ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ୍‌ ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ୍‌ କହିଛନ୍ତି,ଆମ ପୋର୍ଟଫୋଲିଓରେ ଥଣ୍ଡର ବାର୍ଡକୁ ରିପ୍ଲେସ୍‌ କରିଥିବା ରୟାଲ ଏନ୍‌ଫିଲ୍ଡ ମିଟିଅର୍‌ ୩୫୦ ବିଶ୍ୱବ୍ୟାପୀ ଚାଳକଙ୍କ ପାଇଁ କ୍ରୁଜିଙ୍ଗ୍‌କୁ ସହଜ କରିଛି ଏବଂ ୟୁରୋପ ଓ ବିଶ୍ୱର ଅନ୍ୟ ଭାଗରେ ଆମର ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲରେ ପରିଣତ ହୋଇଛି। ସୁପର ମିଟିଅର ୬୫୦କ୍ରୁଜିଙ୍ଗ୍‌ ସେଗ୍‌ମେଣ୍ଟରେ ନୂଆ ଜୀବନ ପାଇବା ସହ ଏକ ପ୍ରାମାଣିକ, ପହଞ୍ଚ୍ଯଯୋଗ୍ୟ, ମିଡ୍‌-ସେଗ୍‌ମେଣ୍ଟ କ୍ରୁଜର ଭାବେ ନିଜର ପରିଚୟ ସୃଷ୍ଟି କରିଛି। ସେହିଭଳି ଏଇଚର୍‌ ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ୍‌ କହିଛନ୍ତି, ସୁପର ମିଟିଅର ୬୫୦ର ଡିଜାଇନ ଭାଷା, ଜିଓମେଟ୍ରି, ଫର୍ମ-ଫ୍ୟାକ୍ଟର ଓ ଚମତ୍କାର ୬୫୦ ସିସି ଟ୍ବିନ୍‌ ଇଞ୍ଜିନ୍‌ ଏହାକୁ ନିଜ ବର୍ଗରେ ସବୁଠାରୁ ଆକର୍ଷଣୀୟ, ପହଞ୍ଚଯୋଗ୍ୟ ଓ ସକ୍ଷମ କ୍ରୁଜରରେ ପରିଣତ କରୁଛି। ଆମେ ବିଶ୍ୱାସ କରୁଛୁ ଯେ, ଏହି ସୁପର ମିଟିଅର ବିଶ୍ୱବ୍ୟାପୀ କ୍ରୁଜର ପାଇଁ ବଜାରକୁ ବିସ୍ତାର କରିବ ଏବଂ ରୟାଲ ଏନ୍‌ଫିଲ୍ଡର ଟ୍ବିନ୍‌ ପ୍ଲାଟ୍‌ଫର୍ମକୁ ଆଉ ଏକ ସ୍ତର ଉପରକୁ ନେବ। ଅପରପକ୍ଷରେ ବ୍ରାଣ୍ଡ୍‌ ତା’ର ରିଟେଲ ଉପଲବ୍ଧତା ଓ ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ସୁପର ମିଟିଅର ୬୫୦ ୭ଟି କଲରରେ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ ୩,୪୮,୯୦୦ (ଏକ୍ସ ଶୋ’ରୁମ୍‌,ଭାରତ) ରହିଛି। ଭାରତ ବଜାରରେ ଏହାର ଡିସ୍‌ପ୍ଲେ ଓ ବୁକିଂ ଆରମ୍ଭ ହୋଇଯାଇଛି ଏବଂ ଏହାର ଡେଲିଭରି ଆସନ୍ତା ଫେବୃୟାରୀରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri