ବିଶୋଧନ ହେଉନି ବିସର୍ଜନ ଘାଟ

ରାଉରକେଲା,୧୪।୧୧(ବିପ୍ଳବ ରଞ୍ଜନ ଦାଶ): ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଆରଏମସି ପକ୍ଷରୁ ରାଉରକେଲା ବାଲୁଘାଟରେ ମୂର୍ତ୍ତି ବିସର୍ଜନ ଘାଟ ଇତିମଧ୍ୟରେ ନିର୍ମାଣ କରାଯାଇଛି। ଏଠାରେ ଗତ ଦଶହରା ସମୟରେ ସହରର ବିଭିନ୍ନ ମଣ୍ଡପରେ ପୂଜିତ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିଲା। ତେବେ ଉକ୍ତ ଘାଟକୁ ବିଶୋଧନ କରାଯାଇ ନ ଥିବାରୁ ଏବେ କାଳୀଙ୍କ ମୂର୍ତ୍ତି ବିସର୍ଜନ ନେଇ ସମସ୍ୟା ଉପୁଜିଛି।
ସୂଚନା ଅନୁସାରେ, ପ୍ରତିବର୍ଷ ପାର୍ବଣ ସମୟରେ ବ୍ରାହ୍ମଣୀ ନଦୀ ଜଳରେ ମୂର୍ତ୍ତି ବିସର୍ଜନ ଯୋଗୁ ପ୍ରଦୂଷଣ ହେଉଥିଲା। ଏହାର ପ୍ରତିକାର ପାଇଁ ୧କୋଟି ୬୯ଲକ୍ଷ ଟଙ୍କା ବ୍ୟୟରେ ବାଲୁଘାଟରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଗଲା। ଗତ ଅଗଷ୍ଟ ମାସରେ ଏହି କାର୍ଯ୍ୟ ଶେଷ ହେବା ପରେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା ଏବଂ ଦଶହରା ସମୟରେ ବିସର୍ଜନ ଘାଟରେ ମୂର୍ତ୍ତି ବିସର୍ଜନ କରାଗଲା। ତେବେ ଏଯାଏ ବିସର୍ଜନ ଘାଟକୁ ବିଶୋଧନ କରାଯାଇ ନ ଥିବାରୁ ତାହା ପ୍ରଦୂଷିତ ଓ ଅପରିସ୍କାର ହୋଇପଡିଛି। ଏଥିଯୋଗୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଦୁର୍ଗନ୍ଧ ସହ ବ୍ୟାପକ ପ୍ରଦୂଷଣ ମଧ୍ୟ ହେଉଛି। ସେହିପରି ସହରରେ ଚଳିତବର୍ଷ କାଳୀପୂଜା ପରେ ମୂର୍ତ୍ତି ବିସର୍ଜନ କରାଯିବ। ବାଲୁଘାଟ ଜଳ ବିଶୋଧନ ହୋଇ ନ ଥିବାରୁ ସେଠାରେ କିଭଳି ମୂର୍ତ୍ତି ବିସର୍ଜନ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି, କୋଟି କୋଟି ଟଙ୍କା ବ୍ୟୟରେ ବିସର୍ଜନ ଘାଟ ତିଆରି ହେଲା। ମାତ୍ର ଘାଟରେ ଜଳ ବିଶୋଧନ ହେଉନାହିଁ। ଫଳରେ ସେଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତୁରନ୍ତ ବିସର୍ଜନ ଘାଟ ଜଳକୁ ବିଶୋଧନ କରିବାକୁ ସେ ଦାବି କରିଛନ୍ତି। ସେହିପରି ଏ ବିଷୟରେ ଆର୍‌ଏମ୍‌ସି ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ବିସର୍ଜନ ଘାଟ ସଫେଇ ପାଇଁ ଦାବି କରାଯିବ। ନଚେତ ଆଗକୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଭାଜପା ମୁଖପାତ୍ର ଧୀରେନ ସେନାପତି କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଚନ୍ଦ୍ରକାନ୍ତ ଧଳଙ୍କୁ ପଚାରିବାରୁ କାଳୀଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ ପରେ ବିସର୍ଜନ ଘାଟ ବିଶୋଧନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?