୫ଶହ ଟଙ୍କା ଭତ୍ତା ପାଇଁ ଦେଢ଼ଶହ ଟଙ୍କା ରିକ୍ସାଭଡ଼ା

ଲୋଇସିଂହା,୧୦ା୫(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ନୂଆପଡାର ଜଣେ ବୃଦ୍ଧା ୫ ଶହ ଟଙ୍କ ଭତ୍ତା ପାଇଁ ୧୫୦ ଟଙ୍କା ରିକ୍ସା ଭଡା କରିବା ଏଠାରେ ଆଲୋଚନାର ବିଷୟ ହୋଇଛି। ଲୋଇସିଂହା ପଞ୍ଚାୟତ ସଦର ଗ୍ରାମ ନୂଆପଡାର ବିଧବା ମଥୁରା ମେହେର(୯୫)। ବୟସାଧିକ ଯୋଗୁ ଠିକ୍‌ଭାବେ କହି ପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ଦୃଷ୍ଟିଶକ୍ତି କ୍ଷୀଣ ହୋଇ ଗଲାଣି। ଅନ୍ୟର ସାହାରରେ ଜୀବନ ବିତୁଛି। ଏବେ ବ୍ୟାଙ୍କ ଆକଉଣ୍ଟରେ ଅନଲାଇନରେ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ନ ଦେଖିଲେ ବ୍ୟାଙ୍କ କର୍ମଚାରୀ ଟଙ୍କା ଦେଉନାହାନ୍ତି। ମଙ୍ଗଳବାର ପୁଅ ପ୍ରବୀର ସହ ମଥୁରା ଏକ ରିକ୍ସାରେ ସ୍ଥାନୀୟ ଇଣ୍ଡିଆନ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବାକୁ ଆସିଥିଲେ। ପାହାଚ ଚଢି ବ୍ୟାଙ୍କ ଭିରତକୁ ଯାଇ ନ ପାରିବାରୁ ରିକ୍ସାରେ ବସି ରହିଥିଲେ ମଥୁରା  ପୁଅ ବ୍ୟାଙ୍କରୁ ଏକ ଟଙ୍କା ଉଠାଣ ଭାଉଚର ଆଣି ମଥୁରାଙ୍କ ଟିପ ଚିହ୍ନ ନେଇ ଟଙ୍କା ଉଠାଣ କରିଥିଲେ। ଅପରପକ୍ଷେ ରିକ୍ସାଭଡା ୧୫୦ ଟଙ୍କା ଯୋଗୁ ପ୍ରତିମାସ ବ୍ୟାଙ୍କକୁ ଆସି ଭତ୍ତା ଟଙ୍କା ନେବା ସମ୍ଭବ ହେଉନାହିଁ। ପ୍ରତି ୩ରୁ ୪ ମାସରେ ଥରେ ବ୍ୟାଙ୍କକୁ ଆସି ମା’ଙ୍କ ଭତ୍ତା ଟଙ୍କା ଉଠାଣ କରୁଥିବା ପ୍ରବୀର କହିଛନ୍ତି। ୮୦ ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୮ ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ଏଠାରେ ୯୫ ବର୍ଷ ବୟସ୍କା ମଥୁରାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତାଙ୍କୁ ୮ଶହ ବଦଳରେ ୫ଶହ ମିଳୁଛି। ଏଥିପ୍ରତି ବ୍ଲକ ପ୍ରଶାସନ ଓ ସମାଜିକ ସୁରକ୍ଷା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri