Posted inଖେଳ

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର। ଫୁଟବଲକୁ ଦୁନିଆର ଏକ ଭିନ୍ନ ସ୍ଥାନକୁ ନେଇପାରିଥିବା କ୍ରିଷ୍ଟିଆନୋ ରୋନାଲଡୋ ଏବଂ ନେମାର ଜୁନିୟରଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡ଼ିଥାଏ। ୫ ଫେବୃୟାରୀରେ ଉଭୟ ନିଜର ଜନ୍ମଦିନ ପାଳନ କରିଥାନ୍ତି। ଏହି ୨ ଫୁଟବଲ ଖେଳାଳିଙ୍କ ନାମ ଏବେ ସବୁଠାରୁ ଧନୀ ଖେଳାଳି ତାଲିକାରେ ରହିଛି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଉଭୟଙ୍କ ପିଲାଦିନ ଦାରିଦ୍ର ମଧ୍ୟରେ କଟିଥିଲା।
ଦୁନିଆର ସବୁଠୁ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଖେଳ ସହିତ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ପରିଚିତ। କିନ୍ତୁ ଏକ ସମୟ ଥିଲା ସ୍କୁଲରେ ଆଡ୍‌ମିଶନ ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା। ତାଙ୍କ ବାପା ଜଣେ ମାଳି ଏବଂ ମା’ ଅନ୍ୟ ଘରେ ରେଷେଇ କାମ କରୁଥିଲେ। ୪ ଭଉଣୀ-ଭାଇଙ୍କ ମଧ୍ୟରେ ରୋନାଲ୍‌ଡୋ ସବୁଠାରୁ ସାନ। ତାଙ୍କ ପରିବାର ଟିଣ ଛାତ ଥିବା ଘରେ ରହୁଥିଲେ। ମାତ୍ର ୮ ବର୍ଷ ବୟସରେ ଲୋକାଲ ଟିମ୍‌ ପାଇଁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ୩୫ ବର୍ଷୀୟ ଏହି ଖେଳାଳି ସମସ୍ତଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ଫୁଟବଲ ଖେଳାଳି ହୋଇପାରିଛନ୍ତି। ରୋନାଲ୍‌ଡୋଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ବହୁତ ଅଧିକ। ତାଙ୍କର କାର ପ୍ରେମ କାହାକୁ ଅଛପା ନାହିଁ। ସବୁବେଳେ ସେ ଟପ୍‌ କ୍ଲାସ ଗାଡି ଚଲାଇଥାନ୍ତି। ତାଙ୍କ ପାଖରେ ୭୫ କୋଟି ଟଙ୍କାର ବୁଗାଟି କମ୍ପାନୀର ‘ଲ ଭାଉଚର ନୋଏର’ କାର ଅଛି।
୧୯୯୨ରେ ବ୍ରାଜିଲରେ ଜନ୍ମଗ୍ରହଣ କରିଥିବା ନେମାର ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଖାଲି ସେତିକି ନୁହେଁ, ଫୋର୍ବସ ତାଲିକାରେ ନେମାର ୭୨୨ କୋଟି ଟଙ୍କା ରୋଜଗାର କରି ଧନୀ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ନେମାରଙ୍କ ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅନେକ ଥର ତାଙ୍କ ବାପା ବିଦ୍ୟୁତ୍‌ ବିଲ୍‌ ଦେଇପାରୁ ନ ଥିଲେ। ତେଣୁ ସେମାନଙ୍କୁ ଅଧିକ ଦିନ ଅନ୍ଧାରରେ ରହିବାକୁ ପଡ଼ୁଥିଲା। ନେମାରଙ୍କ ବାପା ମଧ୍ୟ ଜଣେ ଭଲ ଫୁଟବଲ ଖେଳାଳି ଥିଲେ। ତେଣୁ ସେ ପୁଅକୁ ସମର୍ଥନ କରିଥିଲେ। ଏବଂ ନେମାର ଫୁଟବଲର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri