁ ଜେଡ ଆକାରରେ ଉଡାଇବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri