ବଜାରରେ ରୟାଲ ଏନ୍‌ଫିଲ୍ଡର ଗରିଲା ୪୫୦

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ତଥା ଗ୍ଲୋବାଲ ମୋଟର ସାଇକେଲ ବ୍ରାଣ୍ଡ୍‌ ‘ରୟାଲ ଏନ୍‌ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ପ୍ରିମିୟମ ମଡର୍ନ ରୋଡ୍‌ଷ୍ଟର ‘ରୟାଲ ଏନ୍‌ଫିଲ୍ଡ ଗରିଲା୪୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ଠିକ୍‌ ଭାବେ ନିର୍ମିତ ଗରିଲା ୪୫୦ ଲମ୍ବା ଯାତ୍ରା, ଶୁଦ୍ଧ ଓ ପ୍ରାଥମିକ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ରହିଛି। ସେହିଭଳି ରୟାଲ ଏନ୍‌ଫିଲ୍ଡ ଗରିଲା ବର୍ଗରେ ୩ଟି ଭାରିଆଣ୍ଟ ଯଥା ଆନାଲଗ୍‌, ଡ୍ୟାଶ ଓ ଫ୍ଲାଶ୍‌ ସାମିଲ ରହିଛି।

ଏପରିକି ୫ଟି ଆକର୍ଷଣୀୟ କଲର (ରଙ୍ଗ)ରେ ଉପଲବ୍ଧ ଏହି ମଡେଲର ବୁକିଂ ଆରମ୍ଭ ହୋଇଯାଇଛି ଏବଂ ୨୦୨୪ ଅଗଷ୍ଟରୁ ଡେଲିଭରି ମଧ୍ୟ ଆରମ୍ଭ ହେବ। ସେହିପରି ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଗରିଲା ୪୫୦ ସହିତ ‘ବର୍ଡରଲେସ୍‌ ୱାରେଣ୍ଟ ପ୍ରୋଗ୍ରାମ’ ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ ଚାଳକମାନଙ୍କୁ ସେମାନଙ୍କର ରୟାଲ ଏନ୍‌ଫିଲ୍ଡର ମୋଟରସାଇକେଲ ଉପରେ ବିନା ସୀମାରେ ଅଧିକ ଚାଳନା କରିବା ଓ ଆବିଷ୍କାର କରିବା ପାଇଁ ସ୍ବାଧୀନତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯାହା ୭୦ରୁ ଅଧିକ ଦେଶ ତଥା ବିଶ୍ୱବ୍ୟାପୀ ୩୦୦୦ରୁ ଅଧିକ ସର୍ଭିସ୍‌ ସେଣ୍ଟରର ଏକ ବିସ୍ତୃତ ନେଟ୍‌ୱର୍କ ଦ୍ୱାରା ସମର୍ଥିତ ।

ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି. ଗୋନ୍ଦରାଜନ କହିଛନ୍ତି, ଗରିଲା ୪୫୦ହେଉଛି ଏକ ନିଶ୍ଚିତ ଭାବେ ଆକର୍ଷଣୀୟ ଓ ଗେମ୍‌ ଚେଞ୍ଜିଂ ରୋଡ୍‌ଷ୍ଟର। ଯେତେବେଳେ ଆମେ ସେର୍‌ପା ୪୫୦ପ୍ଲାଟ୍‌ଫର୍ମ ସହ ଆରମ୍ଭ କରିଥିଲୁ ଆମେ ଏକ ଆଡ୍‌ଭେଞ୍ଚର ଟୁଅରର୍‌ ଓ ଏକ ସୁପରଲେଟିଭ ରୋଡ୍‌ଷ୍ଟର୍‌ର ପରିକଳ୍ପନା କରିଥିଲୁ ଯାହା ସ୍ବତନ୍ତ୍ର ଭାବେ ରୟାଲ ଏନ୍‌ଫିଲ୍ଡ ହେବ। ଗରିଲା ୪୫୦ ଠିକ୍‌ ଏକ ରୋଡ୍‌ଷ୍ଟର ଭଳି ଚରିତ୍ର ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ହିମାଳୟାନ ସହ ସମାନ୍ତରାଳ ଭାବେ ବିକଶିତ ଗରିଲାକୁ ସହରାଞ୍ଚଳ ଚାଳନା ସମେତ ଅସମତଳ ସଡକରେ ସପ୍ତାହାନ୍ତର ଚାଳନା ପାଇଁ ସଠିକତା ଲାଗି ଟ୍ୟୁନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri