୨୨ କୋଟିର ଟୁଇଟ୍‌ ୨୧ ହଜାର ଟଙ୍କା

ଓ୍ବାଶିଂଟନ୍‌, ୧୫ା୪:ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ପ୍ରଥମ ଟୁଇଟ୍‌ର ଏନ୍‌ଏଫ୍‌ଟିକୁ କିଣିଥିବା ବ୍ୟକ୍ତିଙ୍କୁ ବଡ଼ ଝଟକା ଲାଗିଛି। ୨୦୦୬ ମେ ୨୧ରେ ଡୋର୍ସି କରିଥିବା ଟୁଇଟ୍‌କୁ ଉଦ୍ୟୋଗୀ ସାଇନା ଏଷ୍ଟାଭି ୨.୯ ମିଲିୟନ ଡଲାର (ପ୍ରାୟ ୨୨ କୋଟି ଟଙ୍କା)ରେ କିଣିଥିବାବେଳେ ନିଲାମ ବେଳେ ତାହା ସର୍ବାଧିକ ୨୮୦ ଡଲାର (୨୧,୩୩୪ ଟଙ୍କା) ପର୍ଯ୍ୟନ୍ତ ଯାଇଛି। ଏଷ୍ଟାଭି ଗତ ସପ୍ତାହରେ ଏହି ଟୁଇଟ୍‌କୁ ୪୮ ମିଲିୟନ ଡଲାର (୩୬୫,୭୩,୧୪,୪୦୦ ଟଙ୍କା)ରେ ବିକ୍ରି କରିବା ପାଇଁ ନିଲାମ ଡାକିଥିଲେ। ନିଲାମ ଅର୍ଥର ଅଧାଭାଗ ସେ ଦାତବ୍ୟ ସଂସ୍ଥାକୁ ଦାନ କରିବେ ବୋଲି ଘୋଷଣା କରିଥିଲେ। ମ୍ୟାଲେସିଆର ଦୁଇ କ୍ରିପ୍ଟୋକରେନ୍ସି କମ୍ପାନୀର ମାଲିକ ହେଉଛନ୍ତି ସାଇନା ଏଷ୍ଟାଭି। ଅର୍ଥ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ଗତ ବର୍ଷ ମେ’ରେ ତାଙ୍କୁ ଇରାନରେ ଗିରଫ କରାଯାଇଥିଲା। ୯ ମାସ ଜେଲରେ ରହିବା ପରେ ସେ ମୁକୁଳିଥିଲେ। ତାଙ୍କ କ୍ରିପ୍ଟୋ କମ୍ପାନୀ ‘କ୍ରିପ୍ଟୋଲ୍ୟାଣ୍ଡ’ ଇରାନର ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ହୋଇଥିବାବେଳେ ଏଷ୍ଟାଭିଙ୍କ ଗିରଫଦାରି ପରେ ତାହା ବନ୍ଦ ହୋଇଯାଇଥିଲା।
ନନ୍‌ ଫଞ୍ଜିବୁଲ ଟୋକେନ (ଏନ୍‌ଏଫ୍‌ଟି) ଏକ ପ୍ରକାର ଡିଜିଟାଲ ଆସେଟ୍‌। ଏନ୍‌ଏଫ୍‌ଟିର ମାଲିକାନା ବ୍ଲକ୍‌ଚେନ୍‌ରେ ଏନ୍‌କୋଡ୍‌ କରାଯାଇଥାଏ। ଫଟୋ, ଭିଡିଓ, ଟୁଇଟ୍‌, ଚିତ୍ର ଭଳି କୌଣସି ଅସାଧାରଣ ଜିନିଷକୁ ଜଣେ ଏନ୍‌ଏଫ୍‌ଟିରେ ପରିବର୍ତ୍ତନ କରି ଏହି ଡିଜିଟାଲ ସମ୍ପତ୍ତି ଉପରେ ନିୟନ୍ତ୍ରଣ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଭାଲୁ ଆଣିଲେ ପ୍ରାର୍ଥୀ

କାଲିଫର୍ନିଆ, ୬ା୫ : ଆମେରିକାର କାଲିଫର୍ନିଆ ଗଭର୍ନର ନିର୍ବାଚନୀ ରାଲିରେ ରିପବ୍ଲିକାନ ପ୍ରାର୍ଥୀ ସାଥିରେ ଆଣିଥିଲେ ଏକ ଭାଲୁ। ଜନ କକ୍ସ ‘ବ୍ୟୁଟି ଆଣ୍ଡ୍‌ ଦି...

ଭୂତଳ ଜଳ ୧.୨ ବିଲିୟନ ବର୍ଷ ପୁରୁଣା

ଟରଣ୍ଟୋ, ୨୫।୧୨: ମାଟି ତଳେ ରହୁଥିବା ଜୀବମାନଙ୍କ ପାଇଁ ଭୂତଳ ଜଳ ଏକ ଜରୁରୀ ଉପାଦାନ। ଓ୍ବାଟର ସାଇକେଲ୍‌ ବା ଜଳଚକ୍ର ଦ୍ୱାରା ଏହି ଭୂତଳ...

ମିସିଗାନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୧୪।୨ : ଆମେରିକାର ମିସିଗାନରେ ଅବସ୍ଥିତ ଷ୍ଟେଟ ୟୁନିଭରସିଟି କ୍ୟାମ୍ପସରେ ଗୁଳକାଣ୍ଡ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ...

ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୨୭ ମୃତ

ଜାକର୍ତ୍ତା,୧୧।୩: ଇଣ୍ଡୋନେସିଆରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ୨୦ ମିଟର ତଳକୁ ଖସି ପଡ଼ିଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୯...

ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ: ୧୦ ବର୍ଷରେ ଲକ୍ଷେ ୬୦ ହଜାର ଚିହ୍ନଟ

ଇସଲାମାବାଦ୍‌,୧୧।୯: ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ ଦେଖାଦେଇଛି। ଗତ ୧୦ ବର୍ଷ ମଧ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇ ଲକ୍ଷେ ୬୦ ହଜାରରେ...

ତାଲିବାନ୍‌ କ୍ଷମତା ଦଖଲ ନେଇ ୫୫ ପ୍ରତିଶତ ପାକିସ୍ତାନୀ ଖୁସି…

ଇସଲାମାବାଦ,୧୨।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବା ନେଇ ୫୫ ପ୍ରତିଶତ ପାକିସ୍ତାନୀ ନାଗରିକ ଖୁସି ହୋଇଛନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ...

ବାଇଡେନଙ୍କୁ ଟ୍ରମ୍ପଙ୍କ ଚ୍ୟାଲେଞ୍ଜ

ଓ୍ବାଶିଂଟନ,୧୯ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର କୋର୍ଟରେ ହାଜର ହୋଇ ଜାନୁୟାରୀ ୬ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଡକ୍ୟୁମେଣ୍ଟ ଉପରେ ପ୍ରତିବନ୍ଧକ...

ବାଇଡେନ ଦମ୍ପତିଙ୍କୁ ସ୍ବତନ୍ତ୍ର ବ୍ରୋଚ୍‌ ଉପହାର ଦେଲେ ମୋଦି

ବର୍ଲିନ,୨୮।୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶର ନେତାଙ୍କ ପାଇଁ...

Advertisement
Archives

Model This Week