Posted inଖେଳ

ରୋହିତ ଭାରତୀୟ ଟି୨୦ ଦଳର ନେତୃତ୍ୱ ନେବା ଉଚିତ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୨।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍‌ ଶର୍ମାଙ୍କୁ ପୂର୍ବତନ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି। ରୋହିତ ଏବେ ଭାରତୀୟ ଟି୨୦ ଦଳରେ ଅଧିନାୟକ ହେବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ପଞ୍ଚମଥର ପାଇଁ ଆଇପିଏଲ୍‌ ଟାଇଟଲ ହାସଲ କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟରମାନେ। ଅନ୍ୟପଟେ ଭାରତୀୟ ନିୟମିତ ଅଧିନାୟକ ବିରାଟ କୋହଲି ୮ଟି ସଂସ୍କରଣ ଖେଳିବା ସତ୍ତ୍ୱେ ଏପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପାଇଁ ଆଇପିଏଲ ଟାଇଟଲ ଜିତିପାରି ନାହାନ୍ତି। ରୋହିତ ଟି୨୦ ଓ ଦିନିକିଆ ଫର୍ମାଟରେ କୋହଲିଙ୍କ ଡେପୁଟି ରହିଛନ୍ତି। ସଦ୍ୟ ସମାପ୍ତ ଦିଲ୍ଲୀ ବିପକ୍ଷ ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ରେ ରୋହିତ ସର୍ବାଧିକ ଦ୍ରୁତ ୬୮ ରନ ସଂଗ୍ରହ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆରସିବି ପ୍ଲେ- ଅଫ୍‌ରେ ଏଲିମିନେଟ୍‌ ହୋଇଥିଲା।
ଯଦି ରୋହିତ ଭାରତର ଅଧିନାୟକ ନ ହୁଅନ୍ତି ତେବେ ଏହା ସେମାନଙ୍କ କ୍ଷତି ହେବ, ରୋହିତଙ୍କର ନୁହେଁ ବୋଲି ପୂର୍ବତନ ଓପନର ଗୌତମ ଗମ୍ଭୀର କହିଛନ୍ତି। ରୋହିତ ୫ଟି ଆଇପିଏଲ୍‌ ଟାଇଟଲ ଜିତିଛନ୍ତି ଓ ଟୁର୍ନାମେଣ୍ଟ ଇତିହାସରେ ସଫଳତମ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି। ଯଦି ରୋହିତଙ୍କୁ ନେତୃତ୍ୱ ଦିଆ ନ ଯାଏ ତେବେ ଏହା ଲଜ୍ଜାଜନକ ବିଷୟ ହେବ। ସୀମିତ ଓଭରରେ ରୋହିତ ନିଶ୍ଚିତ ଭାବେ କୋହଲିଙ୍କଠାରୁ ଭଲ ଅଧିନାୟକ ସାବ୍ୟସ୍ତ ହେବେ। ତେଣୁ ଭାରତର ନେତୃତ୍ୱକୁ ଏବେ ଭାଗ କରିବାର ସମୟ ଆସି ଉପନୀତ ହୋଇଛି। ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ନେତୃତ୍ୱର ଆବଶ୍ୟକତା ରହିଛି। ତେବେ କୋହଲି ଅଧିନାୟକ ହିସାବରେ ଖରାପ କହୁନାହିଁ ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି। ତେବେ ରୋହିତ ଅପେକ୍ଷାକୃତ ଭଲ ଅଧିନାୟକ ହୋଇପାରିବେ ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍‌ ମଧ୍ୟ ରୋହିତଙ୍କ ସପକ୍ଷରେ ମତ ଦେଇଛନ୍ତି। ରୋହିତଙ୍କ ନେତୃତ୍ୱରେ ଭାରତ ଟି୨୦ରେ ଆହୁରି ଭଲ ପ୍ରଦର୍ଶନ କରିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଭାରତ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ଅଧିନାୟକ ନିଯୁକ୍ତ କରିହେବ। କୋହଲି ଜଣେ ସୁପରଷ୍ଟାର ଓ ସୁପର ହ୍ୟୁମାନ। ସେ ଦିନିକିଆ ଓ ଟେଷ୍ଟରେ ଅଧିନାୟକ ରହିବାରେ କୌଣସି ସମସ୍ୟା ନାହିଁ। ପୁଣି ଏହା ହେଲେ କୋହଲିଙ୍କ ଉପରୁ କାର୍ଯ୍ୟଭାର କମିବ ବୋଲି ଭନ୍‌ କହିଛନ୍ତି। ସେହିପରି ରୋହିତ ଟି୨୦ ଫର୍ମାଟରେ ଅପେକ୍ଷାକୃତ ଭଲ ଅଧିନାୟକ ହୋଇପାରିବେ ବୋଲି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri