୨ କୋଟି ଟଙ୍କାର ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ, ଏଥିରେ ରହିଛି ଏସବୁ ସୁବିଧା

ଚିତ୍ରକୋଣ୍ଡା,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ମାତ୍ର ଅଞ୍ଚଳ ବଡ଼ପଡ଼ାଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଏକ ପୋଟେବୁଲ ହେଲ୍‌ଥ କେୟାର ୟୁନିଟ୍‌ ନିର୍ମାଣ କରାଯାଇଛି ଯାହାକି ମାତ୍ର ଦୁଇ ସପ୍ତାହ ମଧ୍ୟରେ ତିଆରି ହୋଇଛି। ୨ କୋଟି ଟଙ୍କାର ଅତ୍ୟାଧୁନିକ ଆକର୍ଷଣୀୟ ଭ୍ରାମ୍ୟମାଣ ମେଡିକାଲ। ଯେଉଁଥିରେ ୫୦ ଶଯ୍ୟା ବିଶିଷ୍ଟ ବେଡ୍‌ ରହିଛି, ଚାରି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି,ପ୍ରତି ଓ୍ବାର୍ଡରେ ଶୀତତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି। ଅକ୍ସିଜେନ ବ୍ୟବସ୍ଥା ସହ ଭେଣ୍ଟିଲେଟର ରହିଛି, ଡାକ୍ତର ଓ ସିଷ୍ଟର ରହିବା ପାଇଁ ରୁମ୍‌ ରହିଛି, ରୋଗୀ ଏବଂ କର୍ମଚାରୀମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରାଯାଇଛି l କେବଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ଅପେକ୍ଷାରେ ରହିଛି ଉକ୍ତ ମେଡିକାଲ। ଉକ୍ତ ମେଡିକାଲକୁ କେବଳ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଇନ୍‌ଫ୍ରାଷ୍ଟକ୍‌ଚର ସୁବିଧା ଯୋଗାଇ ଦିଆଯାଇଛି ମାତ୍ର ସମସ୍ତ ପାରାମେଡିକାଲ ଷ୍ଟାଫ୍‌ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଯୋଗାଇଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି...

ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର

ବଲାଙ୍ଗୀର ଅଫିସ,୨୪ା୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁକ୍ତଦୁଇ ଛାତ୍ରୀ (୧୬)ଙ୍କୁ ସୋମବାର ଅପହରଣ କରାଯାଇଥିଲା। ସମ୍ପୃକ୍ତା ଅପହୃତା ନାବାଳିକା...

ଆଉ ୩ଦିନ ତାତି, ୪ରୁ ପୁଣି ବର୍ଷା

ଭୁବନେଶ୍ୱର,୧ା୮(ବ୍ୟୁରୋ): ଶ୍ରାବଣ ମାସରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ...

ବୁଗୁଡାଥାନାର ପୁଣି ୧୬ପୋଲିସ କର୍ମଚାରୀଙ୍କ ସହ କାନସୁକା ଗ୍ରାମର ସ୍ବାମୀ, ସ୍ତ୍ରୀ କରୋନା ସଂକ୍ରମିତ

ବୁଗୁଡା,୪।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡା ବ୍ଳକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମର ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ...

ଚତୁର୍ଥୀରେ ନବଦମ୍ପତିଙ୍କ ମୃତ୍ୟୁ

ଗୋପାଳପୁର,୧୪ା୨(ଡି.ଏନ.ଏ.):ଚାରିଦିନ ଦିନ ପୂର୍ବେ ପଡ଼ିଥିଲା ହାତଗଣ୍ଠି। ପାଦରୁ ଅଳତା ଲିଭିନି। ଘରୁ ମଧ୍ୟ ବିଦା ହୋଇନାହାନ୍ତି ବନ୍ଧୁବାନ୍ଧବ। ହେଲେ ଚତୁର୍ଥୀ ଦିନରେ ଲିଭିଗଲା ନବ ଦମ୍ପତିଙ୍କ...

ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ରାଜଧାନୀରେ ‘ଅଗ୍ନିପଥ’ ବିରୋଧ ତେଜୁଛି

ଭୁବନେଶ୍ୱର, ୧୯।୬ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ନିଅଁା ଜଳିବାରେ ଲାଗିଛି। କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ...

ବାରବାର ଆବେଦନ କରି ନିରାଶ: ଭତାରୁ ବଁଚିତ୍‌ ଲକ୍ଷ୍ମୀଧର, ସୁଶୀଲା

କଣ୍ଟାମାଳ, ୯ା୧(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ ମାଣ୍ଡିଆଯୋର ଗଁାର ଲକ୍ଷ୍ମୀଧର ବେହେରା(୫୪) ଆର ବିଧବା ସୁଶୀଲା ଭୋଇ(୪୭) ଭତାରୁ ବଁଚିତ୍‌...

Advertisement
Archives

Model This Week