ଯାଜପୁର ମ୍ୟୁନିସିପାଲିଟି: ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍‌

ଯାଜପୁର ଅଫିସ,୩୦।୭: ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍‌ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍‌ କରାଯାଇଛି। ୨୦୧୯-୨୦ ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଓ କଟକ ଜେନେରାଲ ଆଡମିନିଷ୍ଟ୍ରେଶନ (ଭିଜିଲାନ୍ସ) ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟର ଯୁଗ୍ମ ନିର୍ଦ୍ଦେଶକ ୨୯ା୭ା୨୦୨୧ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି। ଯାଜପୁର ତହସିଲରେ ବହୁ ଚର୍ଚ୍ଚିତ ୪.୯୩ କୋଟି ଟଙ୍କାର ଅନିୟମିତତାର ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ମ୍ୟୁନିସିପାଲିଟିରେ ଏଭଳି ଟଙ୍କା ଆତ୍ମସାତ୍‌ ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲୋକାଲ ଫଣ୍ଡ ଅଡିଟ୍‌ ପକ୍ଷରୁ ୨୦୧୯-୨୦ ବର୍ଷରେ ଯାଜପୁର ପୌରାଞ୍ଚଳର ଆର୍ଥିକ କାରବାର ଉପରେ ସ୍ବତନ୍ତ୍ର ଅଡିଟ ହୋଇଥିଲା। ଉକ୍ତ ଅଡିଟରେ ମୋଟ ୩,୫୯,୭୮୪ ଟଙ୍କା ମଧ୍ୟରୁ ୯୫,୭୯୩ ଟଙ୍କା ସଂପୃକ୍ତ ଅଧିକାରୀ ଦିୱାନ ମୁର୍ମୁଙ୍କ ଦରମାରୁ ଅସୁଲି କରାଯାଇଥିଲା। ଅବଶିଷ୍ଟ ବାର୍ଷିକ ୧୮ ପ୍ରତିଶତ ସୁଧ ସହ ୨,୬୩,୯୯୧ ଟଙ୍କା ଅସୁଲି କରିବାର ଅଛି ବୋଲି ଅଡିଟ ପକ୍ଷରୁ ୨୦୨୦-୨୧ର ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। କ୍ୟାସିୟରଙ୍କ ରିସିଭ ବହି ତଦନ୍ତ ସମୟରେ ୩,୪୧,୨୮୪ ଟଙ୍କା ବିଭିନ୍ନ କ୍ଷେତ୍ରରୁ ଆଦାୟ ହୋଇଥିବା ଜଣାପଡିଥିଲା। ତେବେ ଉକ୍ତ ଅର୍ଥ ମ୍ୟୁନିସିପାଲିଟିର କ୍ୟାସ୍‌ବୁକ୍‌ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ନ ଥିଲା। ଅଡିଟ୍‌ ରିପୋର୍ଟ ଅନୁସାରେ ହୋଲ୍‌ଡିଂ ଟ୍ୟାକ୍ସ ବାବଦକୁ ୧୧ା୩ା୨୦୨୦ରେ ୬୬,୪୧୨ ଟଙ୍କା, ୧୩ା୩ା୨୦୨୦ରେ ୩୬,୫୯୪ ଟଙ୍କା, ୧୬ା୩ା୨୦୨୦ରେ ୪୭,୨୦୮ ଟଙ୍କା, ୧୭ା୩ା୨୦୨୦ରେ ୨୩,୫୪୦ ଟଙ୍କା, ୧୮ା୩ା୨୦୨୦ରେ ୧୭,୦୭୨ ଟଙ୍କା, ୧୯ା୩ା୨୦୨୦ରେ ୩୦,୦୨୮ ଟଙ୍କା, ୨୧ା୩ା୨୦୨୦ରେ ୩୧,୬୬୮ ଟଙ୍କା, ୨୩ା୩ା୨୦୨୦ରେ ୨୨,୮୭୨ ଟଙ୍କା, ୧୭ା୩ା୨୦୨୦ରେ ପେନାଲ୍‌ଟି ଫି ବାବଦରେ ୧୨,୦୦୦ ଟଙ୍କା, ହାଉସରେଣ୍ଟ ବାବଦରେ ୧୮,୦୦୦ ଟଙ୍କା, ଟ୍ରେଡ୍‌ ଲାଇସେନ୍ସ ବାବଦରେ ୨,୫୦୦ ଟଙ୍କା, ହେୟାର ଚାର୍ଜେସ ପିପିଆର ବାବଦରେ ୪,୨୮୦ ଟଙ୍କା, ଟେଣ୍ଡର ପେପରରେ ୫,୦୦୦ ଟଙ୍କା, ୧୮ା୩ା୨୦୨୦ରେ ଟେଣ୍ଡର ପେପରରେ ୫,୦୦୦ ଟଙ୍କା, ୧୯ା୩ା୨୦୨୦ରେ ହାଉସ ରେଣ୍ଟ ବାବଦରେ ୧୮,୮୦୦ ଟଙ୍କା, ଅଡିଟ ରିକଭରି ୩୧୦ ଟଙ୍କା ଅନୁସାରେ ମୋଟ ୩,୪୧,୨୮୪ ଟଙ୍କା କ୍ୟାଶିୟର ଡିୱାନ ମୁର୍ମୁଙ୍କ ଦ୍ୱାରା ଆଦାୟ ହୋଇଥିଲା। ଏହାପରେ କୁସୁମା ପୋଖରୀ ଡିସିଆର ଚେକିଂ ସମୟରେ ୧୮,୫୦୦ ଟଙ୍କା ଆଦାୟ ହୋଇଥିଲାବେଳେ ତାହା ମଧ୍ୟ କ୍ୟାଶିୟର କ୍ୟାସ୍‌ବୁକ୍‌ରେ ଦର୍ଶାଯାଇ ନ ଥିଲା କିମ୍ବା ବ୍ୟାଙ୍କରେ ଜମା ହୋଇ ନ ଥିଲା। ତେବେ ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଉପରୋକ୍ତ ଟଙ୍କା ମଧ୍ୟ ଅସୁଲି ହୋଇ ନ ଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ଶେଷରେ ୨୦୧୯-୨୦ ବର୍ଷର ରିସିଭ ବୁକ, କ୍ୟାଶିୟର କ୍ୟାଶ୍‌ବୁକ୍‌, ଆକାଉଣ୍ଟ କ୍ୟାଶ୍‌ବୁକ୍‌ ଆଦି ତଦନ୍ତ ସମୟରେ ସମୁଦାୟ ୩,୫୯,୭୮୪ ଟଙ୍କା ପୂର୍ବତନ କ୍ୟାଶିୟର ମୁର୍ମୁଙ୍କ ଦ୍ୱାରା ଆମତ୍ସାତ୍‌ ହୋଇଥିବା ଜିଲା ଅଡିଟ୍‌ ଅଧିକାରୀଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି।
ଯାଜପୁର ଜିଲାର ଯାଜପୁର ମ୍ୟୁନିସିପାଲିଟି ଓ ତହସିଲରେ ଟିକସ ଆଦାୟ କରି ଏଭଳି ଆତ୍ମସାତ୍‌ ଘଟଣା ନୂଆ ନୁହେଁ। ଯାଜପୁର ତହସିଲର ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ଆଧାରରେ ୧ା୪ା୨୦୦୬ରୁ ୫ା୪ା୨୦୧୬ ତାରିଖ ପର୍ଯ୍ୟନ୍ତ ୪.୯୩ କୋଟି ସରକାରୀ ଅର୍ଥ ତୋସରପାତ ହୋଇଥିଲା। ଏଥିରେ ସଂପୃକ୍ତ ତହସିଲର ନାଜିର ରଜତ କୁମାର ରାଉତରାୟଙ୍କୁ ନିଲମ୍ବନ କରାଯାଇଥିଲା। ଏହାସହ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା(ଭିଜିଲାନ୍ସ)ରେ ଏକ ମାମଲା(ନଂ.୫/୨୦ା୧ା୨୦୧୮) ରୁଜୁ ହୋଇଥିଲା। କିନ୍ତୁ ଦେଢବର୍ଷରୁ ଊର୍ଦ୍ଧ୍ୱ କାଳ ପର୍ଯ୍ୟନ୍ତ ଭିଜିଲାନ୍ସ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଏହାପରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଗତ ୨୬ା୯ା୨୦୧୯ରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକି ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏବେ ବି ଭିଜିଲାନ୍ସରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?