Posted inଜାତୀୟ

ଆର୍‌ଟିଆଇ: ଉଦାସୀନତାରୁ ଅଚଳାବସ୍ଥା

ନୂଆଦିଲ୍ଲୀ,୨୨ା୧୦: ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପ୍ରଣୟନ ହେବାର ୧୫ ବର୍ଷ ବିତିଗଲାଣି। କିନ୍ତୁ ଏହା ଲୋକଙ୍କ କାମରେ କେତେ ଆସିପାରୁଛି। ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ, କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନଗୁଡ଼ିକରେ କମିଶନର ପଦବୀ ଖାଲି ପଡ଼ିଥିଲେ ସୁଦ୍ଧା ସେଗୁଡ଼ିକୁ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଥିବା ଭଳି ମନେହେଉନାହିଁ। ପୂର୍ବରୁ ଦ୍ୱିତୀୟ ଅପିଲଗୁଡ଼ିକର ସମାଧାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସୂଚନା ଅଧିକାର ଆଇନର ନୈତିକ ମନୋବଳକୁ ହତ୍ୟା କରିଥିଲା। ଏବେ କେନ୍ଦ୍ରରେ ମୁଖ୍ୟ ସୂଚନା କମିଶନର ଓ ଅନେକ ରାଜ୍ୟରେ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଉ ନ ଥିବାରୁ ଆର୍‌ଟିଆଇ ସଙ୍କଟ ଜଟିଳ ହୋଇଛି। ସିଆଇସିଙ୍କ ନିକଟରେ ପ୍ରାୟ ୪୦,୦୦୦ ଅପିଲ ଓ କମ୍ପ୍ଲେଣ୍ଟ ଗଡ଼ୁଥିବାବେଳେ ରାଜ୍ୟ ଆଇସିମାନଙ୍କ ପାଖରେ ଏପରି ୨ ଲକ୍ଷ ମାମଲା ପଡ଼ିରହିଥିବାରୁ ଆର୍‌ଟିଆଇର କାର୍ଯ୍ୟକାରିତା ନୈରାଶ୍ୟଜନକ ସ୍ଥିତିରେ ରହିଛି। କୌଣସି କାର୍ଯ୍ୟ ସମୟବଦ୍ଧ ଭାବେ ହେଉ ନ ଥିବାରୁ ଲୋକେ ମାସ ମାସ ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସ୍ଥଳେ ନାଗରିକଙ୍କ ଆବେଦନର ଶୁଣାଣି ଲାଗି ବର୍ଷ ବର୍ଷ ଲାଗିଯାଉଛି।
ଆର୍‌ଟିଆଇ ଆଇନ ପାର୍ଲାମେଣ୍ଟରେ ୨୦୦୫ ଜୁନ ୧୫ରେ ଗୃହୀତ ହୋଇ ସେହିବର୍ଷ ଅକ୍ଟୋବର ୧୨ରୁ ଦେଶରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା। ଦୁର୍ନୀତି ବିରୋଧରେ ଲୋକଙ୍କ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ବିବେଚନା କରାଯାଉଥିବା ଆର୍‌ଟିଆଇ ଆଇନକୁ ଇତିମଧ୍ୟରେ ୧୫ ବର୍ଷ ବିତିଗଲାଣି। ସରକାରଙ୍କ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ଲାଗି ପ୍ରତିଶ୍ରୁତି ଦେଇ ପ୍ରଣୟନ କରାଯାଇଥିବା ଏହି ଆଇନ କ୍ରମଶଃ ନିଷ୍କ୍ରିୟ ହୋଇ ପଙ୍ଗୁ ଅବସ୍ଥା ଆଡ଼କୁ ଅଗ୍ରସର ହେଉଛି।
ଇତିମଧ୍ୟରେ ଦ୍ୱିତୀୟ ଅପିଲ ଓ କମ୍ପ୍ଲେଣ୍ଟଗୁଡ଼ିକ ସୂଚନା କମିଶନଙ୍କ ଅଫିସ ଫାଇଲ ଭିତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାନ୍ଧିହୋଇ ଯାଇଥିବାରୁ ସ୍ବଚ୍ଛତା ଓ ନ୍ୟାୟର ଆନ୍ଦୋଳନକୁ ଶକ୍ତ ଧକ୍କା ଲାଗିଛି। ପଦବୀ ଖାଲି ପାଇଁ କମିଶନଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅପିଲ୍‌ଗୁଡ଼ିକର ଫଇସଲା କରିପାରୁ ନାହାନ୍ତି।
୨୦୨୦ ଅଗଷ୍ଟ ୨୬ରେ ତତ୍କାଳୀନ ସିଆଇସି ବିମଲ ଜୁଲ୍‌କାଙ୍କ ଅବସର ପରଠୁ ଏହି ପଦବୀ ଖାଲି ପଡ଼ିଛି। ଏହା ସହ କେନ୍ଦ୍ରୀୟ ସୂଚନା କମିଶନ ୬ ବର୍ଷ ମଧ୍ୟରେ ପଞ୍ଚମ ଥର ପାଇଁ ମୁରବି ବିହୀନ ହୋଇଯାଇଛି। କେବଳ ସେତିକି ନୁହେଁ, ଅନ୍ୟ ୫ ସୂଚନା କମିଶନର ପଦବୀ ମଧ୍ୟ ଖାଲି ପଡ଼ିଛି। ୨୦୧୪ ମେ ପରଠାରୁ ସିଆଇସିରେ ଯେତିକି ଥର ଖାଲି ପଦବୀ ପୂରଣ କରାଯାଇଛି ତାହା କେବଳ ସୂଚନା ଅଧିକାର କର୍ମୀମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ସରକାରଙ୍କଠାରୁ ଭ୍ୟାକେନ୍ସି ସମ୍ପର୍କରେ ସ୍ପଷ୍ଟୀକରଣ ଦାବି କରିବା ପରେ ହିଁ ହୋଇଛି। ସିଆଇସିଙ୍କ ଅଫିସ ଯେମିତି ଖାଲି ନ ପଡ଼ିବ ତାହା ସୁନିଶ୍ଚିତ କରିବା ଲାଗି ଅତୀତରେ ମାତ୍ର ଦୁଇଥର ମୁଖ୍ୟ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଉଭୟ ନିଯୁକ୍ତି ଉପା ସରକାର ଅମଳରେ ହୋଇଥିଲା, ଯେଉଁ ସରକାର କି ଏହି ଆଇନକୁ ପାର୍ଲାମେଣ୍ଟରେ ଗୃହୀତ କରାଇଥିଲା। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କ୍ଷମତାସୀନ ହେବା ପରେ ୨୦୧୪-୧୫ରେ ୧୦ ମାସ ଧରି ସିଆଇସି ପଦବୀ ଖାଲି ପଡ଼ିଥିଲା। ୨୦୧୪ ଅଗଷ୍ଟରେ ରାଜୀବ ମାଥୁରଙ୍କ ଅବସର ପରେ ହାଇପ୍ରୋଫାଇଲ ଅଫିସଗୁଡ଼ିକ ବିରୋଧରେ ଦ୍ୱିତୀୟ ଅପିଲ୍‌ରେ ଆବେଦନକାରୀଙ୍କ ଆର୍‌ଟିଆଇ ତଥ୍ୟ ଦିଆଯାଇ ନ ଥିଲା। ୨୦୧୫ ଜୁନ୍‌ରେ ବିଜୟ ଶର୍ମାଙ୍କୁ ସିଆଇସି ନିଯୁକ୍ତ କରାଯାଇଥିଲା।
ବେଳ ଥାଉ ଥାଉ ସିଆଇସି ନିଯୁକ୍ତି ନ ଦେବା ମୋଦି ସରକାରଙ୍କ ଏକ ବଡ଼ ବିଫଳତା ବୋଲି କୁହାଯାଉଛି। ଏହା ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଂଘନ। କାରଣ ୨୦୧୯ ଫେବୃୟାରୀରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦିଷ୍ଟ ଭାବେ କହିଥିଲେ, ଯଦି ସିଆଇସିରେ ମୁଖ୍ୟ ସୂଚନା କମିଶନର ନାହାନ୍ତି ବା ଆବଶ୍ୟକ ପଦବୀ ପୂରଣ ହୋଇନାହିଁ ତେବେ ତାହା ଆର୍‌ଟିଆଇ ଆଇନର କାର୍ଯ୍ୟକାରିତା ଉପରେ ନକାରାମତ୍କ ପ୍ରଭାବ ପକାଇବ। ଏପରି କି ଏହି ଆଇନ ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଣୟନ କରାଯାଇଥିଲା ତାହାର ବିରୁଦ୍ଧାଚରଣ ହେବ। ତେଣୁ ପଦବୀ ଖାଲି ହେବାର ମାସେ କିମ୍ବା ଦୁଇମାସ ପୂର୍ବରୁ ଚୟନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ ବୋଲି ସେତେବେଳେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୨୦୧୯ ଡିସେମ୍ବରରେ ସିଆଇସି ଏବଂ ଏସ୍‌ଆଇସିଗୁଡ଼ିକରେ ୩ ମାସ ମଧ୍ୟରେ ସୂଚନା କମିଶନର ନିଯୁକ୍ତ କରି ଖାଲି ପଦବୀ ପୂରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆର୍‌ଟିଆଇ ଆଇନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ଏହି ନିର୍ଦ୍ଦେଶନାମା ଗୁରୁତ୍ୱପୂର୍ଣ୍ଣ ବୋଲି ଶୀର୍ଷ ଅଦାଲତ କହିଥିଲେ। କିନ୍ତୁ ସରକାରମାନେ ଅଦାଲତଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇନାହାନ୍ତି।
ବରିଷ୍ଠତମ କମିଶନରଙ୍କୁ ସିଆଇସି ଭାବେ ନିଯୁକ୍ତି ଦିଆଯିବ ବୋଲି ଆର୍‌ଟିଆଇ ଆଇନରେ ନିୟମ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସିଆଇସି ଚୟନ କରିବା ପରେ ନିଯୁକ୍ତି ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରବର୍ତ୍ତୀ ସିଆଇସି ମୁଖ୍ୟଙ୍କ ନାମକୁ ନେଇ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମେତ ସୁପ୍ରିମକୋର୍ଟ ଓ ଅନ୍ୟ ହାଇପ୍ରୋଫାଇଲ୍‌ ଦପ୍ତରରୁ ଦ୍ୱିତୀୟ ଅପିଲ୍‌ର ସୂଚନା ମିଳିବ ନାହିଁ। ଅର୍ଥାତ୍‌ ଏହି ଅଫିସଗୁଡ଼ିକରୁ ନାଗରିକଙ୍କ ସୂଚନା ପାଇବାର ଅଧିକାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।

ସୁପ୍ରିମକୋର୍ଟରେ ପିଟିଶନ
କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଅଧା ଷ୍ଟାଫ୍‌ଙ୍କୁ ନେଇ କାମ କରୁଛି। ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ୧୧ ସୂଚନା କମିଶନର ରହିବା ବ୍ୟବସ୍ଥା ଥିବାବେଳେ ଏବେ ମାତ୍ର ୫ ଜଣ ୟଶବର୍ଦ୍ଧନ କୁମାର ସିହ୍ନା, ବନଜା ଏନ୍‌. ସର୍ନା, ନୀରଜ କୁମାର ଗୁପ୍ତା, ସୁରେଶ ଚନ୍ଦ୍ରା ଏବଂ ଡ. ଅମିତାଭ ପାଣ୍ଡୋଭ୍‌ ଆଇସି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ସିଆଇସିଙ୍କ ସୁନ୍ଦର ବିଲ୍ଡିଂ ଅଫିସରେ ୫୦%ରୁ ଅଧିକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ଅଞ୍ଜଳି ଭରଦ୍ୱାଜ, ଲୋକେଶ କେ. ବାତ୍ରା ଓ ଅମ୍ରିତା ଜୋହରିଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ପୂର୍ବରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଏହା ବିଚାରାଧୀନ ଥିବାବେଳେ ୩ ଆବେଦନକାରୀ ଏହାର ତ୍ୱରିତ ଶୁଣାଣି ପାଇଁ ପୁଣି ଏକ ପିଟିଶନ ଦାଏର କରିଛନ୍ତି। ସିଆଇସି ଭଳି ସାମ୍ବିଧାନିକ ସଂସ୍ଥାରେ ୫ ଆଇସି ଏବଂ ମୁଖ୍ୟ ପଦବୀରେ ତୁରନ୍ତ ନିଯୁକ୍ତି ନିମନ୍ତେ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀମାନେ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri