ଫେସ୍‌ବୁକ୍‌, ଟୁଇଟର ପରେ ଇନ୍‌ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍‌ବୁକ୍‌ ଓ ଟୁଇଟରରେ ପରେ ଏବେ ରୁଷିଆ ଇନ୍‌ଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ବ୍ଲକ କରିଦେଇଥିବା ଜଣାପଡ଼ିଛି। ରୁଷିଆରେ ଇଣ୍ଟରନେଟ ୟୁଜର୍ସମାନେ ବର୍ତ୍ତମାନ ଫଟୋ ଶେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମକୁ ଆଉ ଆକ୍ସେସ୍‌ କରିପାରିବେ ନାହିଁ। ରୁଷୀୟ ସୈନ୍ୟଙ୍କ ପ୍ରତି ହିଂସା ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଉଛି ବୋଲି ରୁଷିଆ ଅଭିଯୋଗ କରିଛି। ରୁଷିଆର ସାଧାରଣ ନାଗରିକ ଏବଂ ସୈନ୍ୟଙ୍କ ଉପରେ ଏହି ପ୍ଲାଟଫର୍ମ ଦ୍ୱାରା ହିଂସା ବୃଦ୍ଧି ହେଉଥିବାରୁ ଇନ୍‌ଷ୍ଟାଗ୍ରାମର ଜାତୀୟ ଆକ୍ସେସ୍‌କୁ ବନ୍ଦ କରିଦିଆଯାଇଛି ବୋଲି କମ୍ୟୁନିକେସନ ଓ ମିଡିଆ ରେଗୁଲେଟର ରସକୋମନାଡଜୋର କହିଛନ୍ତି। ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଇନ୍‌ଷ୍ଟାଗ୍ରାମର ଆଡମ ମୋସେରି। ସେ ଟୁଇଟ କରି ଲେଖିଛନ୍ତି, ଏହା ରୁଷିଆର ଭୁଲ ପଦକ୍ଷେପ। ଏହାଦ୍ୱାରା ୮କୋଟି ରୁଷୀୟଙ୍କ ପରସ୍ପର ସହ ଏବଂ ବିଶ୍ୱରୁ ସମ୍ପର୍କ ଛିନ୍ନ ହୋଇଯିବ। କାରଣ ରୁଷର ୮୦ ପ୍ରତିଶତ ରୁଷୀୟ ଦେଶର ବାହାରେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଫଲୋ କରିଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri