କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ

ଡେରାବିଶ, ୩ା୬(ସ୍ବ.ପ୍ର.): ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଡେରାବିଶରେ ପାନୀୟ ଜଳ ସମସ୍ୟା ଏବେବି ଲାଗି ରହିଛି। କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ସହ ବିଭାଗୀୟ ଅପାରଗତା ପାଇଁ ବ୍ଳକ ଅଞ୍ଚଳର କେତେଗୋଟି ଗ୍ରାମବାସୀ ପାଣି ପାଇଁ ଆଉଟ ପାଉଟ ହେବାରେ ଲାଗିଛନ୍ତି।
ବ୍ଲକ ଅଧୀନ ଇନ୍ଦାଳୋ ପଞ୍ଚାୟତରେ ଏମ୍‌ପିଙ୍କ କଲ୍ୟାଣ ପାଣ୍ଠିରେ ନିର୍ମିତ ହୋଇଥିବା ଓଭରହେଡ୍‌ ଟାଙ୍କି ଅଚଳ ହୋଇ ପଡିଛି। ଏହା ପାଖରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପମ୍ପ ହାଉସ୍‌ ନିର୍ମାଣ କରାଯାଇ ସ୍ଥାନୀୟ ଅଞ୍ଚଳକୁ ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିଲା। ମାତ୍ର ପମ୍ପ ହାଉସ୍‌ଠାରୁ ୧୦୦ ମିଟର ଦୂରରେ ଥିବା ଗ୍ରାମଗୁଡ଼ିକରେ ବର୍ଷାଧିକ କାଳ ପାଇପରେ ପାଣି ନ ଆସିବା ଭଳି ସମସ୍ୟା ଉତ୍କଟ ହୋଇଥିଲା। ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ପକ୍ଷରୁ କେନ୍ଦ୍ରାପଡ଼ାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଯାଏ ବାରମ୍ବାର ଆପତ୍ତି କରିଥିଲେ ମଧ୍ୟ ଫଳ ଶୂନ। ଏବେବି ଗ୍ରାମ ଭିତରେ ଥିବା ଅଗଭୀର ନଳକୂପରୁ ଆଇରନ ଯୁକ୍ତ ପାଣି ଲୋକ ବ୍ୟବହାର କରୁଛନ୍ତି। ସେହିପରି ଚାଟରାଚକଡ଼ା ପଞ୍ଚାୟତ ସ୍ଥିତ ଛତାଠାରେ ଥିବା ରାଜ୍ୟର ପ୍ରଥମ ସୌର ଚାଳିତ ପମ୍ପ ହାଉସ୍‌ ଦୀର୍ଘବର୍ଷ ହେବ ଅଚଳ ହୋଇପଡ଼ିଛି। ଏହି ପମ୍ପ ହାଉସ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ସମ୍ପୃକ୍ତ ପମ୍ପାୟତର ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଇବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହାର ସୁଫଳ ପାଇବାରୁ ସ୍ଥାନୀୟ ଅଞ୍ଚଳବାସୀ ବଞ୍ଚତ୍ତ ହୋଇଛନ୍ତି। ଏ ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଭୁଦତ୍ତ ଦାସଙ୍କୁ ପଚାରିବାରେ ସୌର ଚାଳିତ ମଟର ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା କହି ଚୁପ୍‌ ହୋଇ ବସିଛନ୍ତି। ଏହି ପମ୍ପ ହାଉସ୍‌ରୁ ସ୍ଥାନୀୟ ୪ଟି ଗ୍ରାମ ଚାଟରା ଚକଡ଼ା, ଚାଟରା ଶାସନ, ଗୋପାଳଜୀଉ ପାଟଣା ଓ ହାପିମେଳକ ପ୍ରଭୃତି ଗ୍ରାମକୁ ପାନୀୟ ଜଳ ଯୋଗାଇବାରେ ବିଭାଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଠାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ଦୀର୍ଘମାସ ହେବ ପାଇପ୍‌ ବିଛାଇବା କାର୍ଯ୍ୟ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ପକାଇ ରଖିଛି। ପାଇପ୍‌ ଯାଇଥିବା ରାସ୍ତାଟି ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଥିବାରୁ ଏହାକୁ ଢାଲ କରି ବିଭାଗୀୟ ଯନ୍ତ୍ରୀ ରାସ୍ତା କାମ ସରିଲେ ଏହି କାର୍ଯ୍ୟ କରାଯିବ ବୋଲି କହି ଭେଟୁଥିବା ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିବା ଅଞ୍ଚଳବାସୀ କହିଛନ୍ତି। ତେବେ ଏ ବିଷୟରେ ଚାଟରାଚକଡ଼ା ସରପଞ୍ଚ ମମତା ରାଉତ ପଞ୍ଚାୟତ ସମିତି ବୈଠକଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେ କହିଛନ୍ତି। ସେହିପରି ଗୋଲରାହାଟ ପଞ୍ଚାୟତରେ ବିଛାଯାଇଥିବା ପାଇପ୍‌ ଲାଇନ୍‌ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ସାଧାରଣ ଲୋକଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ସେହିପରି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗି ରହିଛି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?