ବସ୍‌ରେ କଫ ସିରପ୍‌ ଚାଲାଣ, କଣ୍ଡକ୍ଟର ଗିରଫ

ସୋହେଲା,୨୭।୯(ଡି.ଏନ.ଏ): ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍‌(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍‌ ସିରପ୍‌ ଚାଲାଣ ହେବାବେଳେ ସୋହେଲା ଥାନା ପୋଲିସ ହାତରେ ଧରାପଡ଼ିଛି । ଉକ୍ତ ବସ୍‌ରେ ୭ପେଟିରେ ରହିଥିବା ୭୯୮ବୋତଲ କଫ ସିରପକୁ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ବସ କଣ୍ଡକ୍ଟର ତଥା ବରଗଡ଼ ଜିଲା ପଦ୍ମପୁର ଥାନା ଗୌଡ଼ପାଲି ଗ୍ରାମର ସରୋଜ କୁମାର ସାହୁ(୪୧)ଙ୍କୁ ଗିରଫ କରିବା ସହିତ ସମ୍ପୃକ୍ତ ବସ୍‌କୁ ଜବତ କରିଛି । ଏହା ସହିତ ୨ଟି ମୋବାଇଲ ଏବଂ ନଗଦ ୨ହଜାର ଟଙ୍କା ମଧ୍ୟ ଜବତ ହୋଇଥିବାବେଳେ ଏ ନେଇ ସୋହେଲା ଥାନାରେ ଏକ ମାମଲା(ନଂ-୧୯୫/୨୨) ରୁଜୁ ହୋଇଛି ।
ମଙ୍ଗଳବାର ସୋହେଲା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ସୋମବାର ସକାଳୁ ଭୁବନେଶ୍ୱରରୁ ପଦ୍ମପୁର ଅଭିମୁଖେ ସମ୍ପୃକ୍ତ ଯାତ୍ରୀବାହୀ ବସ୍‌ ଆସୁଥିଲା । ସେହି ବସ୍‌ ଯୋଚ୍ଚେଗ କଫ ସିରପ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା । ଏସପି ସ୍ମିଥ୍‌ ପି. ପରମାର୍‌ଙ୍କ ନିର୍ଦ୍ଦେଶକ୍ରମେ ସୋହେଲାରେ ପୋଲିସ ଉକ୍ତ ବସ୍‌କୁ ଯାଞ୍ଚ କରିଥିଲା ଏବଂ କଫ ସିରପ ଜବତ କରିଥିଲା । ଗିରଫ ବସ୍‌ କଣ୍ଡକ୍ଟର ସରୋଜ ସେହି କଫ ସିରପକୁ ଭୁବନେଶ୍ୱରରୁ ପଦ୍ମପୁରକୁ ଆଣୁଥିଲେ । ପଦ୍ମପୁରର ଫକୀର ଖାନ୍‌ ତାହା ବସରେ ଲୋଡ଼ କରୁଥିଲେ ଏବଂ ସେହି କଫ ସିରପ ସବୁ ପଦ୍ମପୁରର ସରୋଜ ବାଗଙ୍କ ପାଖ ନାମକ ଜଣେ ଲୋକଙ୍କ ପାଖକୁ ଆସୁଥିବା ଜଣାପଡ଼ିଥିଲା । ଏଥିରେ ବସ୍‌ କଣ୍ଡକ୍ଟରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ଏସଡିପିଓ ଭୋଇ କହିଥିଲେ । ଏହା ସହିତ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ତନାଘନା ଚାଲିଥିବା ସେ କହିଥିଲେ । ଏହା ସହିତ ବସ କଣ୍ଡକ୍ଟରମାନଙ୍କୁ ବସ୍‌ ମାଲିକମାନେ ସେଥିପ୍ରତି ତାଗିଦ୍‌ କରିବାକୁ ମଧ୍ୟ ଏସଡ଼ିପିଓ ଭୋଇ ପରାମର୍ଶ ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସୋହେଲା ଥାନା ଆଇଆଇସି ଏଚ.ବି ଗଡ଼ତିଆ ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri