‘ରୁପାବାଲି ଖେଳପଡ଼ିଆ ହେବ ମିନିଷ୍ଟାଡିୟମ୍‌’

ବାଲେଶ୍ୱର ଅଫିସ/ରେମୁଣା, ୧୯।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲାକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ରେମୁଣା ବ୍ଲକ ବରୁଣସିଂ ଗ୍ରାମପଞ୍ଚାୟତର ରୁପାବାଲି ପଞ୍ଚାୟତସ୍ତରୀୟ ଖେଳପଡ଼ିଆ ଉନ୍ନତିକରଣର ଶିଳାନ୍ୟାସ କରିଛନ୍ତି।
ବିଧାୟକ ସୁଧାଂଶୁ ଶେଖର ପରିଡ଼ା ସଭା ପରିଚାଳନା କରିଥିଲେ। ମନ୍ତ୍ରୀ ବେହେରା ଏହି ପଡ଼ିଆର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ୪୦ଲକ୍ଷ ଟଙ୍କା ଅନୁମୋଦନ କରିଛି। ଜିଲା ତଥା ରେମୁଣା ବ୍ଲକର ଯୁବକମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ ଦେଖି ଖୁସି ଲାଗୁଛି। ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କ ଉନ୍ନତି ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି। ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଅନେକ ଉନ୍ନତି କରିଛି। ଆଜି ବିଶ୍ୱକ୍ରୀଡ଼ା ମାନଚିତ୍ରରେ ସମଗ୍ର ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ବ୍ୟାପକ ହେବ ବୋଲି ମନ୍ତ୍ରୀ ବେହେରା କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଏହି ଖେଳ ପଡ଼ିଆର ଉନ୍ନତି ପାଇଁ ନିଜ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଏହି କ୍ରୀଡ଼ା ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ପଡ଼ିଆକୁ ବୁଲି ଦେଖିଥିଲେ। ଉତ୍ସବରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ତହସିଲଦାର ସିତାଂଶୁ ଶେଖର ଦାସ, ନୀଳଗିରିରୋଡ କ୍ଲବ ସଭାପତି ରାଜେନ୍ଦ୍ର ପ୍ରସାଦ ମହାଳିକ, ସିମନ ଦାସମହାପାତ୍ର, ବିନାଶିଷ ଜେନା, ରବୀନ୍ଦ୍ର କୁମାର ମହାକୁଡ଼, ସମାଜସେବୀ ଶାନ୍ତା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସେହିପରି ୫ଟିରେ ରୂପାନ୍ତରିତ ହୋଇଥିବା ବରୁଣସିଂସ୍ଥିତ ନୀଳଗିରି ରୋଡ୍‌ ନୋଡ଼ାଲ ହାଇସ୍କୁଲକୁ ମନ୍ତ୍ରୀ, ବିଧାୟକ ପରିଦର୍ଶନ କରି ଶୁଭାରମ୍ଭ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ରେମୁଣା ବିଡିଓ ଛବିରାଣୀ ମହାନ୍ତି, ସରପଞ୍ଚ ରଘୁନାଥ ନାୟକ, ଆଲୁମିନି ସଭାପତି ଗୋପବନ୍ଧୁ ଦାସ, ବହୁ ପୂର୍ବତନ ଛାତ୍ରୀଛାତ୍ର, ଅଭିଭାବକ ଓ ବର୍ତ୍ତମାନର ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ପରେ ଗଣ୍ଡର୍ଦ୍ଦା ପଞ୍ଚାୟତର ମେଗା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ, ବାଘାଯତୀନ ପାର୍କର ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଯୋଗଦାନ, ଅପରାହ୍ନ ୨ଟା ୪୫ ମିନିଟ୍‌ରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସଜନାଗଡ଼, ୧୭।୪(ଡି.ଏନ.ଏ.)-ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ସାମାଜିକ ଦୂରତ୍ୱକୁ ରକ୍ଷା କରି ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ...

ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍‌ ଆସୋସିଏଶନ ଅଫିସ୍‌ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ...

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ...

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ଷ୍ଟେଶନରୁ ୧୨୦ କଇଁଛ ଉଦ୍ଧାର

ରୂପ୍‌ସା,୧୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ଚଢ଼ାଉ କରି ବୁଧବାର ରାତିରେ ଜଳେଶ୍ୱର ଷ୍ଟେଶନରୁ ୧୨୦ଟି ଦେଶୀ କଇଁଛ ଉଦ୍ଧାର କରିଛନ୍ତି।...

ପିତୃହନ୍ତା ପୁତ୍ରଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର,୨୭। ୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ପିତୃହନ୍ତା...

ନିର୍ଯାତୀତା ମହିଳାଙ୍କ ଭିଡିଓ ଭାଇରାଲ ନେଇ ପୋଲିସର ତନାଘନା

ବାହାନଗା, ୭ା୮(ଡି.ଏନ.ଏ.)-ଜଣେ ବିବାହିତ ମହିଳା ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ବାହାନଗା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର...

ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ...

Advertisement
Archives

Model This Week