ୟୁକ୍ରେନକୁ ଆକ୍ରମଣ କରିପାରେ ରୁଷିଆ; ଆମେରିକା ଦେଲା ଘାତକ ସହାୟତା

କ୍ୱିଭ୍‌, ୨୩ା୧: ୟୁକ୍ରେନ୍‌ ଉପରେ ରୁଷିଆ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକର ଗୋଇନ୍ଦା ସଂସ୍ଥା ବାରମ୍ବାର ଚେତାଇ ଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ସମାନ ଆଶଙ୍କା କରୁଥିବା ବୁଧବାର ଏକ ନ୍ୟୁଜ୍‌ କନଫରେନ୍ସରେ କହିଥିଲେ। ଏହି ଅନୁମାନ କରିବାର ମାତ୍ର ଦିନକ ପରେ ଆମେରିକା ୟୁକ୍ରେନ୍‌କୁ ପ୍ରଥମ ପର୍ଯ୍ୟାୟରେ ଘାତକ ସାମରିକ ସହାୟତା ପ୍ରଦାନ କରିଛି। ଶୁକ୍ରବାର ରାତିରେ ଆମେରିକା ତରଫରୁ ପ୍ରାୟ ୨ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ପହଞ୍ଚିଛି। ଏ ନେଇ କ୍ୱିଭ୍‌ରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ ପ୍ରାୟ ୯୦ ଟନ୍‌ର ଘାତକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ରହିଛି। ୟୁକ୍ରେନ୍‌ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ ସହ ୟୁକ୍ରେନ୍‌କୁ ଚାରିପଟୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏହାର ଜବାବରେ ଆମେରିକା ନିଜ ବନ୍ଧୁ ରାଷ୍ଟ୍ରକୁ ସାମରିକ ସହାୟତା ପ୍ରଦାନ ଆରମ୍ଭ କରିଛି। ଏହି ଅସ୍ତ୍ରଶସ୍ତ୍ର ସମେତ ୨୦୧୪ରୁ ୟୁକ୍ରେନ୍‌କୁ ପ୍ରାୟ ୨.୭ ବିଲିୟନ ଡଲାର ସହାୟତା ଯୋଗାଯାଇଛି। ରୁଷିଆ ଆକ୍ରମଣରୁ ୟୁକ୍ରେନ୍‌କୁ ରକ୍ଷା କରିବା ସହ ଏହାର ପ୍ରତିରକ୍ଷା ବ୍ୟବସ୍ଥା ମଜଭୁତ କରିବା ନିମନ୍ତେ ଆମେରିକାର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ବୋଲି ଦୂତାବାସରୁ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। ଏଥିଯୋଗୁ ଦୁଇ ମହାଶକ୍ତି ମୁହଁାମୁହିଁ ହେବାର ଆଶଙ୍କା ଆହୁରି ଘନେଇଛି।
ସପ୍ତାହରେ ୟୁକ୍ରେନ ପ୍ରତି ରୁଷିଆର ଆକ୍ରମଣାତ୍ମକ ମନୋଭାବ ବୃଦ୍ଧି ପାଇବାପରେ ଆମେରିକା କ୍ରେମେଲିନର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି। ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ବାରମ୍ବାର ଚେତାବନୀ ଦେଇଆସୁଛି। ଯୁଦ୍ଧ ସ୍ଥିତି ଏଡ଼ାଇବାକୁ ଆମେରିକା ଏବଂ ରୁଷିଆ ମଧ୍ୟରେ ଏକାଧିକ ଥର ବୈଠକ ଆୟୋଜିତ ହୋଇଛି। କିନ୍ତୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ପରେ ଏବେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଓ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍‌ରୋଭଙ୍କ ମଧ୍ୟରେ ଆଲୋଚନା ଏକ ପ୍ରକର ବିଫଳ ହୋଇଛି। ଏହା ପରେ ଆମେରିକା ୟୁକ୍ରେନ୍‌କୁ ସହାୟତା ପଠାଇବା ଆରମ୍ଭ କରିଛି। ଗତ ଡିସେମ୍ବରରେ ବାଇଡେନ୍‌ ୟୁକ୍ରେନ୍‌କୁ ପ୍ରତିରକ୍ଷା ସହାୟତା ପ୍ରଦାନ ବାବଦ ୨ କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ଦେଇଥିଲେ। ଯଦି ୟୁକ୍ରେନ୍‌ ପ୍ରତି ଆକ୍ରମଣ ମନୋଭାବ ନାହିଁ ବୋଲି ରୁଷିଆ ସାରା ବିଶ୍ୱକୁ ଭରସା ଦେଇପାରିବ ତେବେ ଆଗକୁ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ବ୍ଲିଙ୍କେନ୍‌ ଶୁକ୍ରବାର କହିଛନ୍ତି। ଏଥିସହ ୟୁକ୍ରେନ୍‌ର ସାର୍ବଭୌମତ୍ୱ ରକ୍ଷା ପାଇଁ ଆମେରିକା ଆଗକୁ ମଧ୍ୟ ଏହାକୁ ପ୍ରତିରକ୍ଷା ସହାୟତା ଯୋଗାଇଦେବ ବୋଲି କ୍ୱିଭ୍‌ ଦୂତାବାସ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ସହାୟତା ପାଇବା ପରେ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସୋଭିଏଟ୍‌ ସଂଘଠାରୁ ଅଲଗା ହୋଇଥିଲେ ବି ୟୁକ୍ରେନ୍‌ ଉପରେ ନିଜର ଆଧିପତ୍ୟ ଚାହୁଁଛି ରୁଷିଆ। ୟୁକ୍ରେନ୍‌ ନାଟୋରେ ସାମିଲ ହେବାକୁ ଚାହୁଁଥିବାରୁ ରୁଷିଆ ଏହାର ବିରୋଧ କରୁଛି। ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ନାଟୋରେ ସାମିଲ କରାଇବା ନିମନ୍ତେ ଉଦ୍ୟମ କରୁଛନ୍ତି। ଏହାକୁ ବିରୋଧ କରି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣର ଯୋଜନା କରିଛି। ସୂଚନାଯୋଗ୍ୟ, ଶୀତଳ ଯୁଦ୍ଧବେଳେ ରୁଷିଆ ବିରୋଧରେ ବିଭିନ୍ନ ଦେଶଗୁଡ଼ିକୁ ଏକାଠି କରି ଆମେରିକା ନାଟୋ ଗଠନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri