ବିଶ୍ୱାଳ ଭ୍ରାତା ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଲା

ଜଗତ୍‌ସିଂହପୁର ଅଫିସ, ୨୯ା୬: ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ସେ ଏହି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ହାରିଯିବା ପରେ ନିର୍ବାଚନମଣ୍ଡଳୀ ସହ ସମ୍ପର୍କ କମାଇ ଦେଇଥିଲେ। ଏପରି କି ମାସ ମାସ ନିର୍ବାଚନମଣ୍ଡଳୀ ନ ଆସିବା ଦଳୀୟ ନେତା ଓ କର୍ମୀଙ୍କୁ ନିରାଶ କରୁଥିଲେ। ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ସେ ଜଗତ୍‌ସିଂହପୁର ଆସିବା ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ ତାଙ୍କର ଆନ୍ତରିକତା ନ ଥିବା ଆଲୋଚନା ହୋଇଥିଲା। ତେଣୁ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସେତେବେଳେ ଅର୍ଥାତ୍‌ ଗତବର୍ଷ ଡିସେମ୍ବର ୯ରେ ସେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ତାଙ୍କୁ ଏ ପର୍ଯ୍ୟନ୍ତ କେହି ଆପ୍ରୋଚ୍‌ କରି ନ ଥିବାରୁ ଦଳ ଛାଡିବେ ନାହିଁ ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ଭାବେ କହିଥିଲେ। କେବଳ ଏତିକି ନୁହେଁ, ବିଜେଡି କାର୍ଯ୍ୟାଳୟରେ କ’ଣ ସେ ଝାଡୁ ମାରିବେ ବୋଲି କହିଥିଲେ। ଏବେ ପୁଣି ଚିରଞ୍ଜୀବ ଓ ତାଙ୍କ ଭାଇ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଆଲୋଚନା ଜୋର ଧରିଛି। ଏହା ଉପରେ ରଞ୍ଜୀବଙ୍କୁ ପଚାରିବାରୁ ଚର୍ଚ୍ଚା ଭିତ୍ତିହୀନ ଓ ଗୁଜବ ବୋଲି ଧରିତ୍ରୀକୁ କହିଛନ୍ତି। ରଞ୍ଜୀବଙ୍କ ସହ ଯୋଗାଯୋଗ କରିବାରୁ ଆଖି ଦେଖାଇବା ପାଇଁ ଡାକ୍ତରଖାନା ଯାଇଛି, ପରେ କଥା ହେବି ବୋଲି କହି ଆଉ ମୋବାଇଲ୍‌ କଲ୍‌ ଉଠାଇ ନ ଥିଲେ।
ଗତ ବର୍ଷ ଡିସେମ୍ବର ୧୧ରେ ‘ଧରିତ୍ରୀ ଆଳାପ’ରେ ଚିରଞ୍ଜୀବଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର ପ୍ରକାଶ ପାଇଥିଲା। ଏଥିରେ କଂଗ୍ରେସର କେତେଜଣ ଆଗଧାଡ଼ିର ନେତା ଓ କର୍ମୀ ଏପରିକି ଚିରଞ୍ଜୀବଙ୍କ କେତେଜଣ ପାଖ ଲୋକଙ୍କୁ ଦଳ ଛାଡ଼ି ବିଜେଡିରେ ମିଶିଥିବା ସମ୍ପର୍କରେ ପଚରାଯାଇଥିଲା। ସେ ଏହାର ଉତ୍ତରରେ କହିଥିଲେ, କିଏ କାହାର ଲୋକ ହୋଇ ରହିବ ତାହା ବାଧ୍ୟତାମୂଳକ ନୁହେଁ। ତେଣୁ କିଏ କୁଆଡେ ଯିବ କହିହେବ ନାହିଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକଙ୍କ ସ୍ବାଧୀନ ବିଚାର ଓ ନିଷ୍ପତ୍ତି ଅଛି। ହେଲେ ସେ ନିଜେ ବିଜେଡିରେ ମିଶିବା ସମ୍ପର୍କିତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ କହିଥିଲେ, ଲୋକେ ଅନେକ କଥା କହିବେ। ଏହାର କୌଣସି ଭିତ୍ତି ନାହିଁ। କିନ୍ତୁ ସେ ତାଙ୍କର ଅସନ୍ତୋଷବ୍ୟକ୍ତ କରିଥିବା ଜଣାପଡ଼ୁଥିଲା। ୧୦ ଦିନରେ ଜଣେ ଆସି ବିଧାୟକ ହୋଇପାରୁଥିବା ବେଳେ ସେ ୧୦ ବର୍ଷ କାଳ ସବୁଦିନ ନିର୍ବାଚନ ମଣ୍ଡଳୀ ଯାଇ ହାରିଥିବାରୁ ଦୁଃଖପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri