ବାଟବଣା ରୁର୍ବାନ ମିଶନ

ଯାଜପୁର ଅଫିସ,୧୭ା୧: ଦୀର୍ଘ ସ୍ଥାୟୀ ସୁରକ୍ଷିତ ଜୀବିକା, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି, ମୁଣ୍ଡପିଛା ଆୟ ବୃଦ୍ଧି ଇତ୍ୟାଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମୂଳ ଲକ୍ଷ୍ୟ। ତାହା ପୂରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ହୋଇଆସୁଛି। କିନ୍ତୁ ଅଧିକାଂଶ ଯୋଜନା ଗ୍ରାମାଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକେ ସୁଫଳ ପାଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ହେଉଛି ସରକାରୀ ଅଧିକାରୀଙ୍କ ଅନାଗ୍ରହ, ଠିକାଦାରି ରାଜନୀତି, ନିଷ୍କ୍ରିୟ ଲୋକ ପ୍ରତିନିଧି ଏବଂ ଦୁର୍ନୀତି। ଏଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ (ଏସ୍‌ପିଏମ୍‌ଆର୍‌ଏମ୍‌)କୁ ଉଦାହରଣ ଭାବେ ନିଆଯାଇପାରେ। ୫ ବର୍ଷ ମଧ୍ୟରେ ରାଜ୍ୟର ୧୪ ଜିଲାର ୬୩ ପଞ୍ଚାୟତରେ ଏହି ଯୋଜନା ପାଇଁ ୩୦୦ କୋଟି ଟଙ୍କା ଅନୁମୋଦିତ ହୋଇଛି। ସେଥିରୁ ୧୫୩ କୋଟି ଟଙ୍କା ମିଳିଥିବାବେଳେ ଖର୍ଚ୍ଚ ହୋଇଛି ୧୮.୪ କୋଟି ଟଙ୍କା। ଶତ ପ୍ରତିଶତ ଖର୍ଚ୍ଚ ହୋଇ ନ ଥିବା କାରଣରୁ ଅନୁମୋଦିତ ବଳକା ଟଙ୍କା ମିଳୁନାହିଁ। ଗତ ବିଧାନସଭାରେ ଏକ ପ୍ରଶ୍ନୋତ୍ତରରୁ ଏହି ତଥ୍ୟ ଜଣାପଡ଼ିଛି। ଏଥିରୁ ରୁର୍ବାନ ମିଶନ ବାଟବଣା ହେବା ସହ ଗ୍ରାମାଞ୍ଚଳରେ କେତେ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।

ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରଙ୍କ ଜୀବନ ଧାରଣ ମାନରେ ବୃଦ୍ଧି କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆବାସ ଯୋଜନା, ରାସ୍ତାଘାଟ ନିର୍ମାଣ, ଗାଁ ପୋଖରୀ ଖନନ, ସରକାରୀ ଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଆଦି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ହାରାହାରି ଗ୍ରାମ ପିଛା ୫୦ ଲକ୍ଷରୁ ସର୍ବାଧିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ବ୍ୟୟ ହେଉଛି। ତେବେ ଏହିସବୁ ଯୋଜନାରେ ଯେଉଁ ପ୍ରକାର ଦୁର୍ନୀତି ହେଉଛି, ତାହା କାହାରି ପାଖରେ ଅଛପା ହୋଇ ରହିନାହିଁ। ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ, ସାମାଜିକ ବିକାଶ ଓ କୃଷି ଭିତ୍ତିକ ଉନ୍ନତି ସହିତ ସର୍ବାଙ୍ଗୀନ ଉନ୍ନତୀକରଣ ପାଇଁ ଏସ୍‌ପିଏମ୍‌ଆର୍‌ଏମ୍‌ରେ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାରେ କଟକ ଜିଲାର ତାଳବସ୍ତ ରୁର୍ବାନ କ୍ଲଷ୍ଟର ପାଇଁ ମଞ୍ଜୁର ୧୮ କୋଟି ଟଙ୍କାରୁ ୧୭.୯ କୋଟି ଟଙ୍କା, ଝାରସୁଗୁଡା ଜିଲାର ସାମସିଂଘା କ୍ଲଷ୍ଟରେ ମଞ୍ଜୁର ୧୮ କୋଟିରୁ ୧୫.୨୫ କୋଟି ଟଙ୍କା, ଖୋର୍ଦ୍ଧା ଜିଲାର ରାଣୀପଡ଼ା କ୍ଲଷ୍ଟରରେ ୧୮ କୋଟିରୁ ୧୪.୬ କୋଟି ଟଙ୍କା, କଳାହାଣ୍ଡି ଜିଲାର ଉତ୍‌କେଲା କ୍ଲଷ୍ଟରରେ ମଞ୍ଜୁର ୯ କୋଟିରୁ ୮.୬୫ କୋଟି, ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା କ୍ଲଷ୍ଟରରେ ୯ କୋଟିରୁ ୮.୯୨ କୋଟି, ବରଗଡ ଜିଲା ଦହିତା କ୍ଲଷ୍ଟରରେ ୧୮ କୋଟିରୁ ୧୦.୨ କୋଟି, ଗଞ୍ଜାମ ଜିଲାର କେଶପୁର କ୍ଲଷ୍ଟରରେ ୯ କୋଟିରୁ ୫.୮ କୋଟି, ବଲାଙ୍ଗୀର ଜିଲା ଶିବତଲା କ୍ଲଷ୍ଟରରେ ୪.୫ କୋଟିରୁ ୪.୫ କୋଟି, କନ୍ଧମାଳ ଜିଲାର କୋଟଗଡ଼ କ୍ଲଷ୍ଟରରେ ୯ କୋଟିରୁ ୬.୭୫ କୋଟି, ନବରଙ୍ଗପୁର ଜିଲାର ମୁରତମା କ୍ଲଷ୍ଟରରେ ୯ କୋଟିରୁ ୪.୫ କୋଟି, ବାଲେଶ୍ୱର ଜିଲା ରାଇବଣିଆ କ୍ଲଷ୍ଟରରେ ୧୩.୫ କୋଟିରୁ ୧୦.୨ କୋଟି, ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା କ୍ଲଷ୍ଟରରେ ୬.୭୫ କୋଟିରୁ ୪.୩୭ କୋଟି, ରାୟଗଡ଼ା ଜିଲା ପୁଟାସିଙ୍ଗ କ୍ଲଷ୍ଟରରେ ୬.୭୫ କୋଟିରୁ ୩.୫୧ କୋଟି ଏବଂ କୋରାପୁଟ ଜିଲା ମରିଚପାଳ କ୍ଲଷ୍ଟରରେ ମଞ୍ଜୁର ୪.୫ କୋଟିରୁ ୩.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପରେ ମଞ୍ଜୁର ଆବଶ୍ୟକ ଅର୍ଥ ଖର୍ଚ୍ଚ ହୋଇପାରି ନଥିବାରୁ ଅନୁମୋଦିତ ଅର୍ଥର ପ୍ରାୟ ୫୦ ପ୍ରତିଶତ ପରବର୍ତ୍ତୀ କିସ୍ତି ପ୍ରଦାନ ହୋଇ ନ ଥିବା ଜଣାପଡ଼ିଛି।
ଯାଜପୁର ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରାଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଜିଲାରେ ରୁର୍ବାନ ମିଶନ କାର୍ଯ୍ୟକାରୀ ହୋଇନାହିଁ। ଆଦର୍ଶ ଗ୍ରାମ ଯୋଜନାରେ ବିକାଶ କାର୍ଯ୍ୟକ୍ରମ ଚାଲିଛି।

ରୁର୍ବାନ ମିଶନ କ’ଣ

ଭାରତ ଜନସଂଖ୍ୟାର ପ୍ରାୟ ୬୮% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଗାଁଗୁଡ଼ିକ ପ୍ରାୟତଃ ପାଖାପାଖି ରହିଛି ଏବଂ ସେହି ଗାଁଗୁଡ଼ିକର ବାସିନ୍ଦା ପରସ୍ପର ସହ ବିଭିନ୍ନ ଆବଶ୍ୟକତାକୁ ନେଇ ଯୋଡ଼ି ହୋଇରହୁଛନ୍ତି। ଗ୍ରାମାଞ୍ଚଳ ଜୀବନୀର ମୌଳିକତାକୁ ସଂରକ୍ଷଣ ରଖି ଗାଁଗୁଡ଼ିକରେ ସହରାଞ୍ଚଳ ଭଳି ସୁବିଧା ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୬ ଫେବୃୟାରୀରୁ ପ୍ରଣୀତ ହୋଇଛି ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ (ଏସ୍‌ପିଏମ୍‌ଆର୍‌ଏମ୍‌)। ଗାଁଗୁଡ଼ିକର ସମୂହ ତଥା କ୍ଲଷ୍ଟର ସୃଷ୍ଟି କରି ସ୍ଥାନୀୟ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ମୌଳିକ ସେବାରେ ଉନ୍ନତି ଆଣିବା ହେଉଛି ଏହି ମିଶନର ଲକ୍ଷ୍ୟ, ଯଦ୍ଦ୍ବାରା ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଏବଂ ବେକାରି ହ୍ରାସ ହୋଇପାରିବ। ଅନ୍ୟ ଅର୍ଥରେ କହିଲେ ‘ଆତ୍ମା ଗାଁର, ସୁବିଧା ସହରର’। ଏହି ଉଦ୍ଦେଶ୍ୟରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ରିର୍ବାନ ମିଶନ।


Enter your email to get our daily news in your inbox.

All Right Reserved By Dharitri.Com

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?