Posted inଜାତୀୟ

ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍‌ଏସ୍‌ଏସ୍‌ ମୁଖ୍ୟ ହେବାର ଯାତ୍ରା

ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍‌ଏସ୍‌ଏସ୍‌ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ ଶୁକ୍ରବାର ସେ ନିଜର ୭୦ତମ ଜନ୍ମଦିବସ ପାଳନ କରୁଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ୧୯୫୦ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସେ। ୨୦୦୯ରେ ତାଙ୍କୁ ସଂଘର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା।

ତିନି ପିଢ଼ି ଧରି ଭାଗବତଙ୍କ ପରିବାର ଆରଏସ୍‌ଏସ୍‌ ସହ ଜଡ଼ିତ ରହିଆସିଛି। ଭାଗବତଙ୍କ ଜେଜେବାପା ଏବଂ ବାପାଙ୍କ ସହ ମା’ ମଧ୍ୟ ସଂଘର ସଦସ୍ୟ ରହିଥିଲେ। ଜେଜେବାପା ନାରାୟଣ ଭାଗବତ ସଂଘର ସଂସ୍ଥାପକ ଡା. କେଶବରାଓ ବଲିରାମ ହେଡଗେବାରଙ୍କ ସହପାଠୀ ଥିଲେ। ବାପା ମଧୁକର ଭାଗବତଙ୍କ ପରି ମୋହନଙ୍କ ପିଲାଦିନ ସଂଘର ଶାଖାରେ ବିତିଥିଲା। ସେ ଦ୍ୱାଦଶ ପଢ଼ା ଚନ୍ଦ୍ରପୁରରେ ଶେଷ କରିଥିଲେ। ଏହାପରେ ସେ ଡା. ପଞ୍ଜାବରାଓ ଦେଶମୁଖ ଭେଟେନାରୀ କଲେଜରୁ ଡିଗ୍ରୀ ହାସଲ କରିଥିଲେ। ଏହାପରେ ତାଙ୍କୁ ଚନ୍ଦ୍ରପୁରରେ ପଶୁ ବିଭାଗରେ ଭେଟେନାରୀ ଅଫିସର(ଭିଏସ୍‌) ଭାବେ ନିଯୁକ୍ତି ମିଳିଥିଲା।

ଭାରତରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବାର କିଛି ଦିନ ପୂର୍ବରୁ ମୋହନ ସଂଘର ପ୍ରଚାରକ ହୋଇଥିଲେ। ସେତେବେଳେ ତାଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡ଼ିଥିଲା। ୯୦ ଦଶକ ଆର୍‌ଏସ୍‌ଏସ୍‌ ଏବଂ ପୁରା ଦେଶ ପାଇଁ ବହୁତ ଭଲ ରହିଥିଲା। ଏହି ସମୟରେ ରାମ ମନ୍ଦିର ଏବଂ କଶ୍ମୀର ପ୍ରସଙ୍ଗ ଉଠିଥିଲା। ସଂଘର ଶାଖାରେ ଏହି ବିଷୟକୁ ନେଇ ଆଲୋଚନା କରିବାରେ ଭାଗବତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୦୦ରେ ସେ ସଂଘର ସହ ସଂଚାଳକ ନିଯୁକ୍ତ ହୋଇଥିଲେ। ପରେ ମାର୍ଚ୍ଚ ୨୦୦୯ରେ କେ.ଏସ୍‌. ସୁଦର୍ଶନଙ୍କ ପରେ ମୋହନ ଭାଗବତ ୬ଷ୍ଠ ଆର୍‌ଏସ୍‌ଏସ୍‌ ମୁଖ୍ୟ ଭାବେ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri