Posted inଖେଳ

ପର୍ତ୍ତୁଗାଲ ପାଇଁ ୧୦୦ତମ ଗୋଲ ସ୍କୋର କଲେ ରୋନାଲ୍ଡୋ

ଷ୍ଟକହାମ,୧୦।୯(ଏପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୦ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ନେସନ୍ସ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ପର୍ତ୍ତୁଗାଲ ୨-୦ ଗୋଲରେ ସ୍ବୀଡେନକୁ ପରାସ୍ତ କରିଥିଲା। ଏଥିରେ ରୋନାଲ୍ଡୋ ୪୫ ଓ ୭୨ତମ ମିନିଟ୍‌ରେ ଦଳ ତରଫରୁ ଦୁଇଟି ଗୋଲ ସ୍କୋର କରିଥିଲେ। ରୋନାଲ୍ଡୋ ଏଥିସହି ଦେଶ ପାଇଁ ୧୬୫ଟି ମ୍ୟାଚ୍‌ ଖେଳି ୧୦୧ଟି ଗୋଲ ସ୍କୋର କରିଛନ୍ତି। ସେ ଆଉ ୯ଟି ଗୋଲ ସ୍କୋର କଲେ ପୂର୍ବତନ ଫୁଟବଲର ଡାଏଇଙ୍କୁ ପଛରେ ପକାଇବେ।
୫ଥର ଓ୍ବାଲର୍‌ଡ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିବା ରୋନାଲ୍ଡୋ ଚାମ୍ପିୟନ୍ସ ଲିଗ୍‌େ ୧୩୧ଟି ଗୋଲ ସ୍କୋର କରି ରେକର୍ଡ କରିଛନ୍ତି। ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କଠାରୁ ସେ ଏହି କ୍ରମରେ ଅଧିକ ୧୬ଟି ଗୋଲ ସ୍କୋର କରିଛନ୍ତି। କ୍ରମାଗତ ୧୭ତମ କ୍ୟାଲେଣ୍ଡର ବର୍ଷରେ ସେ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ବିରଳ ସଫଳତା ଅର୍ଜନ କରିଛନ୍ତି। ଏହାପୂର୍ବରୁ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପର୍ତ୍ତୁଗାଲ ୪-୧ ଗୋଲରେ କ୍ରୋଏସିଆକୁ ହରାଇଥିଲା। ପାଦ ବୁଢ଼ା ଆଙ୍ଗୁଠିରେ ସଂକ୍ରମଣ କାରଣରୁ ରୋନାଲ୍ଡୋ ଏହି ମ୍ୟାଚ୍‌ ଖେଳିପାରି ନ ଥିଲେ।
ୟୁଇଏଫ୍‌ଏ ନେଶନ୍ସ ଲିଗ୍‌ରେ ଅନଷ୍ଠିତ ଅନ୍ୟ ମ୍ୟାଚ୍‌ଗୁଡିକରେ ବେଲଜିୟମ ୫-୧ ଗୋଲରେ ଆଇସିଲାଣ୍ଡକୁ, ଆଜରବୈଜାନ ୧-୦ରେ ସାଇପ୍ରସକୁ, ମୋଣ୍ଟେନେଗ୍ରୋ ୧-୦ରେ ଲକ୍ସମବର୍ଗକୁ, ଫ୍ରାନ୍ସ ୪-୨ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ତେବେ ଇଂଲଣ୍ଡ ଓ ଡେନମାର୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିନା ଗୋଲରେ ଅମୀମାଂସିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri