Posted inଖେଳ

ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିବେନି ରୋହିତ ଶର୍ମା!

ନୂଆଦିଲ୍ଲୀ,୨୨।୧୧: ଭାରତର ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳି ନପାରନ୍ତି। ଏହା ସହିତ ସୀମିତ ଓଭରରେ ନିଜର ଭବିଷ୍ୟତକୁ ନେଇ ମଧ୍ୟ ରୋହିତ ବିସିସିଆଇ ସହିତ ବିଶ୍ୱକପ ପୂର୍ବରୁ ସେ ଆଲୋଚନା କରିଥିବା ସୂଚନା ମିଳିଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ ରୋହିତ ପୂର୍ବରୁ ହିଁ ଚୟନକର୍ତ୍ତାଙ୍କୁ କହିଥିଲେ କି ତାଙ୍କୁ ଟି୨୦ ଫର୍ମାଟରୁ ଦୂରରେ ରଖାଯାଉ। ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ। ଗତ ଏକବର୍ଷ ହେବ ଚୟନକର୍ତ୍ତାମାନେ ମାନଙ୍କୁ ଟି୨୦ ଫର୍ମାଟ ପାଇଁ ସୁଯୋଗ ଦେଉଛନ୍ତି। ଆସନ୍ତା ବର୍ଷ ଜୁନ ମାସରେ ଟି୨୦ ବିଶ୍ୱକପ ଆୟୋଜିତ ହେବ।

୨୦୨୨ ଟି୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବିଦାୟ ନେବା ପରେ ରୋହିତ କୌଣସି ଛୋଟ ଫାର୍ମଟ ମ୍ୟାଚ୍ ଖେଳି ନାହାନ୍ତି। ଏହା ପରଠୁ ହାର୍ଦିକ ଟି୨୦ ମୁକାବିଲାରେ ଭାରତର ନେତୃତ୍ୱ ନେଉଛନ୍ତି। ରୋହିତ ଭାରତ ପାଇଁ ୧୪୮ ଟି୨୦ ମ୍ୟାଚ୍ ଖେଳିଥିବା ବେଳେ ୧୪୦ ଷ୍ଟ୍ରାଇକ ରେଟରେ ୩୮୫୩ ରନ୍ ସ୍କୋର କରିଛନ୍ତି।

ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ମୋଟ ତିନିଟି ଆଇସିସି ଟୁର୍ନାମେଣ୍ଟ ହାରି ସାରିଛନ୍ତି। ଯଦିଓ ସେ ୨୦୨୩ ଏସିଆ କପ୍ ଟାଇଟଲ୍ ଜିତିଥିଲେ। କିନ୍ତୁ ଅଧିନାୟକ ଭାବରେ ରୋହିତ ଟି -୨୦ ବିଶ୍ୱକପ ୨୦୨୨, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ୨୦୨୩ ଏବଂ ଦିନିକିଆ ବିଶ୍ୱକପ ୨୦୨୩ ରେ ପରାଜୟର ସମ୍ମୁଖୀନ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri