Posted inଖେଳ

ଚେତାବନୀ ଦେଲେ ରୋହିତ ଶର୍ମା

ୟୁଏଇ,୩୦।୯: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଟିମ ଇଣ୍ଡିଆ ହେଉଛି ସବୁଠାରୁ ବଡ ଦାବିଦାର। ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସମୟରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି। ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ତାଙ୍କ ଟି -୨୦ ବିଶ୍ୱ ଜିତିବା ସହ ଇତିହାସର ପୁନରାବୃତ୍ତି ପାଇଁ ସବୁକିଛି କରିବ। ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟି -୨୦ ବିଶ୍ୱକପର ପ୍ରଥମ ଟୁର୍ନାମେଣ୍ଟ ଜିତିଥିଲା। ଆଗାମୀ ଟୁର୍ନାମେଣ୍ଟ ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଖେଳାଯିବ। ୨୦୦୭ ରେ ଦକ୍ଷିଣ ଆଫ୍ରିକାରେ ଟାଇଟଲ ଜିତିଥିବା ଭାରତୀୟ ଦଳର ଏକ ଅଂଶ ଥିବା ରୋହିତ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ, ଏହି ଆଇସିସି ଟି -୨୦ ବିଶ୍ୱକପ୍‌ରେ ଇତିହାସ ପୁନରାବୃତ୍ତି କରିବା ପାଇଁ ଆମ ପ୍ରତ୍ୟେକେ ଚେଷ୍ଟା କରିବୁ। ଆମେ ଏହା ପାଇଁ ଆସୁଛୁ । ମୁଁ ଏହାକୁ ଜିତିବାକୁ ଆସୁଛି। ’
ପ୍ରଥମ ଟୁର୍ନାମେଣ୍ଟରେ ହୋଇଥିବା ବିଜୟକୁ ସ୍ମରଣ କରି ରୋହିତ କହିଛନ୍ତି, ୨୪ ସେପ୍ଟେମ୍ବର ୨୦୦୭, ଜୋହାନ୍ସବର୍ଗ, ଯେଉଁ ଦିନ ଏକ ବିଲିୟନ ଲୋକଙ୍କ ସ୍ବପ୍ନ ସାକାର ହେଲା। କିଏ ସେହି ସମୟରେ ଭାବିଥିଲା ଯେ ଆମ ଭଳି କମ ଅଭିଜ୍ଞ ଦଳ ଇତିହାସ ସୃଷ୍ଟି କରିବ। ଆମେ କେବେ ହାର ମାନି ନ ଥିଲୁ ବୋଲୀ ରୋହି କହିଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଗେଇ ନେଉଥିବା ରୋହିତ ଏବଂ ଅଧିନାୟକ ବିରାଟ କୋହଲି ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପରେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବେ। ଚାରି ଶତକ ଏବଂ ୨୨ ଅର୍ଦ୍ଧଶତକ ସହିତ ହାରାହାରି ୩୨.୫୪ ହାରରେ ରୋହିତ ୧୧୧ଟି -୨୦ ଅନ୍ତର୍ଜାତୀୟରେ ୨,୮୪୬ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri