୨୨୦ କୋଟି ଟଙ୍କାର କୋକେନ୍‌ ଜବତ ମାମଲା: ଜାହାଜକୁ ପିଆଇସିଟି ବର୍ଥରୁ ସାଉଥ କେ ସ୍ଥାନାନ୍ତର

ପାରାଦୀପ,୭।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ ‘ଏମ୍‌ଭି ଦେବୀ’ରୁ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଘଟଣା କ୍ରମଶଃ ଜଟିଳ ହେଉଛି। ଗୁରୁବାର ଉକ୍ତ ଜାହାଜ ପିଆଇସିଟି(ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ପାରାଦୀପ ବନ୍ଦର ସାଉଥ କେ ବର୍ଥକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଜାହାଜ ରହିବ। ସେଥିରେ ୨୧ ଜଣ ଭିଏଟ୍‌ନାମ ନାବିକ ନଜରବନ୍ଦୀ ହୋଇ ରହିବେ। ତଦନ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ସ୍ଥିତି ସେହିଭଳି ରହିବ।

ଜାହାଜରେ ବୋଝେଇ ହୋଇଥିବା ଜେଏସ୍‌ପିଏଲ୍‌ର ପ୍ରାୟ ୫ହଜାର ମେଟ୍ରିକ୍‌ ଟନ ଷ୍ଟିଲ କାର୍ଗୋ ସେମିତି ଜାହାଜ ଭିତରେ ରହିଛି। କାର୍ଗୋକୁ ଲାସିଂ (ହଲଚଲ ନହେବା ପାଇଁ ପ୍ୟାକିଂ କରାଯିବା) କରାଯାଇଛି। ଅପରପକ୍ଷେ ଏହି କୋକେନ୍‌ ଘଟଣାକୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାର ସଙ୍ଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ ଏନ୍‌ଏଚ୍‌ଆରସି (ଜାତୀୟ ମାନବିକ ଅଧିକାର କମିଶନ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ଏନ୍‌ଏଚ୍‌ଆରସି ୨୦୨୦୯/୨୦୨୩ ରେ ମାମଲା ରୁଜୁ ହୋଇଛି। ପାରାଦୀପ ବନ୍ଦରରେ ଏତେ ପରିମାଣରେ କୋକେନ୍‌ ଜବତ ହେବା ଏବଂ ଏଥିରେ ଜାତୀୟ ସ୍ବାର୍ଥ ଥିବାରୁ ତାକୁ ନିରପେକ୍ଷ ତଦନ୍ତ କରାଯିବା ପାଇଁ ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri