ୟୁକ୍ରେନକୁ ଆକ୍ରମଣ କରିପାରେ ରୁଷିଆ; ଆମେରିକା ଦେଲା ଘାତକ ସହାୟତା

କ୍ୱିଭ୍‌, ୨୩ା୧: ୟୁକ୍ରେନ୍‌ ଉପରେ ରୁଷିଆ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକର ଗୋଇନ୍ଦା ସଂସ୍ଥା ବାରମ୍ବାର ଚେତାଇ ଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ସମାନ ଆଶଙ୍କା କରୁଥିବା ବୁଧବାର ଏକ ନ୍ୟୁଜ୍‌ କନଫରେନ୍ସରେ କହିଥିଲେ। ଏହି ଅନୁମାନ କରିବାର ମାତ୍ର ଦିନକ ପରେ ଆମେରିକା ୟୁକ୍ରେନ୍‌କୁ ପ୍ରଥମ ପର୍ଯ୍ୟାୟରେ ଘାତକ ସାମରିକ ସହାୟତା ପ୍ରଦାନ କରିଛି। ଶୁକ୍ରବାର ରାତିରେ ଆମେରିକା ତରଫରୁ ପ୍ରାୟ ୨ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ପହଞ୍ଚିଛି। ଏ ନେଇ କ୍ୱିଭ୍‌ରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ ପ୍ରାୟ ୯୦ ଟନ୍‌ର ଘାତକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ରହିଛି। ୟୁକ୍ରେନ୍‌ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ ସହ ୟୁକ୍ରେନ୍‌କୁ ଚାରିପଟୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏହାର ଜବାବରେ ଆମେରିକା ନିଜ ବନ୍ଧୁ ରାଷ୍ଟ୍ରକୁ ସାମରିକ ସହାୟତା ପ୍ରଦାନ ଆରମ୍ଭ କରିଛି। ଏହି ଅସ୍ତ୍ରଶସ୍ତ୍ର ସମେତ ୨୦୧୪ରୁ ୟୁକ୍ରେନ୍‌କୁ ପ୍ରାୟ ୨.୭ ବିଲିୟନ ଡଲାର ସହାୟତା ଯୋଗାଯାଇଛି। ରୁଷିଆ ଆକ୍ରମଣରୁ ୟୁକ୍ରେନ୍‌କୁ ରକ୍ଷା କରିବା ସହ ଏହାର ପ୍ରତିରକ୍ଷା ବ୍ୟବସ୍ଥା ମଜଭୁତ କରିବା ନିମନ୍ତେ ଆମେରିକାର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ବୋଲି ଦୂତାବାସରୁ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। ଏଥିଯୋଗୁ ଦୁଇ ମହାଶକ୍ତି ମୁହଁାମୁହିଁ ହେବାର ଆଶଙ୍କା ଆହୁରି ଘନେଇଛି।
ସପ୍ତାହରେ ୟୁକ୍ରେନ ପ୍ରତି ରୁଷିଆର ଆକ୍ରମଣାତ୍ମକ ମନୋଭାବ ବୃଦ୍ଧି ପାଇବାପରେ ଆମେରିକା କ୍ରେମେଲିନର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି। ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ବାରମ୍ବାର ଚେତାବନୀ ଦେଇଆସୁଛି। ଯୁଦ୍ଧ ସ୍ଥିତି ଏଡ଼ାଇବାକୁ ଆମେରିକା ଏବଂ ରୁଷିଆ ମଧ୍ୟରେ ଏକାଧିକ ଥର ବୈଠକ ଆୟୋଜିତ ହୋଇଛି। କିନ୍ତୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ପରେ ଏବେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଓ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍‌ରୋଭଙ୍କ ମଧ୍ୟରେ ଆଲୋଚନା ଏକ ପ୍ରକର ବିଫଳ ହୋଇଛି। ଏହା ପରେ ଆମେରିକା ୟୁକ୍ରେନ୍‌କୁ ସହାୟତା ପଠାଇବା ଆରମ୍ଭ କରିଛି। ଗତ ଡିସେମ୍ବରରେ ବାଇଡେନ୍‌ ୟୁକ୍ରେନ୍‌କୁ ପ୍ରତିରକ୍ଷା ସହାୟତା ପ୍ରଦାନ ବାବଦ ୨ କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ଦେଇଥିଲେ। ଯଦି ୟୁକ୍ରେନ୍‌ ପ୍ରତି ଆକ୍ରମଣ ମନୋଭାବ ନାହିଁ ବୋଲି ରୁଷିଆ ସାରା ବିଶ୍ୱକୁ ଭରସା ଦେଇପାରିବ ତେବେ ଆଗକୁ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ବ୍ଲିଙ୍କେନ୍‌ ଶୁକ୍ରବାର କହିଛନ୍ତି। ଏଥିସହ ୟୁକ୍ରେନ୍‌ର ସାର୍ବଭୌମତ୍ୱ ରକ୍ଷା ପାଇଁ ଆମେରିକା ଆଗକୁ ମଧ୍ୟ ଏହାକୁ ପ୍ରତିରକ୍ଷା ସହାୟତା ଯୋଗାଇଦେବ ବୋଲି କ୍ୱିଭ୍‌ ଦୂତାବାସ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ସହାୟତା ପାଇବା ପରେ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସୋଭିଏଟ୍‌ ସଂଘଠାରୁ ଅଲଗା ହୋଇଥିଲେ ବି ୟୁକ୍ରେନ୍‌ ଉପରେ ନିଜର ଆଧିପତ୍ୟ ଚାହୁଁଛି ରୁଷିଆ। ୟୁକ୍ରେନ୍‌ ନାଟୋରେ ସାମିଲ ହେବାକୁ ଚାହୁଁଥିବାରୁ ରୁଷିଆ ଏହାର ବିରୋଧ କରୁଛି। ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ନାଟୋରେ ସାମିଲ କରାଇବା ନିମନ୍ତେ ଉଦ୍ୟମ କରୁଛନ୍ତି। ଏହାକୁ ବିରୋଧ କରି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣର ଯୋଜନା କରିଛି। ସୂଚନାଯୋଗ୍ୟ, ଶୀତଳ ଯୁଦ୍ଧବେଳେ ରୁଷିଆ ବିରୋଧରେ ବିଭିନ୍ନ ଦେଶଗୁଡ଼ିକୁ ଏକାଠି କରି ଆମେରିକା ନାଟୋ ଗଠନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ପ୍ରଭାବିତ ହେଉଛି ଏଚ୍‌ଆଇଭି ଚିକିତ୍ସା

ଓ୍ବାଶିଂଟନ,୭।୭: ସାରା ବିଶ୍ୱରେ ୨୦୧୯ ଶେଷ ବେଳକୁ ପାଖାପାଖି ୩ କୋଟି ୮୦ ଲକ୍ଷ ଲୋକ ଏଚ୍‌ଆଇଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) ଦ୍ୱାରା ସଂକ୍ରମିତ ହୋଇଥିଲେ। ସୋମବାର...

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା...

କାବୁଲରେ ନବରାତ୍ରୀ ପାଳନ

କାବୁଲ,୧୩ ।୧୦: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ଏଠାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିବା କଥା ସାରା ବିଶ୍ୱକୁ ଜଣା ।...

ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ

ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ...

ସିଙ୍ଗଲ୍‌ ଡୋଜ ଟିକାକୁ ମିଳିଲା ଅନୁମତି

ମସ୍କୋ, ୬ା୫ : ରୁଷିଆର ସ୍ବାସ୍ଥ୍ୟ ଅଧିକାରୀ ସ୍ପୁଟନିକ-ଭି କରୋନା ଭାଇରସ ଟିକାର ସିଙ୍ଗଲ୍‌ ଡୋଜ ଭର୍ସନକୁ ଗୁରୁବାର ଅନୁମତି ଦେଇଛନ୍ତି। ଟିକା ପ୍ରସ୍ତୁତିରେ ଖର୍ଚ୍ଚ...

ଶ୍ରୀଲଙ୍କା ଫେରିଲେ ଗୋଟାବାୟା

କଲମ୍ବୋ,୩ା୯: ଦୁଇମାସ ପୂର୍ବେ ଥାଇଲାଣ୍ଡ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ଶୁକ୍ରବାର ରାତିରେ ସ୍ବଦେଶ ଫେରିଛନ୍ତି। ତାଙ୍କୁ କଲମ୍ବୋ ବିମାନବନ୍ଦରରେ ଦଳୀୟ ନେତାମାନେ...

ସେଲ୍ଫ ଆଇସୋଲେଶନରେ ରହି ସମସ୍ତଙ୍କୁ ଘରେ ରହିବାକୁ କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରାୟ ୩୦ ମିଲିୟନ...

ଏସିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ପତ୍ନୀ ଅକ୍ଷତା ମୂର୍ତ୍ତି

ଲଣ୍ଡନ,୨୫ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସହଧର୍ମିଣୀ ଅକ୍ଷରା ମୂର୍ତ୍ତି ବ୍ରିଟେନରେ ‘ଏସିଆର ଧନୀ ବ୍ୟକ୍ତଙ୍କ ତାଲିକା ୨୦୨୨’ରେ ସାମିଲ ହୋଇଛନ୍ତି...

Advertisement
Archives

Model This Week