ମଙ୍ଗଳ ମାଟିରେ ରୋଭର

ଓ୍ବାଶିଂଟନ୍‌, ୨୦ା୨: ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ଦିଗରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା(ନ୍ୟାଶନାଲ ଏରୋନଟିକ୍ସ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ)କୁ ମିଳିଛି ଐତିହାସିକ ସଫଳତା। ନାସା ପକ୍ଷରୁ ମଙ୍ଗଳକୁ ପଠାଯାଇଥିବା ଯାନ ‘ପର୍ସିଭରେନ୍ସ ରୋଭର’ ଭାରତୀୟ ସମୟ ଗୁରୁବାର ରାତି ୨ଟା ୨୫ରେ ସଫଳତାର ସହ ଅବତରଣ କରିଛି। ଉକ୍ତ ଗ୍ରହରେ କେବେ ଜୀବନ ସୃଷ୍ଟି ହୋଇଛି କି ନା ସେ ବାବଦରେ ଏହି ୬ ଚକିଆ ରୋଭର ତଥ୍ୟ ସଂଗ୍ରହ କରିବ। ସେଠାରୁ ସଂଗୃହୀତ ମାଟି, ପଥର ନମୁନାରୁ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ସେପଟେ ଅବତରଣ ପରେ ରୋଭର ଦ୍ୱାରା ଉତ୍ତୋଳନ ହୋଇଥିବା ମଙ୍ଗଳ ପୃଷ୍ଠର ପ୍ରଥମ ଫଟୋ ନାସା ପକ୍ଷରୁ ପ୍ରକାଶ କରାଯାଇଛି।
ଗ୍ରହର ସବୁଠାରୁ ଦୁର୍ଗମ ସ୍ଥାନ କୁହାଯାଉଥିବା ଜେଜେରୋ କ୍ରେଟରରେ କୌଣସି ଯାନକୁ ସଫଳତାପୂର୍ବକ ଅବତରଣ କରାଇ ଇତିହାସ ରଚିଛି ନାସା। ଗଭୀର ଘାଟି ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେଠାରେ ରୋଭରକୁ ଅବତରଣ କରାଇବା ବେଶ୍‌ ଚ୍ୟାଲେଞ୍ଜିଂ ଥିଲା। ପୂର୍ବରୁ ଜେଜେରୋ କ୍ରେଟରରେ ନଦୀ ବହୁଥିବା ତଥ୍ୟ ଆଧାରରେ ମଙ୍ଗଳରେ ଜୀବନ ଥାଇପାରେ ବୋଲି ବିଶ୍ୱାସ କରାଯାଉଛି। ଯଦି ଏ ନେଇ ବୈଜ୍ଞାନିକଙ୍କ ହାତରେ ପ୍ରମାଣ ଲାଗେ ତେବେ ପୃଥିବୀବାସୀ ସେଠାରେ ବସବାସ କରିବା ସ୍ବପ୍ନ ସାକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ସବୁ ଦୃଷ୍ଟିରୁ ନାସା ପକ୍ଷରୁ ପଠାଯାଇଥିବା ଏହି ଯାନର ସଫଳ ଅବତରଣ ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା। ସେଠାରେ ଏହି ଯାନ ଉଡ଼ାଣ ଭରିବା ପରେ ମଙ୍ଗଳକୁ ସର୍ବାଧିକ ରୋଭର ପଠାଇବାରେ ଆମେରିକା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନାସାକୁ ଅଭିନନ୍ଦନ ଜଣାଇଛନ୍ତି। ବିଜ୍ଞାନର ଶକ୍ତି ଏବଂ ଆମେରିକାର ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କୌଣସି କଥା ଅସମ୍ଭବ ନୁହେଁ ବୋଲି ଏହା ପ୍ରମାଣ କରିଥିବା ବାଇଡେନ କହିଛନ୍ତି।

ନାସାର ନବମ ଅଭିଯାନ

୧୯୭୦ ଦଶକ ପରଠାରୁ ଏହା ନାସାର ନବମ ମଙ୍ଗଳ ଅଭିଯାନ। ପର୍ସିଭରେନ୍ସ ରୋଭର ଏହି ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପଠାଯାଇଥିବା ସବୁଠାରୁ ବଡ଼ ରୋଭର। ୧.୮ କେଜି ଓଜନ ବିଶିଷ୍ଟ ଏହି ଯାନର ଉଚ୍ଚତା ୦.୪୯ ମିଟର ହୋଇଥିବାବେଳେ ସେଥିରେ ୧.୨ ମିଟର ଦୀର୍ଘର ରୋବୋଟିକ୍‌ ଡେଣା ରହିଛି। ଏଥିରେ ୧୯ଟି କ୍ୟାମେରା ଓ ୨ଟି ମାଇକ୍ରୋଫୋନ ଖଞ୍ଜାଯାଇଛି। ଯାନରେ ଲାଗିଥିବା ସ୍ବତନ୍ତ୍ର ଯନ୍ତ୍ର ସେଠାରୁ ମାଟି ଓ ପଥର ନମୁନା ସଂଗ୍ରହ କରିବ। ୩୦ ଜୁଲାଇ ୨୦୨୦ରେ କେନେଡି ସ୍ପେସ୍‌ ସେଣ୍ଟରରୁ ରୋଭର ଏହାର ମଙ୍ଗଳ ଯାତ୍ରା ଆରମ୍ଭ କରିଥିଲା। ୬ ମାସରୁ ଅଧିକ ସମୟ ନେଇ ଏହା ଲୋହିତ ଗ୍ରହର ମାଟି ଛୁଇଁଛି। ରୋଭର ସେଠାରେ ଏକ-ମଙ୍ଗଳ ବର୍ଷ ପାଇଁ ରହିବ, ଯାହା ପୃଥିବୀରେ ୬୮୭ ଦିନ ସହ ସମାନ।
ନେତୃତ୍ୱ ନେଇଥିଲେ ସ୍ବାତୀ ମୋହନ

ପର୍ସିଭରେନ୍ସ ରୋଭର ଯେତେବେଳେ ମଙ୍ଗଳ ମାଟିରେ ପହଞ୍ଚିଥିଲା ସେତେବେଳେ ଖୁସିରେ ଆତ୍ମହରା ହୋଇ ନାସାର ନିୟନ୍ତ୍ରଣ କକ୍ଷରେ ‘ଟଚ୍‌ଡାଉନ କନଫର୍ମଡ୍‌’ (ସଫଳତାପୂର୍ବକ ଅବତରଣ କଲା) ବୋଲି ଚିତ୍କାର କରି କହିଥିଲେ ଜଣେ ମହିଳା ବୈଜ୍ଞାନିକ। ଏହି ସ୍ବର ଥିଲା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ ଡ. ସ୍ବାତୀ ମୋହନଙ୍କର। ରୋଭରକୁ ଲୋହିତ ଗ୍ରହରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ବାତୀଙ୍କ ନେତୃତ୍ୱରେ ନାସାର ‘ମଙ୍ଗଳ ୨୦୨୦’ ମିଶନ ଆଗେଇଥିଲା। ଅଭିଯାନକୁ ନିୟନ୍ତ୍ରଣ କରିବା ସହ ସ୍ବାତୀ ଏହାର ମାର୍ଗଦର୍ଶିକା ମଧ୍ୟ ପାଲଟିଥିଲେ। ରୋଭର ଅବତରଣରେ ସେ ଫ୍ଲାଇଟ୍‌ କଣ୍ଟ୍ରୋଲର ଦାୟିତ୍ୱରେ ଥିଲେ। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପାର ହୋଇ ମାଟି ଛୁଇଁବା କ୍ଷଣି ଏ ବିଷୟରେ ସେ ପ୍ରଥମେ ଘୋଷଣା କରିଥିଲେ। ଭାରତରେ ଜନ୍ମ ନେଇଥିବା ସ୍ବାତୀ ମାତ୍ର ୧ ବର୍ଷର ହୋଇଥିବାବେଳେ ପରିବାର ସହ ଆମେରିକା ପଳାଇଥିଲେ। ପିଲାବେଳୁ ହିଁ ବିଜ୍ଞାନ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ୯ ବର୍ଷର ହୋଇଥିବାବେଳେ ଟିଭିରେ ‘ଷ୍ଟାର ଟ୍ରେକ୍‌’ ଶୋ ଦେଖିବା ପରେ ମହାକାଶ ବିଜ୍ଞାନ ପ୍ରତି ତାଙ୍କର ରୁଚି ବଢ଼ିଥିଲା ବୋଲି ସେ କହିଛନ୍ତି। ସେ କର୍ନେଲ ୟୁନିଭର୍ସିଟିରୁ ମେକାନିକାଲ ଓ ଏରୋସ୍ପେଶ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ଏରୋନଟିକ୍ସ/ଆଷ୍ଟ୍ରୋନଟିକ୍ସରେ ମାସାଚ୍ୟୁଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିରେ ଏମ୍‌ଏସ୍‌ ଏବଂ ପିଏଚ୍‌ଡି ଡିଗ୍ରୀ ଧାରଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦର ପୁତୁରା କରୋନା ମୃତ

ଇସଲାମବାଦ,୨୫।୧୨-ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁତୁରା ସିରାଜ କାସକର(୩୮) ମହାମାରୀ କରୋନାରେ ଶୁକ୍ରବାର ମୃତ୍ୟୁବରଣ କରିଛି। ସିରାଜ କରୋନାରେ ଆକ୍ରାନ୍ତ ହେବା ପରେ ପାକିସ୍ତାନର...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଟପିଲା ୫୯ ହଜାର; ୧୦ ଲକ୍ଷ ୯୮ ହଜାର ସଂକ୍ରମିତ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୯ ହଜାର ୧୪୧ ଲୋକଙ୍କ...

ପ୍ରେମଭରା ମେସେଜ ପଠାଇ ମାସକୁ ଏତିକି ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଓ୍ବାଶିଂଟନ,୨୨ା୧: ଅର୍ଥ ରୋଜଗାର ପାଇଁ କିଏ କେତେ ପ୍ରକାର ଯୋଜନା କରିଥାନ୍ତି। ଜଣେ ମହିଳା କେବଳ ମେସେଜ ପଠାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।...

ଚିକିତ୍ସାରେ ତ୍ରୁଟି ଯୋଗୁ ପ୍ରତିବର୍ଷ ଯାଉଛି ୨୬ ଲକ୍ଷରୁ ଅଧିକ ଜୀବନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୨୮।୯: ପ୍ରତିବର୍ଷ ଚିକିତ୍ସାରେ ତ୍ରୁଟି ଯୋଗୁ ୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ...

ସ୍କୁଲ ଖୋଲିବା ପରେ ବେକାକୁ ହେଉଛି କରୋନା, ସାତ ଦିନରେ ୧.୪୧ ଲକ୍ଷ ସଂକ୍ରମିତ

ୱାଶିଂଟନ,୨୫ ।୧୧: କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକାରେ ଏବେ ଏହି ମହାମାରୀ ଶିଶୁଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଜଣାପଡିଛି । ଭାଇରସର...

ରୁଷିଆ ସେନାଙ୍କ ହୋସ ଉଡାଉଛି ଆମେରିକା ଅସ୍ତ୍ର

କ୍ୱିଭ,୮ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଏପଟେ...

ପାକିସ୍ତାନ ରାଜନୀତିରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କୁ ରୁଷିଆ ଗସ୍ତ ପାଇଁ କରାଯାଇଛି କ୍ଷମତା ଚ୍ୟୁତ …

ମସ୍କୋ, ୧୩।୬ : ବର୍ତ୍ତମାନ ରୁଷିଆ ମଧ୍ୟ ପାକିସ୍ତାନର ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛି। ପାକିସ୍ତାନରେ ଅବସ୍ଥାପିତ ଥିବା ରୁଷିଆର ରାଷ୍ଟ୍ରଦୂତ ଡାନିଲା ଗାନିଚ ଦାବି...

Advertisement
Archives

Model This Week