‘ଋକ୍‌-ବେଦ- ଶାକଲ ସଂହିତା’ ଓଡ଼ିଆ ସଂକଳନ ପ୍ରକାଶିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବେଦ ହିଁ ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନର ପ୍ରାଣ। ମାନବ ସମାଜର ଏହି ପ୍ରାଚୀନତମ ଗ୍ରନ୍ଥ ଦ୍ବାରା ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର ଅଭିବୃଦ୍ଧି ଘଟିପାରିଛି। ବେଦ ଋକ୍‌, ସାମ, ଯଜୁ ଓ ଅଥର୍ବ ଚାରି ଭାଗରେ ବିଭକ୍ତ। ଓଡିଆରେ ଅଦ୍ୟାବଧି ବେଦ ପ୍ରକାଶ ପାଇପାରିନାହିଁ। କତିପୟ ବିଦ୍ବାନ୍‌ ବେଦର କେତେକ ଅଂଶ ଓ କେତୋଟି ଉପନିଷଦ ଓଡ଼ିଆ ଭାଷାରେ ପ୍ରକାଶ କରିଛନ୍ତି। ବେଦବିଜ୍ଞାନ ପ୍ରସାରକ ପ୍ରକାଶ ପ୍ରଧାନ ଚେନ୍ନାଇରେ ରହୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ବେଦ ଓ ଉପନିଷଦ ସମୂହକୁ ଓଡ଼ିଆ ଭାଷାରେ ସଂକଳନ ଓ ପ୍ରକାଶ କରିବାର ମହତୀ ପ୍ରଚେଷ୍ଟା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେ ‘ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ – ଏକ ସଂକ୍ଷିପ୍ତ ପରିଚୟ’ ଓ ‘ଋକ୍‌-ବେଦ ଶାକଲ ସଂହିତା’ ପ୍ରକାଶ କରିଛନ୍ତି, ଯାହା ଡିଜିଟାଲ୍‌ ରୂପରେ ଓ୍ବେବ୍‌ ସାଇଟ୍‌୍‌ରେ ମଧ୍ୟ ବିନାମୂଲ୍ୟରେ ଉପଲବ୍ଧ। ଏଗୁଡିକ ଡାଉନଲୋଡ୍‌ କରିବାର ସୂତ୍ର ହେଉଛି “https://scholarshoppe.com/veda-odia”।
ପ୍ରକାଶ ପ୍ରଧାନଙ୍କର ପ୍ରକାଶିତ ଗ୍ରନ୍ଥ ହେଉଛି ଋକ୍‌-ବେଦ – ଶାକଲ ସଂହିତା। ୯୫୫ ପୃଷ୍ଠା ବିଶିଷ୍ଟ ଏହି ବିରାଟ ଗ୍ରନ୍ଥଟି ଓଡିଆ ଭାଷାର ଏକ ଦୁର୍ଲଭ ଗ୍ରନ୍ଥ। ପ୍ରଧାନ ମୂଲ୍ୟବାନ କାଗଜରେ ନିର୍ଭୁଲ ଭାବରେ ଗ୍ରନ୍ଥଟିକୁ ପ୍ରକାଶ କରିବାକୁ ପ୍ରୟାସ କରିଛନ୍ତି। ଗ୍ରନ୍ଥଟି ବୈଦିକ ସାହିତ୍ୟର ପ୍ରଥମ ଓଡ଼ିଆ ରୂପାନ୍ତର। ‘ଧରିତ୍ରୀ’କୁ ସେ ପଠାଇଥିବା ଏହି ଗ୍ରନ୍ଥଟି ରବିବାର ପହଞ୍ଚତ୍ବା ପରେ ଏହାର ପରିପାଟୀ ଅତ୍ୟନ୍ତ ସୁନ୍ଦର ଥିବା ଦେଖିବାକୁ ପାଇଛୁ। ନିଶ୍ଚିତ ଭାବେ ଏହା ଓଡ଼ିଆ ଭାଷୀଙ୍କ ପାଇଁ ଅମୂଲ୍ୟ ସମ୍ପଦ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri