କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ

ଡେରାବିଶ, ୩ା୬(ସ୍ବ.ପ୍ର.): ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଡେରାବିଶରେ ପାନୀୟ ଜଳ ସମସ୍ୟା ଏବେବି ଲାଗି ରହିଛି। କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ସହ ବିଭାଗୀୟ ଅପାରଗତା ପାଇଁ ବ୍ଳକ ଅଞ୍ଚଳର କେତେଗୋଟି ଗ୍ରାମବାସୀ ପାଣି ପାଇଁ ଆଉଟ ପାଉଟ ହେବାରେ ଲାଗିଛନ୍ତି।
ବ୍ଲକ ଅଧୀନ ଇନ୍ଦାଳୋ ପଞ୍ଚାୟତରେ ଏମ୍‌ପିଙ୍କ କଲ୍ୟାଣ ପାଣ୍ଠିରେ ନିର୍ମିତ ହୋଇଥିବା ଓଭରହେଡ୍‌ ଟାଙ୍କି ଅଚଳ ହୋଇ ପଡିଛି। ଏହା ପାଖରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପମ୍ପ ହାଉସ୍‌ ନିର୍ମାଣ କରାଯାଇ ସ୍ଥାନୀୟ ଅଞ୍ଚଳକୁ ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିଲା। ମାତ୍ର ପମ୍ପ ହାଉସ୍‌ଠାରୁ ୧୦୦ ମିଟର ଦୂରରେ ଥିବା ଗ୍ରାମଗୁଡ଼ିକରେ ବର୍ଷାଧିକ କାଳ ପାଇପରେ ପାଣି ନ ଆସିବା ଭଳି ସମସ୍ୟା ଉତ୍କଟ ହୋଇଥିଲା। ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ପକ୍ଷରୁ କେନ୍ଦ୍ରାପଡ଼ାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଯାଏ ବାରମ୍ବାର ଆପତ୍ତି କରିଥିଲେ ମଧ୍ୟ ଫଳ ଶୂନ। ଏବେବି ଗ୍ରାମ ଭିତରେ ଥିବା ଅଗଭୀର ନଳକୂପରୁ ଆଇରନ ଯୁକ୍ତ ପାଣି ଲୋକ ବ୍ୟବହାର କରୁଛନ୍ତି। ସେହିପରି ଚାଟରାଚକଡ଼ା ପଞ୍ଚାୟତ ସ୍ଥିତ ଛତାଠାରେ ଥିବା ରାଜ୍ୟର ପ୍ରଥମ ସୌର ଚାଳିତ ପମ୍ପ ହାଉସ୍‌ ଦୀର୍ଘବର୍ଷ ହେବ ଅଚଳ ହୋଇପଡ଼ିଛି। ଏହି ପମ୍ପ ହାଉସ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ସମ୍ପୃକ୍ତ ପମ୍ପାୟତର ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଇବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହାର ସୁଫଳ ପାଇବାରୁ ସ୍ଥାନୀୟ ଅଞ୍ଚଳବାସୀ ବଞ୍ଚତ୍ତ ହୋଇଛନ୍ତି। ଏ ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଭୁଦତ୍ତ ଦାସଙ୍କୁ ପଚାରିବାରେ ସୌର ଚାଳିତ ମଟର ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା କହି ଚୁପ୍‌ ହୋଇ ବସିଛନ୍ତି। ଏହି ପମ୍ପ ହାଉସ୍‌ରୁ ସ୍ଥାନୀୟ ୪ଟି ଗ୍ରାମ ଚାଟରା ଚକଡ଼ା, ଚାଟରା ଶାସନ, ଗୋପାଳଜୀଉ ପାଟଣା ଓ ହାପିମେଳକ ପ୍ରଭୃତି ଗ୍ରାମକୁ ପାନୀୟ ଜଳ ଯୋଗାଇବାରେ ବିଭାଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଠାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ଦୀର୍ଘମାସ ହେବ ପାଇପ୍‌ ବିଛାଇବା କାର୍ଯ୍ୟ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ପକାଇ ରଖିଛି। ପାଇପ୍‌ ଯାଇଥିବା ରାସ୍ତାଟି ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଥିବାରୁ ଏହାକୁ ଢାଲ କରି ବିଭାଗୀୟ ଯନ୍ତ୍ରୀ ରାସ୍ତା କାମ ସରିଲେ ଏହି କାର୍ଯ୍ୟ କରାଯିବ ବୋଲି କହି ଭେଟୁଥିବା ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିବା ଅଞ୍ଚଳବାସୀ କହିଛନ୍ତି। ତେବେ ଏ ବିଷୟରେ ଚାଟରାଚକଡ଼ା ସରପଞ୍ଚ ମମତା ରାଉତ ପଞ୍ଚାୟତ ସମିତି ବୈଠକଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେ କହିଛନ୍ତି। ସେହିପରି ଗୋଲରାହାଟ ପଞ୍ଚାୟତରେ ବିଛାଯାଇଥିବା ପାଇପ୍‌ ଲାଇନ୍‌ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ସାଧାରଣ ଲୋକଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ସେହିପରି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗି ରହିଛି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri