ସ୍ପାଇସ୍‌ମନିର ଉଦ୍ୟମ ସେବା

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଘରୋଇ ଆଇଟି ସଂସ୍ଥା ଡିଜିସ୍ପେସ୍‌ ଟେକ୍ନୋଲୋଜିସ୍‌ର ସହାୟକ କମ୍ପାନୀ ସ୍ପାଇସ୍‌ମନିର ଉଦ୍ୟମ ସେବାର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାମୀଣ ଭାରତରେ ବାସ କରୁଥିବା ଲୋକମାନଙ୍କ ପାଖରେ ସରକାରୀ ସେବାଗୁଡ଼ିକୁ ପହଞ୍ଚାଇବାର ଉଦ୍ୟମ ଜାରି ରଖାଯାଇଛି। ଏପରିକି ୨ ଲକ୍ଷରୁ ଅଧିକ ଗ୍ରାମରେ ୧୯ ଲକ୍ଷ ପାନ୍‌ କାର୍ଡ ଏବଂ ୧.୫ ଲକ୍ଷ ଉଦ୍ୟମ ଆଧାର କାର୍ଡ ଜାରି କରାଯାଇଛି। ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଉଦ୍ୟମ ପ୍ଲାଟ୍‌ଫର୍ମରେ ୧କୋଟିରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ହୋଇଛନ୍ତି ଏବଂ ୭.୬ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରୁ ୧.୭ କୋଟି ମହିଳା ଥିବା ଜଣାପଡ଼ିଛି। ୨୦୨୨ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସ୍ପାଇସ୍‌ମନି ୧.୫ ଲକ୍ଷ ଉଦ୍ୟମ ଆଧାର କାର୍ଡ ଜାରି କରିଛି। ଭାରତରେ ୧୩୯ କୋଟିରୁ ଅଧିକ ଲୋକ ଥିବା ବେଳେ ଆଧାର ସହିତ ୪୩.୩୪ କୋଟି ପାନ୍‌ କାର୍ଡ ଲିଙ୍କ୍‌ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ମିତ୍ତଲ,ମୁକେଶ

ନୂଆଦିଲ୍ଲୀ,୩୦-୭: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ଇଣ୍ଡିଆନ ଅଏଲ...

ଜୁଲାଇରେ ୪,୪୪୭ ୟୁନିଟ୍‌ ଯାନ ବିକ୍ରି

ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ଚଳିତ ବର୍ଷ ଜୁଲାଇରେ ୪,୪୪୭ କାର ବିକ୍ରୟ ସହ ଏହାର ସ୍ଥିର ପ୍ରଦର୍ଶନ ଜାରି...

୧୩ ପଇସା ଖସିଲା ଟଙ୍କା

ମୁମ୍ବାଇ,୭-୧: ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୩ ପଇସା ଖସି ୭୧.୯୩ ସ୍ତରରେ ରହିଥିବା ଜଣାପଡିଛି। ବିଶ୍ୱସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ...

୪ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୧.୧୪ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୧୨।୪:  ଦେଶର ୧୦ ସବୁଠାରୁ ଭାଲ୍ୟୁ କମ୍ପାନୀଙ୍କ ମଧ୍ୟରୁ ୪ଟିର ବଜାର ପୁଞ୍ଜୀକରଣ ୧.୧୪ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ପ୍ରମୁଖ ଆଇଟି...

୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ

ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ...

ଡୁଆଲ ଏୟାର ବ୍ୟାଗ୍‌ ନିୟମ କୋହଳ

ନୂଆଦିଲ୍ଲୀ: ସାରା ଦେଶରେ ସଡ଼କ ର୍ଦୁଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସଡ଼କ ର୍ଦୁଘଟଣା...

ଦେଶରେ ନିଯୁକ୍ତି ହ୍ରାସ ହୋଇନି: ସନ୍ତୋଷ ଗଙ୍ଗଓ୍ବାର

ନୂଆଦିଲ୍ଲୀ,୧୦-୧୨: ଦେଶରେ କୌଣସି ପ୍ରକାରର ନିଯୁକ୍ତି ହ୍ରାସ ହୋଇ ନ ଥିବା କେନ୍ଦ୍ର ସରକାର ସୋମବାର ପୁଣି ଥରେ କହିଛନ୍ତି। ନିଯୁକ୍ତି ହ୍ରାସ ହେବା ନେଇ...

କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍‌ ବିଲ୍‌ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...

Advertisement
Archives

Model This Week