ଜାପାନକୁ ଘେରିଲେ ରୁଷିଆ-ଚାଇନା, ୨୦ ଯୁଦ୍ଧପୋତ ସାମିଲ…

ଟୋକିଓ, ୨୧।୬ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଚାଇନା ଜାପାନକୁ ଘେରିବା ଆରମ୍ଭ କରିଛନ୍ତି। ରୁଷିଆ ଏବଂ ଚାଇନାର ୨୦ଟି ଯୁଦ୍ଧପୋତ ଜାପାନ ଏବଂ ଏହାର ଦ୍ୱୀପପୁଞ୍ଜର ସାମୁଦ୍ରିକ ଅଞ୍ଚଳରେ ବୁଲୁଛି। ଜାପାନର ସେନା ଏସବୁ ଯୁଦ୍ଧପୋତ ଉପରେ ନଜର ରଖିଛି । ଗତ ୪ ଦିନ ମଧ୍ୟରେ ଏହି ଅଞ୍ଚଳରେ ୪ ଟି ଚାଇନା ଯୁଦ୍ଧପୋତ ଏବଂ ୧୬ ଟି ରୁଷିଆ ଯୁଦ୍ଧପୋତ ପଇଁତରା ମାରୁଛି। ଏହି ଯୁଦ୍ଧପୋତଗୁଡ଼ିକ ପ୍ରଶାନ୍ତ ମହାସାଗରରେ ହନସୁ ଦ୍ୱୀପର ଦକ୍ଷିଣରୁ ପଶ୍ଚିମକୁ ଯାଉଛି।

ଜାପାନର ସୈନ୍ୟବାହିନୀ ପ୍ରଥମେ ଜୁନ ୧୨-୧୩ ରେ ପୂର୍ବ ଚାଇନା ସାଗରରେ ଯୁଦ୍ଧପୋତଗୁଡ଼ିକୁ ଚିହ୍ନଟ କରିଥିଲେ । ସେମାନଙ୍କ ସହିତ ଏକ ଇଲେକ୍ଟ୍ରୋନିକ ଗୁପ୍ତଚର ନୀରିକ୍ଷଣ ଯୁଦ୍ଧପୋତ ମଧ୍ୟ ସାମିଲ ରହିଥିଲା।ଦୁଇଟି ଚାଇନା ଯୁଦ୍ଧପୋତ ଉତ୍ତର ଦିଗକୁ ଯାଇ ସୋୟା ଷ୍ଟ୍ରାଇଟ ଦେଇ ପ୍ରଶାନ୍ତ ମହାସାଗର ମୁହାଁ ହୋଇଥିଲା। ସୋୟା ଷ୍ଟ୍ରେଟ ଜାପାନର ମୁଖ୍ୟ ହକ୍କାଇଡୋ ଦ୍ୱୀପକୁ ସାଖାଲିନ ଦ୍ୱୀପରୁ ଉତ୍ତରକୁ ପୃଥକ କରିଥାଏ। ସେହି ସମୟରେ, ଚକୋଟସ୍‌ ସାଗରରେ ଗୁପ୍ତଚର ଏବଂ ଇନ୍ଧନ ଯୋଗାଣ କରୁଥିବା ଏକ ଯୁଦ୍ଧପୋତ ପ୍ରଶାନ୍ତ ମହାସାଗର ଦେଇ ଗତି କରିଥିଲା।

ଜାପାନର ସୈନ୍ୟ ବିଭାଗ କହିଛି ଯେ ଫିଲିପାଇନ୍ସ ସାଗରରୁ ୫ ଟି ରୁଷିଆ ଯୁଦ୍ଧପୋତ ପୂର୍ବ ଚାଇନା ସାଗରରେ ପ୍ରବେଶ କରିଛି। ରୁଷିଆର ଯୁଦ୍ଧପୋତଗୁଡ଼ିକ ଜାପାନର ଓକିନାୱା ଏବଂ ମିୟାକୋଜିମା ଦ୍ୱୀପପୁଞ୍ଜ ଦେଇ ଗତି କରିଛି। ରୁଷିଆର ଯୁଦ୍ଧପୋତରେ ବିନାଶକାରୀ ଆଡମିରାଲ ପାଣ୍ଟେଲିଭ ପ୍ରୋଜେକ୍ଟ ୧୧୫୫ ଉଦାଲୋଇ ଶ୍ରେଣୀର ମାର୍ଶଲ କାରିଲୋଭ, କ୍ଷେପଣାସ୍ତ୍ର ସୂଚନା ପ୍ରଦାନକାରୀ ଉପକରଣ ଏବଂ ଅନ୍ୟ ତିନୋଟି ଯୁଦ୍ଧପୋତ ଅନ୍ତର୍ଭୁକ୍ତ ଥିଲା। ମାର୍ଶଲ କାରିଲୋଭକୁ ପ୍ରଶାନ୍ତ ମହାସାଗରର କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ଭାବରେ ସ୍ଥାନିତ କରାଯାଇଛି। ଗତ ବର୍ଷ ଆମେରିକାର ହାୱାଇ ଦ୍ୱୀପପୁଞ୍ଜ ନିକଟରେ ଏହି ଯୁଦ୍ଧପୋତ ମଧ୍ୟ ଦେଖାଯାଇଥିଲା।

ଏହା ବ୍ୟତୀତ ଅନ୍ୟ ୧୧ ଟି ରୁଷିଆ ଯୁଦ୍ଧପୋତ ଜାପାନ ନିକଟ ସମୁଦ୍ର ଅଞ୍ଚଳରେ ପାଟ୍ରୋଲିଂ କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ ଚୀନ ଏବଂ ରୁଷିଆର ଯୁଦ୍ଧପୋତ ଏକତ୍ର ପାଟ୍ରୋଲିଂ କରିବାର ସଙ୍କେତ ଦେଇ ନାହାନ୍ତି। ତଥାପି ଉଭୟ ଦେଶ ଜାପାନକୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଇୱାନ ଏବଂ କିଛି ଦ୍ୱୀପପୁଞ୍ଜକୁ ନେଇ ଚାଇନା ଏବଂ ଜାପାନ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ସହିତ, କୁରିଏଲ ଦ୍ୱୀପପୁଞ୍ଜକୁ ନେଇ ରୁଷିଆ ଏବଂ ଜାପାନ ମଧ୍ୟରେ ତିକ୍ତତା ଦେଖାଦେଇଛି। ଆମେରିକାର ଜାପାନରେ ନୌସେନା ବେସ ଅଛି ଏବଂ ଚାଇନା ଦ୍ୱାରା ଆକ୍ରମଣ କରାଗଲେ ଏହା ପ୍ରଥମ ଆକ୍ରମଣର ଶିକାର ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ପଞ୍ଜାବ ଭୋଟର ଲିଷ୍ଟରୁ କଟିଲା ରାଘବ ଚଢାଙ୍କ ନାଁ! ବଡ଼ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩।୯: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କ ନାଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଥିବା ଅଭିଯୋଗ ହୋଇଛି। ନିଜେ…

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri