‘ଋକ୍‌-ବେଦ- ଶାକଲ ସଂହିତା’ ଓଡ଼ିଆ ସଂକଳନ ପ୍ରକାଶିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବେଦ ହିଁ ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନର ପ୍ରାଣ। ମାନବ ସମାଜର ଏହି ପ୍ରାଚୀନତମ ଗ୍ରନ୍ଥ ଦ୍ବାରା ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର ଅଭିବୃଦ୍ଧି ଘଟିପାରିଛି। ବେଦ ଋକ୍‌, ସାମ, ଯଜୁ ଓ ଅଥର୍ବ ଚାରି ଭାଗରେ ବିଭକ୍ତ। ଓଡିଆରେ ଅଦ୍ୟାବଧି ବେଦ ପ୍ରକାଶ ପାଇପାରିନାହିଁ। କତିପୟ ବିଦ୍ବାନ୍‌ ବେଦର କେତେକ ଅଂଶ ଓ କେତୋଟି ଉପନିଷଦ ଓଡ଼ିଆ ଭାଷାରେ ପ୍ରକାଶ କରିଛନ୍ତି। ବେଦବିଜ୍ଞାନ ପ୍ରସାରକ ପ୍ରକାଶ ପ୍ରଧାନ ଚେନ୍ନାଇରେ ରହୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ବେଦ ଓ ଉପନିଷଦ ସମୂହକୁ ଓଡ଼ିଆ ଭାଷାରେ ସଂକଳନ ଓ ପ୍ରକାଶ କରିବାର ମହତୀ ପ୍ରଚେଷ୍ଟା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେ ‘ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ – ଏକ ସଂକ୍ଷିପ୍ତ ପରିଚୟ’ ଓ ‘ଋକ୍‌-ବେଦ ଶାକଲ ସଂହିତା’ ପ୍ରକାଶ କରିଛନ୍ତି, ଯାହା ଡିଜିଟାଲ୍‌ ରୂପରେ ଓ୍ବେବ୍‌ ସାଇଟ୍‌୍‌ରେ ମଧ୍ୟ ବିନାମୂଲ୍ୟରେ ଉପଲବ୍ଧ। ଏଗୁଡିକ ଡାଉନଲୋଡ୍‌ କରିବାର ସୂତ୍ର ହେଉଛି “https://scholarshoppe.com/veda-odia”।
ପ୍ରକାଶ ପ୍ରଧାନଙ୍କର ପ୍ରକାଶିତ ଗ୍ରନ୍ଥ ହେଉଛି ଋକ୍‌-ବେଦ – ଶାକଲ ସଂହିତା। ୯୫୫ ପୃଷ୍ଠା ବିଶିଷ୍ଟ ଏହି ବିରାଟ ଗ୍ରନ୍ଥଟି ଓଡିଆ ଭାଷାର ଏକ ଦୁର୍ଲଭ ଗ୍ରନ୍ଥ। ପ୍ରଧାନ ମୂଲ୍ୟବାନ କାଗଜରେ ନିର୍ଭୁଲ ଭାବରେ ଗ୍ରନ୍ଥଟିକୁ ପ୍ରକାଶ କରିବାକୁ ପ୍ରୟାସ କରିଛନ୍ତି। ଗ୍ରନ୍ଥଟି ବୈଦିକ ସାହିତ୍ୟର ପ୍ରଥମ ଓଡ଼ିଆ ରୂପାନ୍ତର। ‘ଧରିତ୍ରୀ’କୁ ସେ ପଠାଇଥିବା ଏହି ଗ୍ରନ୍ଥଟି ରବିବାର ପହଞ୍ଚତ୍ବା ପରେ ଏହାର ପରିପାଟୀ ଅତ୍ୟନ୍ତ ସୁନ୍ଦର ଥିବା ଦେଖିବାକୁ ପାଇଛୁ। ନିଶ୍ଚିତ ଭାବେ ଏହା ଓଡ଼ିଆ ଭାଷୀଙ୍କ ପାଇଁ ଅମୂଲ୍ୟ ସମ୍ପଦ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ।...

ଅକ୍ଟୋବର ୨୫କୁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଦୀପାବଳିର ପରଦିନ ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା...

ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ...

ସାଢେ ୯ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ ଅଫିସ,୩୦।୬ : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ। ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି...

ଲଜ୍‌ରୁ ୫୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୧୬ା୯(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ଥାନା ପୋଲିସ ସହରର ଏକ ନିର୍ଦ୍ଦିଷ୍ଟ ଲଜ୍‌ରେ ଗୁରୁବାର ରାତିରେ ଚଢ଼ାଉ କରି ପ୍ରାୟ ୫୯ ଲକ୍ଷ ଟଙ୍କା ଜବତ କରିବା...

ଆଜି ସରିବ ମାଟ୍ରିକ ପରୀକ୍ଷା

କଟକ ଅଫିସ,୭ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଶନିବାର ଶେଷ ହେଉଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା...

ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ...

କରୋନାକୁ ହରାଇଲେ ୮୭ ବର୍ଷୀୟ କୃପାସିନ୍ଧୁ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ): କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷୀୟ କୃପାସିନ୍ଧୁ ସାହୁ। ସେ ଭୁବନେଶ୍ୱରସ୍ଥିତ ସମ୍‌ କୋଭିଡ ହସ୍ପିଟାଲ୍‌ ଓ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ...

Advertisement
Archives

Model This Week