କିରୋସିନ ଲିଟର ୭୬ ଟଙ୍କା, ଚିନ୍ତାରେ ଖାଉଟି

ଚଣ୍ଡିଖୋଲ,୧୨ା୪(ଡି.ଏନ.ଏ.):କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟର ମୂଲ୍ୟ ବଢ଼ାଇ ଚାଲିଛନ୍ତି। ଏହି ମୂଲ୍ୟବୃଦ୍ଧିରୁ କିରୋସିନ୍‌ ବାଦ୍‌ ପଡିନାହିଁ। ଗତ ୪ମାସ ମଧ୍ୟରେ କିରୋସିନ୍‌ର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ୨୦୨୨ ଜାନୁୟାରୀରେ କିରୋସିନ ଲିଟର ୫୦ଟଙ୍କା ଥିବା ବେଳେ ତାହା ଧିରେ ଧିରେ ବଢି ଏବେ ୭୬ଟଙ୍କାରେ ପହଞ୍ଚତ୍ଲାଣି। ୨୦୨୦ ଏପ୍ରିଲରେ କିରୋସିନର ଲିଟର ପ୍ରତି ମୂଲ୍ୟ ୧୫ଟଙ୍କା ଥିଲା। ଏବେ ୫ଗୁଣା ମୂଲ୍ୟ ବୃଦ୍ଧି ପାଇଛି। ସେଥିପାଇଁ ହିତାଧିକାରୀମାନେ ରାଶନ କାର୍ଡରେ କିରୋସିନ ନେବାକୁ ଅମଙ୍ଗ ହେଉଥିବା ଅଭିଯୋଗ ହୋଇଛି।
ସାଧାରଣତଃ ଗ୍ରାମାଞ୍ଚଳରେ କିରୋସିନର ଅଧିକ ବ୍ୟବହାର ହୋଇଥାଏ। ଯେଉଁମାନଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ ନାହିଁ ସେମାନେ କିରୋସିନ ଉପରେ ନିର୍ଭରଶୀଳ। ଏପରିକି ଆଦିବାସୀପଡ଼ାରେ ଡ଼ିବି ଓ ଲଣ୍ଠନ ଆଲୁଅ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହା ସହ ଗ୍ରାମାଞ୍ଚଳରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଯୋଗୁ କିରୋସିନ୍‌ର ଆବଶ୍ୟକତା ଅଧିକ ରହିଥାଏ। ଏପରି କି ଯେଉଁମାନେ ଜାଳେଣୀ ଗ୍ୟାସ୍‌ ସିଲିଣ୍ଡର କିଣିପାରୁ ନାହାଁନ୍ତି ସେମାନେ କିରୋସିନରେ ଷ୍ଟୋଭ ଜଳାଇ ରୋଷେଇ କରିଥାନ୍ତି। ଏବେ କିରୋସିନର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଗରିବଙ୍କ ପାଇଁ ମହଙ୍ଗା ମାଡ଼ ସଦୃଶ ହୋଇଛି। କେବଳ ସେତିକି ନୁହେଁ ସରକାରଙ୍କ ତରଫରୁ ପୂର୍ବରୁ ମୁଣ୍ଡପିଛା କିରୋସିନ୍‌ ୨ଲିଟର ଦିଆଯାଉଥିବା ବେଳେ ଏହା ଏବେ ତାହା କମି ୧ଲିଟର ୩.୪୦ ମିଲିଲିଟର ପ୍ରଦାନ କରିବାକୁ ସ୍ଥିର ହୋଇଯାଇଛି। ସେଥିପାଇଁ ଗ୍ରାମାଞ୍ଚଳରେ ଯୋଗାଣ କରୁଥିବା ସରକାରୀ ରିଟେଲର ଓ ପାଇକାରୀ ବିକ୍ରେତାମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। କିରୋସିନର ମୂଲ୍ୟ ବୃଦ୍ଧି ଯୋଗୁ ହିତାଧିକାରୀମାନେ ନେବେ ନାହିଁ ବୋଲି ରିଟେଲରମାନେ କହୁଛନ୍ତି। ସେଥିପାଇଁ ସେମାନେ ଡ଼ିପୋରୁ କିରୋସିନ ଉଠାଉ ନାହାନ୍ତି। ହେଲେ ଡ଼ିପୋ ମାଲିକମାନେ ଆବଶ୍ୟକ ପରିମାଣର କିରୋସିନ ଉଠାଇବାକୁ ରିଟେଲରମାନଙ୍କ ଉପରେ ଚାପ ପକାଉଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୂଲ୍ୟ ବୃଦ୍ଧି ଘଟିଛି। ଆମେ ଆଉ କିରୋସିନ୍‌ ନେବୁ ନାହିଁ ବୋଲି ମଙ୍ଗଳା ସୋରେନ୍‌, କିଷାନ ସୋରେନ୍‌, ପୁରସ୍ତମ ସେଠୀ, ଅନାଦୀ ସେଠୀ ପ୍ରମୁଖ ବହୁ ହିତାଧିକାରୀ କହିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, କିରୋସିନ୍‌ର ମୂଲ୍ୟ ସରକାର ସ୍ଥିର କରୁଛନ୍ତି। ସେହି ନିଷ୍ପତ୍ତି ଅନୁଯାୟୀ ଆମେ ବିକ୍ରି କରିବାକୁ ବାଧ୍ୟ। ଏଥିରେ ଆମର କିଛି କରିବାର କ୍ଷମତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri