ଏଲ୍‌ଇଡି ସ୍କ୍ରିନ୍‌ରେ ହକି ଦେଖିବେ ରାଉରକେଲାବାସୀ

ରାଉରକେଲା ଅଫିସ,୨୭ା୧୨: ପୁରୁଷ ହକି ବିଶ୍ୱକପ୍‌ ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୧୭ ଦିନ ପରେ ଆରମ୍ଭ ହେବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମ କାର୍ଯ୍ୟ ଶେଷ ହୋଇ ସେଠାରେ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱସ୍ତରୀୟ ହକି ମ୍ୟାଚ୍‌ ଜାନୁଆରୀ ୧୩ରେ ଭାରତ ଓ ସ୍ପେନ ଏବଂ ୧୫ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହାକୁ ନେଇ ଜିଲାରେ ହକି କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଦୁଇଟି ମ୍ୟାଚ୍‌ ଦେଖିବା ପାଇଁ କ୍ରୀଡ଼ାପ୍ରେମୀଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଛି। ତେବେ ବହୁ କ୍ରୀଡ଼ାପ୍ରେମୀ ଅନ୍‌ଲାଇନ ଓ ଅଫ୍‌ଲାଇନ ଟିକେଟ ପାଇବାରୁ ବଞ୍ଚତ୍ତ ହୋଇଥିବାରୁ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି। କିଭଳି ସହରବାସୀ ସମସ୍ତ ମ୍ୟାଚ୍‌ ଦେଖିପାରିବେ ସେଥିପାଇଁ ବିଭିନ୍ନ ଛକରେ ଏଲ୍‌ଇଡି ସ୍କ୍ରିନ୍‌ ବ୍ୟବସ୍ଥା ହୋଇଛି। ରାଉରକେଲା ସହରର ପ୍ରମୁଖ ଛକ ମାନଙ୍କରେ ୧୦ଟି ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇଛି। ପାନପୋଷ ଛକ, ବାସନ୍ତୀ ବାଜିରାଉତ ଛକ, ଛେଣ୍ଡ୍‌ ଏୟାରପୋର୍ଟ ଛକ, ରାଉରକେଲା ମହାନଗର ନିଗମ ଛକ, ବିଶ୍ରା ଛକ, ଛେଣ୍ଡ ରିଂରୋଡ ଛକ, ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରବେଶ ପଥ ଆଦି ସ୍ଥାନରେ ଏହି ବ୍ୟବସ୍ଥା କରାଯାଇଛି। ଏହି ଏଲ୍‌ଇଡି ସ୍କ୍ରିନରେ ହକି ବିଶ୍ୱକପ୍‌ ମ୍ୟାଚ୍‌ର ସିଧାରପ୍ରସାରଣ ସହରବାସୀ ଦେଖିପାରିବେ। ସେହିପରି ମ୍ୟାଚ ପୂର୍ବରୁ ଆହୁରି ୧୫ଟି ସ୍ଥାନରେ କପଡା ସ୍କ୍ରିନ୍‌ ବ୍ୟବସ୍ଥା କରାଯିବ ବୋଲି ଆରଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri