Categories: ଖେଳ

ଆଇପିଏଲ୍‌ରେ ରୋହିତଙ୍କ ସ୍ବତନ୍ତ୍ର ମିଶନ: ପିନ୍ଧୁଛନ୍ତି ନିଆରା ଜୋତା

ମୁମ୍ବାଇ,୧୪।୪: ୨୦୨୧ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ କ୍ରମାଗତ ତୃତୀୟ ଏବଂ ଷଷ୍ଠ ଟାଇଟଲ ଦେବାକୁ ଚାହୁଁଛନ୍ତି ଅଧିନାୟକ। ଚଳିତ ଆଇପିଏଲରେ ପଡିଆକୁ ଏକ ସ୍ବତନ୍ତ୍ର ମିଶନ ନେଇ ରୋହିତ ଓହ୍ଲାଉଛନ୍ତି। ଆରସିବି ବିପକ୍ଷ ଉଦ୍‌ଘାାଟନୀ ମ୍ୟାଚରେ ସେ ବିଲୁପ୍ତ ହୋଇଥିବା ଗଣ୍ଡା ପ୍ରଜାତିଙ୍କୁ ବଞ୍ଚାଇବାକୁ ନିବେଦନ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ସେ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି। ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ରୋହିତ କେକେଆରଙ୍କ ବିରୋଧରେ ନୀଳ କଇଁଛ ଫଟୋ ଥିବା ଜୋତା ପିନ୍ଧି ସମୁଦ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବାର୍ତ୍ତା ଦେଇଥିଲେ। ଲୋକଙ୍କୁ ବନ୍ୟଜନ୍ତୁ ଏବଂ ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗରେ ସଚେତନ କରାଇବା ପାଇଁ ହିଟମ୍ୟାନ୍‌ଙ୍କ ଏହି ମିଶନକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପ୍ରଶଂସକ। ପରବର୍ତ୍ତୀ ମ୍ୟାଚରେ ସେ କେଉଁ ଫଟୋ ଥିବା ଜୋତା ପିନ୍ଧିବେ ତାହା ଦେଖିବା ମଜାଦାର ହେବ। ସେ ପୂର୍ବରୁ ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ପ୍ରସଙ୍ଗ ଉଠାଇ ସାରିଛନ୍ତି। ଆଇପିଏଲର ଉଦ୍‌ଘାଟନୀ ମ୍ୟାଚରେ ଗଣ୍ଡା ଫଟୋ ଥିବା ଜୋତା ପିନ୍ଧି ବିଲୁପ୍ତ ହୋଇଥିବା ଗଣ୍ଡା ପ୍ରଜାତିଙ୍କୁ ବଞ୍ଚାଇବାକୁ ରୋହିତ ନିବେଦନ କରିଥିଲେ।

Share