ରିଷିଡା,୮।୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ଆଉ ଦିନ କେଇଟା ପରେ ପାଳନ କରାଯିବ । ଏହି ଉପଲକ୍ଷେ କଳାହାଣ୍ତି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ରିଷିଡା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଗ୍ରାମାଞ୍ଚଳରେ ଘରସଫେଇ କାର୍ଯ୍ୟ ଆରମ୍ଭ ହେଲାଣି ।
କର୍ଲାମୁଣ୍ଡା ବ୍ଲକର ରିଷିଡା କୁମ୍ଭାରପଡ଼ା କନ୍ଧପଡା ଠାରେ ଗାଁ ଝାଙ୍କର ମାକଣ୍ତ ପ୍ରଧାନୀ ପୂଜା କାର୍ଯ୍ୟ କରିଥିଲେ । ସେହିପରି ସଲଣ୍ଡିଆମୁଣ୍ଡା ଠାରେ ଝାଙ୍କର ହୃଦାନନ୍ଦ ଭୋଇ ଓ ଉମାକାନ୍ତ ଭୋଇ, କର୍ଲାମୁଣ୍ଡା ଠାରେ ଝାଙ୍କର ନନ୍ଦୀକିଶୋର ଭୋଇ, ବଲ୍ଲଭ ନାଏକ (ପାର୍ଶ୍ୱ ପୁଝାରୀ)
, ମାର୍ଗଶିର ସାହୁ, କୌତୁକ ସାହୁ, ବାଜେବନ ଭୋଇ, ଜଗନ୍ନାଥ ମାଝୀ ସମସ୍ତଙ୍କୁ ସୁସ୍ଥ ରଖିବାକୁ ଗ୍ରାମଦେବୀପୀଠରେ ପୂଜା କରିଥିଲେ । ଗ୍ରାମର ଶେଷମୁଣ୍ଡରେ ଛେଳି, କୁକୁଡ଼ା ବଳି ଦିଆଯାଇଥିଲା । ବୟୋଜ୍ୟେଷ୍ଠମାନେ ପ୍ରସାଦ ସେବନ କରି ଗାଧୋଇ ଘରକୁ ଫେରିଥିଲେ ।