Categories: ଖେଳ

ମ୍ୟାଚ୍‌ରେ ଇଞ୍ଜୁରି ପରେ ରଗ୍‌ବୀ ଖେଳାଳିଙ୍କ ମୃତ୍ୟୁ

ନ୍ୟୁକ୍ୟାସେଲ (ଅଷ୍ଟ୍ରେଲିଆ), ୧୨ା୯ (ଏପି)- ରବିବାର ଖେଳାଯାଇଥିବା ଏକ ମ୍ୟାଚ ବେଳେ ଆଘାତପ୍ରାପ୍ତ ହୋଇ ଜଣେ ସ୍ବଳ୍ପ ବୟସ୍କ ରଗ୍‌ବୀ ଲିଗ୍‌ ଖେଳାଳି ଜୋଏଲ ଡାର୍କଙ୍କ ମୃତ୍ୟୁ ଘଟିଛି। ସିଡ୍‌ନୀ ଉତ୍ତରାଞ୍ଚଳ ଅନ୍ତର୍ଗତ ନ୍ୟୁକ୍ୟାସେଲରେ ଏକ କ୍ଲବର ସିନିୟର ଦଳ ତରଫରୁ ପଦାର୍ପଣ ମ୍ୟାଚ ଖେଳୁଥିବା ବେଳେ ଡାର୍କଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ନ୍ୟୁ କ୍ୟାସେଲସ୍ଥିତ ଜନ୍‌ ହଣ୍ଟର ହସ୍ପିଟାଲରେ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହୋଇଥିଲା। ୫ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯ ବର୍ଷୀୟ ଡାର୍କଙ୍କ ସମ୍ପର୍କୀୟ ଭାଇ ବୟଡ୍‌ କର୍ଡନର ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ଫରଓ୍ବାର୍ଡ। ରାଜ୍ୟରେ ରଗ୍‌ବୀ ଖେଳ ପରିଚାଳନା କରୁଥିବା ନ୍ୟୁସାଉଥ ଓ୍ବେଲ୍ସ ରଗ୍‌ବୀ ଲିଗ୍‌ ଡାର୍କ ଓ ତାଙ୍କ ପରିବାର ପ୍ରତି ସମ୍ମାନ ଜଣାଇ ନ୍ୟୁକ୍ୟାସେଲରେ ରବିବାର ଖେଳାଯିବାକୁଥିବା ସମସ୍ତ ସିନିୟର ଗେମ୍ସକୁ ସ୍ଥଗିତ ରଖିଛି।

Share