Posted inଖେଳ

କୋହଲି ଅଷ୍ଟମ ଶତକ ବୃଥା, ରାଜସ୍ଥାନକୁ ଜିତାଇଲେ ବଟଲର

ଜୟପୁର,୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ବିରାଟ କୋହଲି ଅଷ୍ଟମ ଶତକ ସତ୍ତ୍ୱେ ପରାଜିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଶତକୀୟ ମ୍ୟାଚରେ ଜୋଶ ବଟଲରଙ୍କ ୧୦୦* ରନ ବଳରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଶନିବାର କୋହଲିଙ୍କ ୧୧୩* ରନ୍‌ ବଳରେ ଆରସିବି ୩ ଉଇକେଟରେ ୧୮୩ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରରେ ୪ ଉଇକେଟ ହରାଇ ୧୮୯ ରନ୍‌ କରିଥିଲା। କ୍ରମାଗତ ଚତୁର୍ଥ ମ୍ୟ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ।

ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନେଇଥିଲା। ବିରାଟ କୋହଲି(୧୧୩*) ଓ ଫାଫ୍‌ ଡୁପ୍ଲେସି(୪୪) ପ୍ରଥମ ଉଇକେଟରେ ୧୨୫ ରନ୍‌ ଯୋଡିଥିଲେ। ଫାଫ୍‌ ୩୩ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ସହିତ ୪୪ ରନ୍‌ ସ୍କୋର କରିଥିଲେ। ତେବେ ପ୍ରଥମ ଉଇକେଟର ପତନ ପରେ ଆରସିବିର ସ୍କୋରିଂ ହାର ଧୀମେଇ ଯାଇଥିଲା। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩ ବଲ୍‌ରୁ ୧ ରନ୍‌ କରିଥିବା ବେଳେ କାମେରନ୍‌ ଗ୍ରୀନ୍‌ ୬ ବଲ୍‌ରୁ ୫ ରନ୍‌ କରି ପାରିଥିଲେ।

କୋହଲି ଗୋଟିଏ ପଟରୁ ଇନିଂସ ସମ୍ଭାଳିବା ସହ ୧୧୩ ରନ୍‌ କରିଥିଲେ। କୋହଲି ୭୨ ବଲ୍‌ ଖେଳି ୧୨ ଚୌକା ଓ ୪ ଛକା ମାରିଥିଲେ। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨ ଓ ନାନ୍ଦ୍ରେ ବର୍ଗର ୧ ଉଇକେଟ ନେଇଥିଲେ। ୧୮୪ ରନ୍‌ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଖାତା ଖୋଲିବା ଆଗରୁ ଯଶସ୍ବୀ ଜୟସ୍ବାଲଙ୍କ ଉଇକେଟ ହରାଇଥିଲା। ତେବେ ଜୋଶ ବଟଲର(୧୦୦*) ଓ ସଞ୍ଜୁ ସାମସନ୍‌(୬୯) ଦ୍ୱିତୀୟ ଉଇକେଟରେ ୧୪୮ ରନ୍‌ ଯୋଡିଥିଲେ।

ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିବା ବଟଲର ୫୮ ବଲ୍‌ ଖେଳି ୯ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ସାମସନ୍‌ ୪୨ ବଲ୍‌ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଅନ୍ତିମ ଓଭରର ପ୍ରଥମ ବଲରେ ଛକା ମାରି ମ୍ୟାଚ୍‌କୁ ଷ୍ଟାଇଲରେ ଶେଷ କରିଥିଲେ ବଟଲର। ରିସି ଟପ୍‌ଲେ ୨ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ୟଶ ଦୟାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆଇପିଏଲରେ ସର୍ବାଧିକ ଶତକ ରେକର୍ଡ ନିଜ ନାମରେ ରଖିଥିବା କୋହଲିଙ୍କ ଏହା ଅଷ୍ଟମ ଶତକ। ଜାଶ ବଟଲର ଓ କ୍ରିସ୍‌ ଗେଲ୍‌ ୬ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ICCର ବଡ଼ ଘୋଷଣା; ଭାରତରେ ଏହି ଦିନଠୁ ଖେଳିଯିବ ବିଶ୍ବକପ୍

ନୂଆଦିଲ୍ଲୀ,୧୫ା୧୧: କ୍ରିକେଟ୍‌ପ୍ରେମୀଙ୍କ ପାଇଁ ବଡ଼ ଖବର । ୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପ୍‌ ଫାଇନାଲ୍‌ ଓ ଦିନିକିଆ ବିଶ୍ୱକପ୍‌କୁ ନେଇ ଉତ୍ସାହ ମଧ୍ୟରେ ଆଗାମୀ ୧୨ଟି ପୁରୁଷ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ, କହିଲେ ମ୍ୟାଚ ଜିତାଇଦେଲେ…

ନୂଆଦିଲ୍ଲୀ,୧୫ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟରେ ବ୍ୟାଟରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଅବଦାନ ଅଧିକ ରହିଛି । ବେ ଓଭାଲ୍‌ରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ…

୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍‌! ବାହାରକୁ ଯିବାକୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି…

ନ୍ୟୁଜିଲାଣ୍ଡ ମାଟିରେ ରୋହିତ-ବିରାଟଙ୍କ ଶେଷ ଦିନିକିଆ! ଭାବବିହ୍ୱଳ ହୋଇ ଫ୍ୟାନ୍ସଙ୍କୁ କହିଲେ…

ନୂଆଦିଲ୍ଲୀ,୧୫।୧୧: ନ୍ୟୁଜିଲାଣ୍ଡ ମାଟିରେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଦୁଇ ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଓ ବିରାଟ କୋହଲି…

୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଭାରତର ବିଜୟ! ୨୨ ରନ୍‌ରେ ହାରିଲା କିୱି ଟିମ୍‌

ନୂଆଦିଲ୍ଲୀ,୧୫।୧୧: ହାରିବାକୁ ଯାଉଥିବା ମ୍ୟାଚ୍‌କୁ ଜିତି ନେଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆରେ ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ୨୨ ରନ୍‌ରେ…

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ପୂର୍ୱ ଅପମାନର ପ୍ରତିଶୋଧ ନେବେ ସୂର୍ଯ୍ୟବଂଶୀ, ଜାଣନ୍ତୁ କେବେ ଏବଂ କେଉଁଠି ହେବ ମ୍ୟାଚ୍‌

ନୂଆଦିଲ୍ଲୀ,୧୫।୧୧: ଅଣ୍ଡର-୧୯ ଏସିଆ କପ 2026 ର ଫାଇନାଲ ଅତ୍ୟନ୍ତ ରୋମାଞ୍ଚକର ଥିଲା, ଯେଉଁଥିରେ ଭାରତ ପାକିସ୍ତାନକୁ ୧ ଓ଼୍ବିକେଟରେ ପରାସ୍ତ କରିଥିଲା। ବର୍ତ୍ତମାନ ଉଭୟ ଦେଶର…

‘୨ ହଜାର ପାକିସ୍ତାନୀ…’ ଏସିଆ କପ୍‌ ଜିତିବା ପରେ ବାପାଙ୍କୁ ଫାଇନାଲର ରୋମାଞ୍ଚକର କାହାଣୀ ଶୁଣାଇଲେ ଆର୍ଯ୍ୟବୀର

ନୂଆଦିଲ୍ଲୀ,୧୫।୧୧: ଅଣ୍ଡର-୧୯ ଏସିଆ କପ 2026 ର ପ୍ଲେୟର୍‌ ଅଫ ଦି ଟୁର୍ନାମେଣ୍ଟ ଆର୍ଯ୍ୟବୀର ସେହୱାଗ ରହିଥିଲେ, ଯିଏ ୫ଟି ଇନିଂସରେ ୧ଟି ଶତକ ଏବଂ ୩ଟି…

ନ୍ୟୁଜିଲାଣ୍ଡରେ ଚାଲିଲାନି କୋହଲିଙ୍କ ଜଲଓ଼୍ବା: ୧୩ ବର୍ଷ ପରେ ଦୋହରାଇଲେ ଅବାଞ୍ଛିତ ରେକର୍ଡ, ୪ ଇନିଂସରେ ୩ ଥର ଫ୍ଲପ!

ନୂଆଦିଲ୍ଲୀ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତଙ୍କ ନଜର ଭାରତୀୟ ଦିଗ୍ଗଜ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଥିଲା, କିନ୍ତୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?