Posted inଜାତୀୟ

ସମଲିଙ୍ଗୀ ବିବାହକୁ ଆର୍‌ଏସ୍‌ଏସ୍‌ର ବିରୋଧ

ନୂଆଦିଲ୍ଲୀ,୧୫ା୩: ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ସଂସ୍କୃତି ଓ ବିଚାରଧାରାରେ ବିବାହ ଅର୍ଥ କେବଳ ଉପଭୋଗ କରିବା ନୁହେଁ ବୋଲି ଆର୍‌ଏସ୍‌ଏସ୍‌ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବାଲେ କହିଛନ୍ତି। ପରିବାର ଓ ସମାଜର ମଙ୍ଗଳ ପାଇଁ ବିବାହ ଅନୁଷ୍ଠିତ ହୋଇଥାଏ। ଏହା ଶାରୀରିକ ଓ ଯୌନସମ୍ଭୋଗ ପାଇଁ ନୁହେଁ। ସମଲିଙ୍ଗୀ ବିବାଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସହ ଆର୍‌ଏସ୍‌ଏସ୍‌ ସହମତ ବୋଲି ହୋସାବାଲେ କହିଛନ୍ତି। ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସରକାର କହିଥିଲେ, ବିବାହ ଅର୍ଥ ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଏବଂ ଏହି ସଂଜ୍ଞା ସ୍ବୀକୃତି ପାଇଆସିଛି। ନ୍ୟାୟିକ ହସ୍ତକ୍ଷେପ ଦ୍ୱାରା ଏହାକୁ ପ୍ରଭାବିତ କରାଯିବା ଉଚିତ ନୁହେଁ। ପ୍ରକାଶ ଯେ, ଏହାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ପୀଠରେ କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ,୨୫।୭: କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଏକ ଫୁଟବଲ ପଡ଼ିଆ ଉପରେ ଆକ୍ରମଣ କରିଥିଲା। ଦକ୍ଷିଣ-ପଶ୍ଚିମ କଲମ୍ବିଆର ଏକ ଫୁଟବଲ ପଡିଆରେ ଡ୍ରୋନ...

ବିହାର-ଆନ୍ଧ୍ର-ଓଡ଼ିଶା ଭଳି ରାଜ୍ୟ କାହିଁକି ଦାବି କରୁଛନ୍ତି ସ୍ବତନ୍ତ୍ର ମାନ୍ୟତା; ଏଥିଲାଗି ମାନଦଣ୍ଡ କ’ଣ? ମିଳିଥାଏ କେଉଁ ସୁବିଧା…

ନୂଆଦିଲ୍ଲୀ,୨୫।୭: ବଜେଟ ୨୦୨୪ରେ ବିହାର ଏବଂ ଆନ୍ଧ୍ରପ୍ରଦେଶ ଲାଗି ସ୍ବତନ୍ତ୍ର ଘୋଷଣା ହେବା ପରେ ‘ସ୍ବତନ୍ତ୍ର ରାଜ୍ୟ ମାନ୍ୟତା’ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ ରାଜନୀତି...

ବଦଳିବ ରାଷ୍ଟ୍ରପତି ଭବନର ଦରବାର ହଲ୍‌, ଅଶୋକ ହଲ୍‌ର ନାମ, ରହିବ ଏହି ନାଁ…

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଭବନର ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ପରିବର୍ତ୍ତନ କରାଯାଇଛି। ଦରବାର ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଗଣତନ୍ତ୍ର ମଣ୍ଡପ’ ଏବଂ...

ନିଜ ଦଳର ଏମ୍‌ପିଙ୍କୁ ତାଗିଦ୍‌ କଲେ କ୍ୟାବିନେଟ୍‌ ମନ୍ତ୍ରୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୭: ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ହଟ୍ଟଗୋଳ ଲାଗିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଜିତଙ୍କୁ କ୍ଷମା ମାଗିବାକୁ ଦାବି...

ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ ଘଟଣା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଭବ କୁମାର

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ କରିଥିବା ବିଭବ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୧୨ରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

କେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା: ନ୍ୟାୟିକ ହେପାଜତ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସମସ୍ୟା ଦୂର ହେବାର ନାଁ ଧରୁନି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଖଣିଜ ସଂପଦରୁ ଓଡ଼ିଶାକୁ ମିଳିବ ଅଧିକ କର

ନୂଆଦିଲ୍ଲୀ,୨୫।୭: ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତିରେ ଖଣିଜ ସମ୍ପଦ ଭରା ରାଜ୍ୟଗୁଡିକ ପାଇଁ ଏକ ବଡ଼ ବିଜୟ ହୋଇଛି। ପ୍ରଧାନ ବିଚାରପତିଙ୍କ ଦ୍ୱାରା ନଅ ଜଣିଆ ସମ୍ବିଧାନ...

ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri