ୟୁକ୍ରେନ୍‌ ସରକାର ପତନ ଚାହୁଁନି ରୁଷିଆ

ମସ୍କୋ/କ୍ୱିଭ୍‌, ୧୦ା୩: ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶକୁ ନେଇ ଗଠିତ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସଦସ୍ୟତା ପାଇଁ ୟୁକ୍ରେନ୍‌ର ଇଚ୍ଛା କମିବା ପରେ ରୁଷିଆ ସାମାନ୍ୟ ନରମିଛି। ୨ ସପ୍ତାହ ଧରି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ରୋକିବାରେ ଆମେରିକା ଓ ନାଟୋ ବିଫଳ ହୋଇଥିବାରୁ ଏହି ପୂର୍ବ ୟୁରୋପୀୟ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନାଟୋରେ ସାମିଲ ହେବାକୁ ଚାହୁଁ ନ ଥିବା ଏବଂ ଡୋନ୍‌ବାସ୍‌ ଅଞ୍ଚଳର ଡୋନେସ୍କ ଓ ଲୁହାନ୍‌ସ୍କ ଉପରେ ରୁଷିଆ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଫଳରେ ରୁଷିଆ ମଧ୍ୟ ୟୁକ୍ରେନ୍‌ ସରକାରଙ୍କୁ ହଟାଇବାକୁ କୌଣସି ଯୋଜନା ନାହିଁ ବୋଲି କହିଛି। ମସ୍କୋ ଏବଂ କ୍ୱିଭ୍‌ ପ୍ରତିନିଧିଙ୍କ ମଧ୍ୟରେ ୩ ପର୍ଯ୍ୟାୟ ଆଲୋଚନା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ୟୁକ୍ରେନ୍‌ ସରକାର ଭାଙ୍ଗିବା ପାଇଁ ରୁଷୀୟ ସୈନ୍ୟଙ୍କ କୌଣସି ଯୋଜନା ନ ଥିବା ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଲଢ଼େଇ ରୋକିବା ପାଇଁ ଉଭୟ ପକ୍ଷର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏଥିସହ ମାନବୀୟ କରିଡର ନିର୍ମାଣ ନିମନ୍ତେ ଆଉ ଏକ ବୈଠକ ଆୟୋଜନ କରାଯିବାକୁ ପ୍ରସ୍ତୁତି ଚାଲିଥିବା ସେ ପ୍ରକାଶ କରିଛନ୍ତି।
ନାଟୋ ସଦସ୍ୟତାକୁ ରୁଷିଆର ଆରମ୍ଭରୁ ବିରୋଧ କରିଆସୁଛି। ତେବେ ଏହି ମେଣ୍ଟରେ ସାମିଲ ହେବା ପାଇଁ ୟୁକ୍ରେନ୍‌ ଆଗକୁ ବଢ଼ିବାରେ ଲାଗିବାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଫେବୃୟାରୀ ୨୪ରେ ଏହା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ସୈନ୍ୟ ସହାୟତା, ୟୁକ୍ରେନ୍‌କୁ ନୋ-ଫ୍ଲାଏ ଜୋନ୍‌ ଘୋଷଣା କରିବାକୁ ଜେଲେନ୍‌ସ୍କିଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ସେପରି କିଛି ସହଯୋଗ ମିଳିନାହିଁ। ରୁଷିଆର ଆକ୍ରମଣ ପ୍ରତିବାଦରେ ଆମେରିକା ଏବଂ ୟୁରୋପୀୟ ଦେଶ କେବଳ କଟକଣା ଜାରି କରିବାରେ ଲାଗିଛନ୍ତି। ଫଳରେ ଦିନକୁ ଦିନ ୟୁକ୍ରେନ୍‌ର ସ୍ଥିତି ବିଗିଡ଼ିବାରେ ଲାଗିଛି। ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କକୁ ରୁଷିଆ ସ୍ବାଧୀନ ମାନ୍ୟତା ଦେବା ସହ ଗୋଟିଏ ପରେ ଗୋଟିଏ ସହରକୁ କବ୍‌ଜା କରି ଚାଲିଛି। ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ନାଟୋ ପ୍ରସ୍ତୁତ ନ ଥିବା ଏସବୁରୁ ବୁଝାପଡ଼ୁଛି ବୋଲି ଜେଲେନ୍‌ସ୍କି ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି। କାହା ଆଗରେ ଆଣ୍ଠେଇ ୟୁକ୍ରେନ୍‌ ସାହାଯ୍ୟ ମାଗିବାକୁ ଚାହୁଁନି କିମ୍ବା ସେ ନିଜେ ଏଭଳି ବ୍ୟକ୍ତିତ୍ୱ ଥିବା ରାଷ୍ଟ୍ରପତି ହେବାକୁ ଇଚ୍ଛା କରୁ ନ ଥିବା ଜେଲେନ୍‌ସ୍କି କହିଛନ୍ତି।

ଆମ କଟକଣା ବେଶି ବାଧିବ

 

ରୁଷିଆ ଉପରେ ଅଧିକ କଟକଣା ଲଗାଇ ଏହାର ଅର୍ଥନୀତି ଉପରେ ପ୍ରଭାବ ପକାଇବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶ ଯୋଜନା କରିବାରେ ଲାଗିଥିବାବେଳେ ବୁଧବାର ମସ୍କୋ ୟୁରୋପୀୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ରୁଷିଆ ଉପରେ ଲାଗିଥିବା କଟକଣାର ଜବାବ ଦେବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏହା ୟୁରୋପୀୟ ଦେଶକୁ ବେଶି ବାଧିବ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି। ୧୯୯୧ରେ ସୋଭିଏଟ ସଂଘ ଭାଙ୍ଗିବା ପରଠାରୁ ରୁଷିଆର ଅର୍ଥବ୍ୟବସ୍ଥା ଏବେ ସବୁଠୁ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ରୁଷିଆ ଏବେ ସର୍ବାଧିକ ବାସନ୍ଦ ଦେଶ ପାଲଟିଛି। ସୋସାଇଟି ଫର୍‌ ଓ୍ବାଲର୍‌ଡ ଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ (ସ୍ବିଫ୍ଟ)ରୁ ରୁଷିଆର ପ୍ରମୁଖ ବ୍ୟାଙ୍କ ବାଦ ପଡ଼ିବା, ଜର୍ମାନୀ ନର୍ଡ ଷ୍ଟ୍ରିମ୍‌-୧ ପାଇପ୍‌ଲାଇନ ପ୍ରୋଜେକ୍ଟ ବାତିଲ କରିବା, ଆମେରିକା ରୁଷିଆରୁ ତୈଳ ଓ ଗ୍ୟାସ୍‌ ଆମଦାନୀ ବନ୍ଦ କରିବା, ବିଭିନ୍ନ ବୈଶ୍ୱିକ କମ୍ପାନୀ ରୁଷିଆରେ ସେବା ବାତିଲ ସହ ଅନେକ କଟକଣା ଲାଗୁ ହେବା ପରେ ଏବେ ମସ୍କୋ ପ୍ରତିକ୍ରିୟାଶୀଳ ହୋଇ ଏପରି ଚେତାବନୀ ଦେଇଛି।
କହିବା ଅନୁସାରେ, ୟୁରୋପ ପ୍ରତିବର୍ଷ ପ୍ରାୟ ୫୦୦ ମିଲିୟନ ଟନ୍‌ ତୈଳ ଆବଶ୍ୟକ କରିଥାଏ। ସେଥିରୁ କେବଳ ରୁଷିଆ ଏହାର ୩୦ ପ୍ରତିଶତ ବା ୧୫୦ ମିଲିୟନ ଟନ୍‌ ତୈଳ ଏବଂ ପ୍ରାୟ ୮୦ ମିଲିୟନ ଟନ୍‌ ପେଟ୍ରୋକେମିକାଲ ୟୁରୋପକୁ ଯୋଗାଇଥାଏ। ତେଣୁ ରୁଷିଆ ୟୁରୋପକୁ ତୈଳ ଓ ଗ୍ୟାସ୍‌ ଯୋଗାଣ ଉପରେ କଟକଣା ଲଗାଇଲେ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ।

ଚେର୍ନୋବିଲ୍‌ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ସହ ଆଇଏଇଏର ଯୋଗାଯୋଗ ବିଚ୍ଛିନ୍ନ

ୟୁକ୍ରେନ୍‌ର ଚେର୍ନୋବିଲ୍‌ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌କୁ ରୁଷୀୟ ସୈନ୍ୟ କବ୍‌ଜା କରି ନେଇଥିବାବେଳେ ଏବେ ସେଠାରୁ କୌଣସି ଡାଟା ପ୍ରେରଣ କରାଯାଉ ନ ଥିବା ଜାତିସଂଘର ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) କହିଛି। ଫଳରେ ସେଠାରେ ରୁଷିଆ ସୈନ୍ୟଙ୍କ ଅଧୀନରେ କାମ କରୁଥିବା ପ୍ରାୟ ୨୧୦ ୟୁକ୍ରେନ୍‌ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଆଇଏଇଏ ଚିନ୍ତା ବ୍ୟକ୍ତ କରିଛି। ଚେର୍ନୋବିଲ୍‌ ସାଇଟ୍‌ ଏବେ କାର୍ଯ୍ୟକ୍ଷମ ନାହିଁ। ଏହି କେନ୍ଦ୍ରରେ ନିଷ୍କ୍ରିୟ ରିଆକ୍ଟର ସହ ରେଡିଓଆକ୍ଟିଭ୍‌ ବର୍ଜ୍ୟ ପରିଚାଳନା ପ୍ରକଳ୍ପ ରହିଛି। ଚେର୍ନୋବିଲ୍‌ ଏନ୍‌ପିପିରେ ସ୍ଥାପିତ ମନିଟରିଂ ସିଷ୍ଟମରୁ ଡାଟା ଟ୍ରାନ୍ସମିଶନ ବନ୍ଦ ହୋଇଯାଇଥିବା ଆଇଏଇଏ ମହାନିର୍ଦ୍ଦେଶକ ରାଫେଲ ଗ୍ରୋସି କହିଛନ୍ତି। ଏହା ବେଶ୍‌ ଚିନ୍ତାଜନକ। ଘଟଣା ଉପରେ ନଜର ରଖାଯାଇଛି ଏବଂ ଖୁବଶୀଘ୍ର ଏ ବାବଦରେ ଅପ୍‌ଡେଟ୍‌ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

‘ମୋ ପିଲାକୁ କିଏ ଫେରାଇବ’

‘ସପ୍ତାହେରୁ ଊର୍ଦ୍ଧ୍ୱ ହେଲା ନାତିର ସ୍ବର ଶୁଣିନି। ଶେଷ ଥର ଫୋନ୍‌ କଲ୍‌ରେ ସେ ବେଲାରୁଷ-ୟୁକ୍ରେନ୍‌ ସୀମାରେ ଥିବା କହିଥିଲା। ଖୁବ୍‌ଶୀଘ୍ର ଘରକୁ ଫେରିବ ବୋଲି ଆଶ୍ୱାସନା ଦେଇଥିଲା। ଏହା ପରଠାରୁ ତାର ଆଉ ଖୋଜଖବର ନାହିଁ। ମିଲିଟାରୀ ୟୁନିଟ୍‌କୁ ଫୋନ୍‌ କଲେ କହୁଛନ୍ତି, ପୁଅ ରୁଷିଆରୁ କେଉଁଆଡେ ଯାଇନି। ରୁଷୀୟ ସୈନ୍ୟଙ୍କୁ କେଉଁଠିକୁ ପଠାଯାଇଛି ତାହାର ତଥ୍ୟ କାହା ପାଖରେ ନାହିଁ। ମୋ କଥାର କେହି ଉତ୍ତର ଦେଉନାହାନ୍ତି ଯେ ମୋ ପିଲା କେଉଁଠି, ତାକୁ କିଏ ଫେରାଇ ଆଣିବ’। ଏହା ହେଉଛି ରୁଷିଆର ଜଣେ ମହିଳାଙ୍କ ଆର୍ତ୍ତନାଦ, ଯାହାଙ୍କ ନାତି ୟୁକ୍ରେନ୍‌ରେ ଲଢ଼ିବା ପାଇଁ ଯିବା ପରଠାରୁ ଆଉ ପରିବାର ସହ ଯୋଗାଯୋଗ କରିନାହାନ୍ତି। ରୁଷିଆରେ ୧୮ରୁ ୨୭ ବର୍ଷ ବୟସ ବର୍ଗର ସମସ୍ତ ପୁରୁଷଙ୍କ ନିମନ୍ତେ ଏକ ନିୟମ ରହିଛି। ଏହି ସମୟରେ ସେମାନେ ପାଠପଢ଼ା, କୌଣସି ପିଲାଙ୍କ ଯତ୍ନ ନେବା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ। ଏଥିସହ ବର୍ଷକ ପାଇଁ ସେମାନଙ୍କୁ ସେନାରେ ଚୁକ୍ତିଭିତ୍ତିକ କାର୍ଯ୍ୟ କରିବାକୁ ପଡ଼ିବ। ଉକ୍ତ ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ନାତି ସେନାରେ କାମ କରିବାର ମାତ୍ର କିଛି ଦିନପରେ ମିଲିଟାରୀ ଅଧିକାରୀ ତାଙ୍କ ନିକଟକୁ ଆସି ତାଙ୍କୁ ଠିକା ସୈନିକ ଭାବେ ରଖିବା ଏବଂ ଏ ବାବଦରେ ଦରମା ଦେବାକୁ କହିଥିଲେ। ହେଲେ ଏବେ ତାଙ୍କର କୌଣସି ଖୋଜଖବର ନାହିଁ। ଏହା କେବଳ ଜଣଙ୍କ କାହାଣୀ ନୁହେଁ ଏପରି ଅନେକ ରୁଷୀୟ ସୈନ୍ୟଙ୍କ କୌଣସି ପତ୍ତା ନ ଥିବା କିମ୍ବା ସେମାନଙ୍କ ସହ ପରିବାର ଯୋଗାଯୋଗ କରିପାରୁ ନ ଥିବା ଜଣାଯାଇଛି। ୟୁକ୍ରେନ୍‌ ସହ ଲଢ଼େଇରେ ରୁଷିଆର ୧୨ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କ ଜୀବନ ଯାଇଥିବା କ୍ୱିଭ୍‌ ଦାବି କରିଛି। ତେବେ ରୁଷିଆର ୪୯୮ ସୈନ୍ୟ ନିହତ ହୋଇଥିବା ଗତ ୩ ତାରିଖରେ ମସ୍କୋ ସ୍ବୀକାର କରିଛି।

ରୁଷିଆର ସ୍ବସ୍ତିକ ‘ଜେଡ୍‌’

ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଥିବା ଯୁଦ୍ଧବାହନଗୁଡ଼ିକରେ ଇଂଲିଶ ବର୍ଣ୍ଣ ‘ଜେଡ୍‌’ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେତେଜଣ ରୁଷୀୟ ‘ଜେଡ୍‌’ ଲେଖାଥିବା ଟି-ସର୍ଟ ପିନ୍ଧୁଥିବାବେଳେ ଅନେକେ ସେମାନଙ୍କ ବ୍ୟବହାର୍ଯ୍ୟ ସାମଗ୍ରୀରେ ଏହି ଚିହ୍ନ ଲଗାଉଥିବା ଦେଖିବାକୁ ମିଳିଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ସମର୍ଥନ କରି ସେମାନେ ଜେଡ୍‌ ଚିହ୍ନର ବ୍ୟବହାର କରୁଥିବା କୁହାଯାଉଛି। ରୁଷିଆ ବର୍ଣ୍ଣମାଳାରେ ଜେଡ୍‌ ନ ଥିବାବେଳେ ଏହାକୁ ବିଭିନ୍ନ ମିଲିଟାରୀ ଗାଡ଼ିରେ ଚିହ୍ନିତ କରାଯାଇଛି। କେହି ଜେଡ୍‌ ଫର୍‌ ଜା ପୋବେଡି (ବିଜୟ ପାଇଁ) ପାଇଁ ଏହାକୁ ବ୍ୟବହାର କରାଯାଉଥିବା କହୁଥିବାବେଳେ କେହି ଜେଡ୍‌ର ଫର୍‌ ଜାପଡ(ପାଶ୍ଚାତ୍ୟ) କହୁଛନ୍ତି। ସିରିଆ ଗୃହ ଯୁଦ୍ଧ ବେଳେ ମଧ୍ୟ ରୁଷୀୟ ଟ୍ୟାଙ୍କ୍‌ରେ ‘ଜେଡ୍‌’କୁ ଚିହ୍ନଟ କରାଯାଇଥିଲା। ସୂଚନାଯୋଗ୍ୟ, ବିଂଶ ଶତାବ୍ଦୀରେ ଜର୍ମାନୀର ନାଜି ପାର୍ଟି ‘ସ୍ବସ୍ତିକ’କୁ ନିଜର ଚିହ୍ନ ଭାବେ ଦର୍ଶାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri