କିରୋସିନ ଲିଟର ୭୬ ଟଙ୍କା, ଚିନ୍ତାରେ ଖାଉଟି

ଚଣ୍ଡିଖୋଲ,୧୨ା୪(ଡି.ଏନ.ଏ.):କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟର ମୂଲ୍ୟ ବଢ଼ାଇ ଚାଲିଛନ୍ତି। ଏହି ମୂଲ୍ୟବୃଦ୍ଧିରୁ କିରୋସିନ୍‌ ବାଦ୍‌ ପଡିନାହିଁ। ଗତ ୪ମାସ ମଧ୍ୟରେ କିରୋସିନ୍‌ର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ୨୦୨୨ ଜାନୁୟାରୀରେ କିରୋସିନ ଲିଟର ୫୦ଟଙ୍କା ଥିବା ବେଳେ ତାହା ଧିରେ ଧିରେ ବଢି ଏବେ ୭୬ଟଙ୍କାରେ ପହଞ୍ଚତ୍ଲାଣି। ୨୦୨୦ ଏପ୍ରିଲରେ କିରୋସିନର ଲିଟର ପ୍ରତି ମୂଲ୍ୟ ୧୫ଟଙ୍କା ଥିଲା। ଏବେ ୫ଗୁଣା ମୂଲ୍ୟ ବୃଦ୍ଧି ପାଇଛି। ସେଥିପାଇଁ ହିତାଧିକାରୀମାନେ ରାଶନ କାର୍ଡରେ କିରୋସିନ ନେବାକୁ ଅମଙ୍ଗ ହେଉଥିବା ଅଭିଯୋଗ ହୋଇଛି।
ସାଧାରଣତଃ ଗ୍ରାମାଞ୍ଚଳରେ କିରୋସିନର ଅଧିକ ବ୍ୟବହାର ହୋଇଥାଏ। ଯେଉଁମାନଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ ନାହିଁ ସେମାନେ କିରୋସିନ ଉପରେ ନିର୍ଭରଶୀଳ। ଏପରିକି ଆଦିବାସୀପଡ଼ାରେ ଡ଼ିବି ଓ ଲଣ୍ଠନ ଆଲୁଅ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହା ସହ ଗ୍ରାମାଞ୍ଚଳରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଯୋଗୁ କିରୋସିନ୍‌ର ଆବଶ୍ୟକତା ଅଧିକ ରହିଥାଏ। ଏପରି କି ଯେଉଁମାନେ ଜାଳେଣୀ ଗ୍ୟାସ୍‌ ସିଲିଣ୍ଡର କିଣିପାରୁ ନାହାଁନ୍ତି ସେମାନେ କିରୋସିନରେ ଷ୍ଟୋଭ ଜଳାଇ ରୋଷେଇ କରିଥାନ୍ତି। ଏବେ କିରୋସିନର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଗରିବଙ୍କ ପାଇଁ ମହଙ୍ଗା ମାଡ଼ ସଦୃଶ ହୋଇଛି। କେବଳ ସେତିକି ନୁହେଁ ସରକାରଙ୍କ ତରଫରୁ ପୂର୍ବରୁ ମୁଣ୍ଡପିଛା କିରୋସିନ୍‌ ୨ଲିଟର ଦିଆଯାଉଥିବା ବେଳେ ଏହା ଏବେ ତାହା କମି ୧ଲିଟର ୩.୪୦ ମିଲିଲିଟର ପ୍ରଦାନ କରିବାକୁ ସ୍ଥିର ହୋଇଯାଇଛି। ସେଥିପାଇଁ ଗ୍ରାମାଞ୍ଚଳରେ ଯୋଗାଣ କରୁଥିବା ସରକାରୀ ରିଟେଲର ଓ ପାଇକାରୀ ବିକ୍ରେତାମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। କିରୋସିନର ମୂଲ୍ୟ ବୃଦ୍ଧି ଯୋଗୁ ହିତାଧିକାରୀମାନେ ନେବେ ନାହିଁ ବୋଲି ରିଟେଲରମାନେ କହୁଛନ୍ତି। ସେଥିପାଇଁ ସେମାନେ ଡ଼ିପୋରୁ କିରୋସିନ ଉଠାଉ ନାହାନ୍ତି। ହେଲେ ଡ଼ିପୋ ମାଲିକମାନେ ଆବଶ୍ୟକ ପରିମାଣର କିରୋସିନ ଉଠାଇବାକୁ ରିଟେଲରମାନଙ୍କ ଉପରେ ଚାପ ପକାଉଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୂଲ୍ୟ ବୃଦ୍ଧି ଘଟିଛି। ଆମେ ଆଉ କିରୋସିନ୍‌ ନେବୁ ନାହିଁ ବୋଲି ମଙ୍ଗଳା ସୋରେନ୍‌, କିଷାନ ସୋରେନ୍‌, ପୁରସ୍ତମ ସେଠୀ, ଅନାଦୀ ସେଠୀ ପ୍ରମୁଖ ବହୁ ହିତାଧିକାରୀ କହିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, କିରୋସିନ୍‌ର ମୂଲ୍ୟ ସରକାର ସ୍ଥିର କରୁଛନ୍ତି। ସେହି ନିଷ୍ପତ୍ତି ଅନୁଯାୟୀ ଆମେ ବିକ୍ରି କରିବାକୁ ବାଧ୍ୟ। ଏଥିରେ ଆମର କିଛି କରିବାର କ୍ଷମତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri