ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ୱକର୍ମା ସେବାୟତମାନେ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଏକ ପ୍ରକାର ଧ୍ୟାନମଗ୍ନ ହୋଇଯାଇଛନ୍ତି। ଗତବର୍ଷ କରୋନା କଟକଣା ଯୋଗୁ ରଥଯାତ୍ରା ବନ୍ଦ ହୋଇଥିଲା। ଏଥର ମଧ୍ୟ କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଥିବାରୁ ରଥଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସିର ଅନୁମତି ମିଳିଲେ ରଥଯାତ୍ରା ହେବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି।
ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥଯାତ୍ରାପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଫଗୁ ଦଶମୀ ଦିନ କାଠ ଅନୁକୂଳ ହୋଇଥିଲା। ହୋଲି ପରଠାରୁ ରଥର ୪ଚକ ନିର୍ମାଣ ଚାଲିଛି। ରଥ ନିର୍ମାଣରେ ପାଳିଆ ମହାରଣା ସେବାୟତ ୧୬ଜଣ, ଗାଁ ମହାରଣା ୩୫, ବେହେରା ଭୋଇ ୧୫ଜଣ ସେବାୟତ ପ୍ରତିଦିନ ପାଳିକରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଳିଆ ସେବାୟତମାନେ ରଥ ନିର୍ମାଣ କରିବାପରେ ବ୍ରାହ୍ମଣ ସେବାୟତ ଯଥାରୀତି ପୂଜା କରିବେ। ପରେ ବ୍ରାହ୍ମଣ ସେବାୟତଙ୍କ ସହମତିକ୍ରମେ ପ୍ରଶାସନର ଅନୁମତି ମିଳିଲେ ରଥଯାତ୍ରା ହେବ। ଭକ୍ତମାନେ ରଥ ଟାଣିବେ। ହେଲେ ଗତବର୍ଷ ପରି ଏବର୍ଷର ସ୍ଥିତି ପ୍ରାୟ ସମାନ। କରୋନା କଟକଣା ରହିଛି। ବିଏମ୍‌ସି ଅନୁମତି ମିଳିଲେ ରଥଯାତ୍ରା ହୋଇପାରିବ। ସେଥିରେ ପୁଣି କେତେ ଲୋକଙ୍କୁ ନେଇ ରଥ ଟଣା ହେବ, ତାହା ମଧ୍ୟ ସ୍ଥିର କରାଯିବ। ରଥ ନିର୍ମାଣ ଜାରି ରହିଛି। କରୋନାର ସ୍ଥିତି ଅନୁଧ୍ୟାନ ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି, ରୁକୁଣା ରଥଯାତ୍ରାପାଇଁ ଜୋରସୋରରେ ଚକକାମ ଚାଲିଛି। ଗୁରୁବାର ରଥ ଚକ କାମ ସରିବ। ଏହା ପରେ ଅଖ ଓ ରଥ ନିର୍ମାଣ ଚାଲିବ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଲେ ରଥଯାତ୍ରା ଅନୁଷ୍ଠିତ ହେବ।

କୋଇଲା ଅଭାବରୁ ଅଟକିଛି ରୁକୁଣା ରଥ ନିର୍ମାଣ
ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ପକ୍ଷରୁ କମାର ସେବାୟତଙ୍କୁ ଠିକ ସମୟରେ କୋଇଲା ଯୋଗାଇ ନ ପାରିବାରୁ କାର୍ଯ୍ୟ ଅଟକି ରହିଛି। ମେଶିନ ସହାୟତାରେ ନିର୍ମାଣ ନ କରି ସମ୍ପୂର୍ଣ୍ଣ ପାରମ୍ପରିକ ନୀତି ଓ କୌଶଳରେ ଏହି ରଥ ନିର୍ମାଣ ହେଉଥିବାରୁ ଆବହମାନ କାଳରୁ କମାର ସେବାୟତଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ତରଫରୁ ସହାୟତା ଯୋଗାଇ କୋଇଲା ଦିଆଯାଇଥାଏ। ମାତ୍ର ଏ ସମସ୍ତ ବିଷୟରେ ଅବଗତ ଥାଇ ମଧ୍ୟ ଏପରି ଅବ୍ୟବସ୍ଥା ଉପୁଜିବାରୁ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର କୋଇଲା ନ ଆସିପାରିବାରୁ ଦିନତମାମ କମାର ସେବାୟତ କାର୍ଯ୍ୟ କରି ନ ପାରି ନିରାଶ ହୋଇ ବସିରହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri