ବିଶ୍ୱାଳ ଭ୍ରାତା ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଲା

ଜଗତ୍‌ସିଂହପୁର ଅଫିସ, ୨୯ା୬: ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ସେ ଏହି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ହାରିଯିବା ପରେ ନିର୍ବାଚନମଣ୍ଡଳୀ ସହ ସମ୍ପର୍କ କମାଇ ଦେଇଥିଲେ। ଏପରି କି ମାସ ମାସ ନିର୍ବାଚନମଣ୍ଡଳୀ ନ ଆସିବା ଦଳୀୟ ନେତା ଓ କର୍ମୀଙ୍କୁ ନିରାଶ କରୁଥିଲେ। ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ସେ ଜଗତ୍‌ସିଂହପୁର ଆସିବା ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ ତାଙ୍କର ଆନ୍ତରିକତା ନ ଥିବା ଆଲୋଚନା ହୋଇଥିଲା। ତେଣୁ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସେତେବେଳେ ଅର୍ଥାତ୍‌ ଗତବର୍ଷ ଡିସେମ୍ବର ୯ରେ ସେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ତାଙ୍କୁ ଏ ପର୍ଯ୍ୟନ୍ତ କେହି ଆପ୍ରୋଚ୍‌ କରି ନ ଥିବାରୁ ଦଳ ଛାଡିବେ ନାହିଁ ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ଭାବେ କହିଥିଲେ। କେବଳ ଏତିକି ନୁହେଁ, ବିଜେଡି କାର୍ଯ୍ୟାଳୟରେ କ’ଣ ସେ ଝାଡୁ ମାରିବେ ବୋଲି କହିଥିଲେ। ଏବେ ପୁଣି ଚିରଞ୍ଜୀବ ଓ ତାଙ୍କ ଭାଇ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଆଲୋଚନା ଜୋର ଧରିଛି। ଏହା ଉପରେ ରଞ୍ଜୀବଙ୍କୁ ପଚାରିବାରୁ ଚର୍ଚ୍ଚା ଭିତ୍ତିହୀନ ଓ ଗୁଜବ ବୋଲି ଧରିତ୍ରୀକୁ କହିଛନ୍ତି। ରଞ୍ଜୀବଙ୍କ ସହ ଯୋଗାଯୋଗ କରିବାରୁ ଆଖି ଦେଖାଇବା ପାଇଁ ଡାକ୍ତରଖାନା ଯାଇଛି, ପରେ କଥା ହେବି ବୋଲି କହି ଆଉ ମୋବାଇଲ୍‌ କଲ୍‌ ଉଠାଇ ନ ଥିଲେ।
ଗତ ବର୍ଷ ଡିସେମ୍ବର ୧୧ରେ ‘ଧରିତ୍ରୀ ଆଳାପ’ରେ ଚିରଞ୍ଜୀବଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର ପ୍ରକାଶ ପାଇଥିଲା। ଏଥିରେ କଂଗ୍ରେସର କେତେଜଣ ଆଗଧାଡ଼ିର ନେତା ଓ କର୍ମୀ ଏପରିକି ଚିରଞ୍ଜୀବଙ୍କ କେତେଜଣ ପାଖ ଲୋକଙ୍କୁ ଦଳ ଛାଡ଼ି ବିଜେଡିରେ ମିଶିଥିବା ସମ୍ପର୍କରେ ପଚରାଯାଇଥିଲା। ସେ ଏହାର ଉତ୍ତରରେ କହିଥିଲେ, କିଏ କାହାର ଲୋକ ହୋଇ ରହିବ ତାହା ବାଧ୍ୟତାମୂଳକ ନୁହେଁ। ତେଣୁ କିଏ କୁଆଡେ ଯିବ କହିହେବ ନାହିଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକଙ୍କ ସ୍ବାଧୀନ ବିଚାର ଓ ନିଷ୍ପତ୍ତି ଅଛି। ହେଲେ ସେ ନିଜେ ବିଜେଡିରେ ମିଶିବା ସମ୍ପର୍କିତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ କହିଥିଲେ, ଲୋକେ ଅନେକ କଥା କହିବେ। ଏହାର କୌଣସି ଭିତ୍ତି ନାହିଁ। କିନ୍ତୁ ସେ ତାଙ୍କର ଅସନ୍ତୋଷବ୍ୟକ୍ତ କରିଥିବା ଜଣାପଡ଼ୁଥିଲା। ୧୦ ଦିନରେ ଜଣେ ଆସି ବିଧାୟକ ହୋଇପାରୁଥିବା ବେଳେ ସେ ୧୦ ବର୍ଷ କାଳ ସବୁଦିନ ନିର୍ବାଚନ ମଣ୍ଡଳୀ ଯାଇ ହାରିଥିବାରୁ ଦୁଃଖପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri