ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ୍‌ ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ୍‌ କହିଛନ୍ତି,ଆମ ପୋର୍ଟଫୋଲିଓରେ ଥଣ୍ଡର ବାର୍ଡକୁ ରିପ୍ଲେସ୍‌ କରିଥିବା ରୟାଲ ଏନ୍‌ଫିଲ୍ଡ ମିଟିଅର୍‌ ୩୫୦ ବିଶ୍ୱବ୍ୟାପୀ ଚାଳକଙ୍କ ପାଇଁ କ୍ରୁଜିଙ୍ଗ୍‌କୁ ସହଜ କରିଛି ଏବଂ ୟୁରୋପ ଓ ବିଶ୍ୱର ଅନ୍ୟ ଭାଗରେ ଆମର ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲରେ ପରିଣତ ହୋଇଛି। ସୁପର ମିଟିଅର ୬୫୦କ୍ରୁଜିଙ୍ଗ୍‌ ସେଗ୍‌ମେଣ୍ଟରେ ନୂଆ ଜୀବନ ପାଇବା ସହ ଏକ ପ୍ରାମାଣିକ, ପହଞ୍ଚ୍ଯଯୋଗ୍ୟ, ମିଡ୍‌-ସେଗ୍‌ମେଣ୍ଟ କ୍ରୁଜର ଭାବେ ନିଜର ପରିଚୟ ସୃଷ୍ଟି କରିଛି। ସେହିଭଳି ଏଇଚର୍‌ ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ୍‌ କହିଛନ୍ତି, ସୁପର ମିଟିଅର ୬୫୦ର ଡିଜାଇନ ଭାଷା, ଜିଓମେଟ୍ରି, ଫର୍ମ-ଫ୍ୟାକ୍ଟର ଓ ଚମତ୍କାର ୬୫୦ ସିସି ଟ୍ବିନ୍‌ ଇଞ୍ଜିନ୍‌ ଏହାକୁ ନିଜ ବର୍ଗରେ ସବୁଠାରୁ ଆକର୍ଷଣୀୟ, ପହଞ୍ଚଯୋଗ୍ୟ ଓ ସକ୍ଷମ କ୍ରୁଜରରେ ପରିଣତ କରୁଛି। ଆମେ ବିଶ୍ୱାସ କରୁଛୁ ଯେ, ଏହି ସୁପର ମିଟିଅର ବିଶ୍ୱବ୍ୟାପୀ କ୍ରୁଜର ପାଇଁ ବଜାରକୁ ବିସ୍ତାର କରିବ ଏବଂ ରୟାଲ ଏନ୍‌ଫିଲ୍ଡର ଟ୍ବିନ୍‌ ପ୍ଲାଟ୍‌ଫର୍ମକୁ ଆଉ ଏକ ସ୍ତର ଉପରକୁ ନେବ। ଅପରପକ୍ଷରେ ବ୍ରାଣ୍ଡ୍‌ ତା’ର ରିଟେଲ ଉପଲବ୍ଧତା ଓ ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ସୁପର ମିଟିଅର ୬୫୦ ୭ଟି କଲରରେ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ ୩,୪୮,୯୦୦ (ଏକ୍ସ ଶୋ’ରୁମ୍‌,ଭାରତ) ରହିଛି। ଭାରତ ବଜାରରେ ଏହାର ଡିସ୍‌ପ୍ଲେ ଓ ବୁକିଂ ଆରମ୍ଭ ହୋଇଯାଇଛି ଏବଂ ଏହାର ଡେଲିଭରି ଆସନ୍ତା ଫେବୃୟାରୀରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri