ଯାଜପୁର ମ୍ୟୁନିସିପାଲିଟି: ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍‌

ଯାଜପୁର ଅଫିସ,୩୦।୭: ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍‌ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍‌ କରାଯାଇଛି। ୨୦୧୯-୨୦ ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଓ କଟକ ଜେନେରାଲ ଆଡମିନିଷ୍ଟ୍ରେଶନ (ଭିଜିଲାନ୍ସ) ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟର ଯୁଗ୍ମ ନିର୍ଦ୍ଦେଶକ ୨୯ା୭ା୨୦୨୧ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି। ଯାଜପୁର ତହସିଲରେ ବହୁ ଚର୍ଚ୍ଚିତ ୪.୯୩ କୋଟି ଟଙ୍କାର ଅନିୟମିତତାର ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ମ୍ୟୁନିସିପାଲିଟିରେ ଏଭଳି ଟଙ୍କା ଆତ୍ମସାତ୍‌ ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲୋକାଲ ଫଣ୍ଡ ଅଡିଟ୍‌ ପକ୍ଷରୁ ୨୦୧୯-୨୦ ବର୍ଷରେ ଯାଜପୁର ପୌରାଞ୍ଚଳର ଆର୍ଥିକ କାରବାର ଉପରେ ସ୍ବତନ୍ତ୍ର ଅଡିଟ ହୋଇଥିଲା। ଉକ୍ତ ଅଡିଟରେ ମୋଟ ୩,୫୯,୭୮୪ ଟଙ୍କା ମଧ୍ୟରୁ ୯୫,୭୯୩ ଟଙ୍କା ସଂପୃକ୍ତ ଅଧିକାରୀ ଦିୱାନ ମୁର୍ମୁଙ୍କ ଦରମାରୁ ଅସୁଲି କରାଯାଇଥିଲା। ଅବଶିଷ୍ଟ ବାର୍ଷିକ ୧୮ ପ୍ରତିଶତ ସୁଧ ସହ ୨,୬୩,୯୯୧ ଟଙ୍କା ଅସୁଲି କରିବାର ଅଛି ବୋଲି ଅଡିଟ ପକ୍ଷରୁ ୨୦୨୦-୨୧ର ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। କ୍ୟାସିୟରଙ୍କ ରିସିଭ ବହି ତଦନ୍ତ ସମୟରେ ୩,୪୧,୨୮୪ ଟଙ୍କା ବିଭିନ୍ନ କ୍ଷେତ୍ରରୁ ଆଦାୟ ହୋଇଥିବା ଜଣାପଡିଥିଲା। ତେବେ ଉକ୍ତ ଅର୍ଥ ମ୍ୟୁନିସିପାଲିଟିର କ୍ୟାସ୍‌ବୁକ୍‌ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ନ ଥିଲା। ଅଡିଟ୍‌ ରିପୋର୍ଟ ଅନୁସାରେ ହୋଲ୍‌ଡିଂ ଟ୍ୟାକ୍ସ ବାବଦକୁ ୧୧ା୩ା୨୦୨୦ରେ ୬୬,୪୧୨ ଟଙ୍କା, ୧୩ା୩ା୨୦୨୦ରେ ୩୬,୫୯୪ ଟଙ୍କା, ୧୬ା୩ା୨୦୨୦ରେ ୪୭,୨୦୮ ଟଙ୍କା, ୧୭ା୩ା୨୦୨୦ରେ ୨୩,୫୪୦ ଟଙ୍କା, ୧୮ା୩ା୨୦୨୦ରେ ୧୭,୦୭୨ ଟଙ୍କା, ୧୯ା୩ା୨୦୨୦ରେ ୩୦,୦୨୮ ଟଙ୍କା, ୨୧ା୩ା୨୦୨୦ରେ ୩୧,୬୬୮ ଟଙ୍କା, ୨୩ା୩ା୨୦୨୦ରେ ୨୨,୮୭୨ ଟଙ୍କା, ୧୭ା୩ା୨୦୨୦ରେ ପେନାଲ୍‌ଟି ଫି ବାବଦରେ ୧୨,୦୦୦ ଟଙ୍କା, ହାଉସରେଣ୍ଟ ବାବଦରେ ୧୮,୦୦୦ ଟଙ୍କା, ଟ୍ରେଡ୍‌ ଲାଇସେନ୍ସ ବାବଦରେ ୨,୫୦୦ ଟଙ୍କା, ହେୟାର ଚାର୍ଜେସ ପିପିଆର ବାବଦରେ ୪,୨୮୦ ଟଙ୍କା, ଟେଣ୍ଡର ପେପରରେ ୫,୦୦୦ ଟଙ୍କା, ୧୮ା୩ା୨୦୨୦ରେ ଟେଣ୍ଡର ପେପରରେ ୫,୦୦୦ ଟଙ୍କା, ୧୯ା୩ା୨୦୨୦ରେ ହାଉସ ରେଣ୍ଟ ବାବଦରେ ୧୮,୮୦୦ ଟଙ୍କା, ଅଡିଟ ରିକଭରି ୩୧୦ ଟଙ୍କା ଅନୁସାରେ ମୋଟ ୩,୪୧,୨୮୪ ଟଙ୍କା କ୍ୟାଶିୟର ଡିୱାନ ମୁର୍ମୁଙ୍କ ଦ୍ୱାରା ଆଦାୟ ହୋଇଥିଲା। ଏହାପରେ କୁସୁମା ପୋଖରୀ ଡିସିଆର ଚେକିଂ ସମୟରେ ୧୮,୫୦୦ ଟଙ୍କା ଆଦାୟ ହୋଇଥିଲାବେଳେ ତାହା ମଧ୍ୟ କ୍ୟାଶିୟର କ୍ୟାସ୍‌ବୁକ୍‌ରେ ଦର୍ଶାଯାଇ ନ ଥିଲା କିମ୍ବା ବ୍ୟାଙ୍କରେ ଜମା ହୋଇ ନ ଥିଲା। ତେବେ ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଉପରୋକ୍ତ ଟଙ୍କା ମଧ୍ୟ ଅସୁଲି ହୋଇ ନ ଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ଶେଷରେ ୨୦୧୯-୨୦ ବର୍ଷର ରିସିଭ ବୁକ, କ୍ୟାଶିୟର କ୍ୟାଶ୍‌ବୁକ୍‌, ଆକାଉଣ୍ଟ କ୍ୟାଶ୍‌ବୁକ୍‌ ଆଦି ତଦନ୍ତ ସମୟରେ ସମୁଦାୟ ୩,୫୯,୭୮୪ ଟଙ୍କା ପୂର୍ବତନ କ୍ୟାଶିୟର ମୁର୍ମୁଙ୍କ ଦ୍ୱାରା ଆମତ୍ସାତ୍‌ ହୋଇଥିବା ଜିଲା ଅଡିଟ୍‌ ଅଧିକାରୀଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି।
ଯାଜପୁର ଜିଲାର ଯାଜପୁର ମ୍ୟୁନିସିପାଲିଟି ଓ ତହସିଲରେ ଟିକସ ଆଦାୟ କରି ଏଭଳି ଆତ୍ମସାତ୍‌ ଘଟଣା ନୂଆ ନୁହେଁ। ଯାଜପୁର ତହସିଲର ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ଆଧାରରେ ୧ା୪ା୨୦୦୬ରୁ ୫ା୪ା୨୦୧୬ ତାରିଖ ପର୍ଯ୍ୟନ୍ତ ୪.୯୩ କୋଟି ସରକାରୀ ଅର୍ଥ ତୋସରପାତ ହୋଇଥିଲା। ଏଥିରେ ସଂପୃକ୍ତ ତହସିଲର ନାଜିର ରଜତ କୁମାର ରାଉତରାୟଙ୍କୁ ନିଲମ୍ବନ କରାଯାଇଥିଲା। ଏହାସହ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା(ଭିଜିଲାନ୍ସ)ରେ ଏକ ମାମଲା(ନଂ.୫/୨୦ା୧ା୨୦୧୮) ରୁଜୁ ହୋଇଥିଲା। କିନ୍ତୁ ଦେଢବର୍ଷରୁ ଊର୍ଦ୍ଧ୍ୱ କାଳ ପର୍ଯ୍ୟନ୍ତ ଭିଜିଲାନ୍ସ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଏହାପରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଗତ ୨୬ା୯ା୨୦୧୯ରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକି ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏବେ ବି ଭିଜିଲାନ୍ସରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

ମାଜିଷ୍ଟ୍ରେଟଙ୍କ ଆଦେଶ ପରେ ହାଜର ହୋଇନଥିଲେ ଦୁଇ ଭାଇ, ଗଲେ ଜେଲ୍

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ଟୁକୁନା ବିଶ୍ଵାଳ ଓ ମଙ୍ଗୁଳୁ ବିଶ୍ଵାଳ ଦୁଇ ଭାଇଙ୍କୁ ବୁଧବାର ପାଟପୁର ପୋଲିସ ୱାରେଣ୍ଟ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri