ଅନ୍ଧାରରେ ରୁଗୁଡ଼ିକସଡ଼ାବାସୀ

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ସାହାରପୁର ପଞ୍ଚାୟତ ବଣପାହାଡ଼ଘେରା ରୁଗୁଡ଼ିକସଡ଼ାବାସୀ ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଘରେ ଘରେ ପାଣି ଯୋଗାଣ ପାଇଁ ଟ୍ୟାପ୍‌ ଲାଗିଥିଲେ ମଧ୍ୟ ପାଣି ଆସୁନାହିଁ। ଗ୍ରାମର ଅନେକ ବୃଦ୍ଧା, ବୃଦ୍ଧ ଭତ୍ତାରୁ ବଞ୍ଚତ୍ତ ରହିଛନ୍ତି। ଏପରିକି ଗ୍ରାମରେ ଏକ ମାସରୁ ଊର୍ଦ୍ଧ୍ୱ ହେବ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଥିବା ବେଳେ ମରାମତି କରାଯାଉନାହିଁ। ଫଳରେ ଗ୍ରାମବାସୀଙ୍କୁ ପ୍ରଶାସନ ସମସ୍ତ ମୌଳିକ ସୁବିଧାରୁ ବଞ୍ଚତ୍ତ କରି ଅନ୍ଧାରରେ ରଖିଥିବା ବେଳେ ଏବେ ବିଦ୍ୟୁତ୍‌ ବିଭାଗ ଆଦିବାସୀଙ୍କୁ ଅନ୍ଧାରରେ ଜୀବନ ବିତାଇବାକୁ ଛାଡ଼ିଦେଇଥିବା ଗ୍ରାମବାସୀ କହିଛନ୍ତି।
ଅନୁଯାୟୀ, ଗ୍ରାମରେ ୫୨ ଭୂୟଁା ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ପୋଡୁଚାଷ ଓ ମୂଲ ମଜୁରି କରି ଚଳୁଛନ୍ତି। ଗାଁରେ ପାଣି ସମସ୍ୟା ଉତ୍କଟ ରୂପ ନେଇଛି। ନଳକୂପରୁ ଦୁର୍ଗନ୍ଧ ପାଣି ବାହାରୁଥିବାରୁ ଜିଅନ୍ତା ନାଳପାଣି ପିଉଛନ୍ତି। ଉକ୍ତ ନାଳପାଣି ବି ଗାଧୋଇବା ସହ ଅନ୍ୟାନ୍ୟ କାମରେ ଲଗାଯାଉଥିବା ଗ୍ରାମର ଗମ୍ଭାରୀ ଦେହୁରୀ କହିଛନ୍ତି। ପାଇପ୍‌ ଯୋଗେ ପାଣି ଯୋଗାଣ ପାଇଁ ଘରେ ଘରେ ଟ୍ୟାପ ଲଗାଯାଇଛି କିନ୍ତୁ ପାଣିର ଦେଖାନାହିଁ। ଅଧାରୁ ଅଧିକ ଗରିବ ପରିବାର ଆବାସ ଯୋଜନାରେ ଘର ପାଇନାହାନ୍ତି। ଯେଉଁ କେତେଜଣ ପାଇଛନ୍ତି ତନ୍ମମଧ୍ୟରୁ ରେଙ୍ଗ ଦେହୁରୀ, କିରଣ ମଲ୍କିକଙ୍କ ସମେତ ଅନେକେଙ୍କ ଘର ସବୁ ଅଧାପନ୍ତରିଆ ହୋଇ ପଡିରହିଛି ବୋଲି ସ୍ଥାନୀୟ ସୁକୁଟି ମଲ୍ଲିକ, ଗମ୍ଭାରୀ ଦେହୁରୀ କହିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ନାଳପାଣି ପିଲାମାନେ ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ଅନେକ ଶିଶୁ ପୁଷ୍ଟିହୀନତା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମୋବାଇଲ ଟାଓ୍ବାର ନ ଥିବାରୁ ଆପାତକାଳୀନ ସମୟରେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିପାରୁନାହାନ୍ତି। ଗ୍ରାମରୁ ବାଂଶପାଳ ବ୍ଲକ୍‌ ମୁଖ୍ୟାଳୟ ୧୫ କି.ମି. ଦୂର ହୋଇଥିବା ବେଳେ ଯାତାୟାତ ସୁବିଧା ନ ଥିବାରୁ ଚାଲି ଚାଲି ମେଡିକାଲ, ପଞ୍ଚାୟତକୁ ଯିବା ଆସିବା କରିଥାନ୍ତି। ଅଟୋରେ ଗଲେ ୪୦ ଟଙ୍କା ଭଡ଼ା ଲାଗୁଛି। କାଗଜପତ୍ର ନ ଥିବାରୁ ଗ୍ରାମର ମାଛୁଆଣି ପ୍ରଧାନଙ୍କ ଭଳି କେତେକ ବୃଦ୍ଧା ଓ ବିଧବା ଭତ୍ତା ପାଇ ନ ଥିବା ଗ୍ରାମବାସୀ କହିଛନ୍ତି। ଗାଁରେ ପାଖାପାଖି ୧୨ ଟି ସୋଲାର ଲାଇଟ ପୋଷ୍ଟ ବସିଛି କିନ୍ତୁ ସେଥିରୁ ମାତ୍ର ୨ରୁ ୩ଟି ହିଁ ଜଳୁଛି। ଏକ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ବିଦ୍ୟୁତ୍‌ ସେବା ବନ୍ଦ ହୋଇଯାଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସଜଡ଼ା ଯାଉନାହିଁ। ଫଳରେ ଅନ୍ଧାର ରାତିରେ ବନ୍ୟଜନ୍ତୁ ଭୟ ଯୋଗୁ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି ବୋଲି ଦୁର୍ଯ୍ୟୋଧନ ଦେହୁରୀଙ୍କ ସମେତ ଅନ୍ୟ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri