Posted inଖେଳ

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଟସ୍‌ ହାରି ବ୍ୟାଟିଂ କରିଥିବା ଆରସିବ ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟରେ ୨୧୮ ରନ୍‌ କରିଥିଲା। ୧୮ ରନ୍‌ରେ ବିଜୟ ତଥା ୧୮ ଓଭର ମଧ୍ୟରେ ରନ୍‌ରେ ପିଛା କରି ଜିତିବାର ଚାପ ଆରସିବି ଉପରେ ରହିଥିଲେ ମଧ୍ୟ ଏହାର ବୋଲର ମାନେ ଚମତ୍କାର ବୋଲିଂ କରି ଚେନ୍ନାଇକୁ ୧୯୧/୭ରେ ସୀମିତ ରଖିଥିଲେ। ପ୍ରଥମ ୮ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ଆରସିବି ଏହାର ଅନ୍ତିମ ୬ ମ୍ୟାଚ୍‌ ଜିତି ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଫାଫଙ୍କ ଅର୍ଦ୍ଧଶତକ ସହ ପଟିଦାର ଓ ଗ୍ରୀନଙ୍କ ଉପଯୋଗୀ ବ୍ୟାଟିଂ ଓ ଅନ୍ତିମ ଓଭରରେ ୟଶ ଦୟାଲଙ୍କ ଘାତକ ବୋଲିଂ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଆରସିବି।

ଆରସିବି ପକ୍ଷରୁ ବିରାଟ କୋହଲି (୪୭) ଓ ଫାଫ୍‌ ଡୁ ପ୍ଲେସି(୫୪) ପ୍ରଥମ ଉଇକେଟରେ ୯.୪ ଓଭର ବ୍ୟାଟିଂ କରି ୭୮ ରନ୍‌ ଯୋଡିଥିଲେ। କୋହଲି ପ୍ରଥମ ଓଭରରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖି ବ୍ୟାଟିଂ କରିଥିଲେ। ତେବେ ଫାଫ୍‌ ପ୍ରଥମରୁ ଧୀମା ବ୍ୟାଟିଂ କରିଥିଲେ। ତୃତୀୟ ଓଭର ଖେଳ ଶେଷ ହେବା ବେଳକୁ ବର୍ଷା କାରଣରୁ ପ୍ରାୟ ୩୦ ମିନିଟର ଖେଳ ପ୍ରଭାବିତ ହୋଇଥିଲା। ବର୍ଷା ପରେ କିନ୍ତୁ ଚେନ୍ନାଇ ବୋଲର ଲୟରେ ନଜର ଆସିଥିଲେ। ପ୍ରଥମ ୩ ଓଭରରେ ୩୧ ରନ୍‌ କରିଥିବା ଆରସିବି ପାଓ୍ବାର ପ୍ଲେ ଶେଷ ହେବା ସୁଦ୍ଧା ମାତ୍ର ୪୨ ରନ୍‌ କରିଥିଲା। ବର୍ଷା ପରେ ମିଚେଲ ସାଣ୍ଟନର ଓ ମହୀଷ ଥିକ୍‌ସାନା କଞ୍ଜୁସ ବୋଲିଂ କରିଥିଲେ। ତେବେ ବିରାଟ କୋହଲି କିଛି ଚମତ୍କାର ଶଟ୍‌ ସହ ରନ୍‌ ଗତି ବଢାଇଥିଲେ। ମାତ୍ର ୧୦ମ ଓଭରରେ ମିଚେଲ ସାଣ୍ଟନରଙ୍କ ବଲ୍‌ରେ ଆଉଟ ହୋଇଥିଲେ କୋହଲି। ୨୯ ବଲ୍‌ ଖେଳି ସେ ୩ ଚୌକା ଓ ୪ ଛକା ମାରିଥିଲେ। କୋହଲି ଆଉଟ ହେବା ପରେ ଫାଫ୍‌ ଓ ରଜତ ପଟିଦାର(୪୧)ଙ୍କ ମଧ୍ୟରେ ୩୫ ରନ୍‌ର ପାର୍ଟନରଶିପ ହୋଇଥିଲା। ଫାଫ୍‌ ୩୯ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ସହ ୫୪ ରନ୍‌ କରିଥିବା ବେଳେ ଦୁର୍ଭାଗ୍ୟଜନକ ରନ୍‌ଆଉଟ ହୋଇଥିଲେ। ରଜତ ପଟିଦାରଙ୍କ ଷ୍ଟ୍ରେଟ୍‌ ଡ୍ରାଇଭ ସାଣ୍ଟନରଙ୍କ ହାତରେ ବାଜି ଷ୍ଟମ୍ପରେ ବାଜିଥିଲା। ବ୍ୟାଟିଂ ପଦୋନ୍ନତି ପାଇ କାମେରନ୍‌ ଗ୍ରୀନ୍‌ ଚମତ୍କାର ବ୍ୟାଟିଂ କରି ୩୮ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ତୃତୀୟ ଉଇକେଟରେ ୭୧ ରନ୍‌ ଯୋଡିବା ପରେ ୪୧ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ସେ ୨୩ ବଲ୍‌ ଖେଳି ୨ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଗ୍ରୀନ୍‌ ୧୭ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ସହ ୩୮ ରନ୍‌ କରିଥିଲେ। ଶେଷ ଭାଗରେ ଦୀନେଶ କାର୍ତ୍ତିକ ୬ ବଲ୍‌ରୁ ୧୪ ଓ ମ୍ୟାକ୍ସଓ୍ବେଲ ୫ ବଲ୍‌ରୁ ୧୬ ରନ୍‌ କରିବାରୁ ଆରସିବି ୨୧୮ ରନ୍‌ରେ ପହଞ୍ଚିଥିଲା। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୨, ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଚେନ୍ନାଇ ପକ୍ଷରୁ ସାଣ୍ଟନର ଓ ମହୀଷ ଥିକ୍‌ସାନା ମିତବ୍ୟୟୀ ବୋଲିଂ କରି ଯଥାକ୍ରମେ ୨୩ ଓ ୨୫ ରନ୍‌ ଦେଇଥିଲେ।

୨୧୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇକୁ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ୨୦୨ ରନ୍‌ ଆବଶ୍ୟକ ଥିଲା। ତେବେ ଦଳ ପ୍ରଥମ ବଲ୍‌ରେ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉଇକେଟ ହରାଇଥିଲା। ଡାରିଲ୍‌ ମିଚେଲ୍‌ ମଧ୍ୟ ମାତ୍ର ୪ ରନ୍‌ କରି ୟଶ ଦୟାଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରାଚିନ୍‌ ରବୀନ୍ଦ୍ର(୬୧) ଓ ଅଜିଙ୍କ୍ୟ ରାହାନେ(୩୩) ତୃତୀୟ ଉଇକେଟରେ ୬୬ ରନ୍‌ ଯୋଡିଥିଲେ। ତେବେ ରାହାନେ ଆଉଟ ହେବା ପରେ ଚେନ୍ନାଇ ଇନିଂସ ଦିଗହରା ହୋଇ ଯାଇଥିଲା। ଭୁଲ ବୁଝାମଣା କାରଣରୁ ରବୀନ୍ଦ୍ର ରନ୍‌ ଆଉଟ ହୋଇଥିବା ବେଳେ ଦୁବେ ୧୫ ବଲ୍‌ରୁ ୭ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ରବୀନ୍ଦ୍ର ୩୭ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ୪୨* ଓ ମହେନ୍ଦ୍ର ସିଂ ଧୋନୀ ୨୫ ରନ୍‌ କରିଥିଲେ ମଧ୍ୟ ଚେନ୍ନାଇକୁ ପ୍ଲେ ଅଫ୍‌କୁ ନେଇ ପାରି ନ ଥିଲେ। ଜାଡେଜା ୨୨ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ତିମ ଓଭରରେ ପ୍ଲେ ଅଫ୍‌ ପ୍ରବେଶ ପାଇଁ ୧୭ ରନ୍‌ ଆବଶ୍ୟକ ଥିଲା। ଧୋନୀ ପ୍ରଥମ ବଲ୍‌ରେ ଛକା ମାରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଶାର୍ଦ୍ଦୂଳ ଠାକୁର କୌଣସି ରନ୍‌ ନେଇ ପାରି ନ ଥିଲେ। ଚତୁର୍ଥ ବଲ୍‌ରୁ ୧ ରନ୍‌ ଆସିଥିବା ବେଳେ ଅନ୍ତିମ ୨ ବଲ୍‌ ଡଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?