ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଗଁାର ରୁପଧର ନାଗ (୩୨)। ସୂଚନା ଅନୁଯାୟୀ ରୂପଧର ନାଗ ଅନ୍ୟ କେତେଜଣ ଶ୍ରମିକଙ୍କ ସହ କାମ ଅନ୍ବେଷଣରେ ଅଗଷ୍ଟ ୨୪ରେ ଘରୁ ବାହାରି ମହାରାଷ୍ଟ୍ରର ପୁଣେକୁ ଯାଇଥିଲେ। ୨୭ରେ ପହଞ୍ଚତ୍ବା ପରେ ସେଠାରେ ଏକ ଗୃହ ନିର୍ମାଣ କମ୍ପାନୀକୁ ଯାଇ କାମ କରିବା ପାଇଁ କଥାବାର୍ତ୍ତା ହୋଇଥିଲେ। ଏପରି ସମୟରେ ହଠାତ୍‌ ରୂପଧର ଅସୁସ୍ଥ ଅନୁଭବ କରି ସ୍ଥାନୀୟ ହସ୍ପିଟାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଖାଉଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ୩୦ରେ ପୁଣି ହସ୍ପିଟାଲ ଯାଇ ରକ୍ତ ପରୀକ୍ଷା କରାଇଥିଲେ। ରକ୍ତ ପରୀକ୍ଷାରେ ଡାକ୍ତର ଡେଙ୍ଗୁ ମ୍ୟାଲେରିଆ ହୋଇଛି ବୋଲି ସାଥୀ ଶ୍ରମିକମାନଙ୍କୁ ଜଣାଇଥିଲେ। ସେଠାରୁ ଇଞ୍ଜେକ୍ସନ ଓ ଔଷଧ ନେଇ ପୁଣି ରହିବା ସ୍ଥଳକୁ ଚାଲିଆସିଲେ। ୩୧ରେ ବହୁତ ଅସୁସ୍ଥ ହୋଇ ଶୋଇ ପଡିଥିଲେ। ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ନ ଉଠିବାରୁ ସାଥୀ ଶ୍ରମିକମାନେ ତାଙ୍କୁ ଉଠାଇଥିଲେ ମଧ୍ୟ ନ ଉଠିବାରୁ ମଙ୍ଗଳବାର ସକାଳେ ପୁଣି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ା ଖବର ପାଇ ପୁଣେ ପୋଲିସ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସାଥୀ ଶ୍ରମିକମାନଙ୍କୁ ହସ୍ତାନ୍ତର କରିଛି। ସାଥୀ ଶ୍ରମିକ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗଁାକୁ ଆଣୁଛନ୍ତି। ବୁଧବାର ଗଁାରେ ମୃତଦେହ ପହଞ୍ଚତ୍ବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ସେ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଘରେ ସ୍ତ୍ରୀ ସହ ୪ ବର୍ଷର ଏକ ଶିଶୁପୁତ୍ର ବେସାହାରା ହୋଇଯାଇଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା ଶିଶୁପୁତ୍ରର ସମସ୍ତ ଖର୍ଚ୍ଚ ବହନ କରିବା ସହ ଏକ ଆବାସିକ ବିଦ୍ୟାଳୟରେ ପାଠ ପଢାଇବା ଲାଗି ଜିଲା ପ୍ରଶାସନଠାରେ ଜିଲା ଶ୍ରମିକ ମହାସଂଘ ସହ ଆବାହକ ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri