Posted inଖେଳ

ଓ୍ବାଙ୍ଖଡେ ଷ୍ଟାଡିୟରେ ଉଦ୍‌ଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ, ଭାବବିହ୍ବଳ ହେଲେ ହିଟ୍‌ମ୍ୟାନ୍‌…

ନୂଆଦିଲ୍ଲୀ,୧୬।୫: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ୧୮ ବର୍ଷ ଧରି ବିଶ୍ୱ କ୍ରିକେଟରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ସମ୍ମାନ ଜଣାଇ ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ) ଐତିହାସିକ ୱାଙ୍ଖଡେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ହିଟମ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛି। ଶୁକ୍ରବାର ଦିନ ୱାଙ୍ଖେଡେ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋହିତ ଶର୍ମା ଷ୍ଟାଣ୍ଡର ଉଦଘାଟନ କରାଯାଇଛି।

ଏମ୍‌ସିଏ କିଛି ଦିନ ପୂର୍ବରୁ ଘୋଷଣା କରିଥିଲା ଯେ ସେମାନେ ଟି-୨୦ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଏଭଳି ଭାବରେ ସମ୍ମାନିତ କରିବାକୁ ଚାହାନ୍ତି। ଏମ୍‌ସିଏ ଆଇପିଏଲ୍‌ ୨୦୨୫ ମ୍ୟାଚ୍‌ ସମୟରେ ଏହା କରିବାକୁ ଯୋଜନା କରିଥିଲା କିନ୍ତୁ ଟୁର୍ନାମେଣ୍ଟକୁ ମଝିରେ ବନ୍ଦ କରିବାକୁ ପଡିବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ MCA ଏବେ ଏହାକୁ ଉଦ୍‌ଘାଟନ କରିଛି।

ଏହି ସମୟରେ, ରୋହିତଙ୍କ ପତ୍ନୀ ଏବଂ ପିତାମାତା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ପୂର୍ବତନ ଏମ୍‌ସିଏ ଅଧ୍ୟକ୍ଷ ଶରଦ ପାୱାର, ବର୍ତ୍ତମାନର ଏମ୍‌ସିଏ ଅଧ୍ୟକ୍ଷ ଅଜିଙ୍କ୍ୟ ନାଏକ ଏବଂ ଅନେକ ଅଧିକାରୀ ତଥା ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ। ରୋହିତଙ୍କ ପିତାମାତା ଷ୍ଟାଣ୍ଡର ପରଦା ହଟାଇଥିଲେ।

ଏହି ଅବସରରେ ରୋହିତ ଭାବବିହ୍ବଳ ହୋଇ କହିଛନ୍ତି, ଯେତେବେଳେ ମୁଁ ପୁଣି ଥରେ ଏହି ମଇଦାନରେ ଖେଳିବେ ସେତେବେଳେ ଏହା ମୋ’ ପାଇଁ ଏକ ଭିନ୍ନ ଅନୁଭବ ହେବ। ମୁଁ ଦୁଇଟି ଫର୍ମାଟରୁ ଅବସର ନେଇସାରିଛି କିନ୍ତୁ ମୁଁ ଏବେ ବି ଗୋଟିଏ ଫର୍ମାଟ ଖେଳୁଛି। ତେଣୁ ଖେଳୁଥିବା ସମୟରେ ଏହି ପ୍ରକାରର ସମ୍ମାନ ପାଇବା ନିଜ ପାଇଁ ବହୁତ ସ୍ବତନ୍ତ୍ର। ଏବେ ୨୧ ତାରିଖରେ, ଯେତେବେଳେ ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବି ଷ୍ଟାଣ୍ଡରେ ମୋ’ ନାମ ଦେଖିବା ବହୁତ ସ୍ବତନ୍ତ୍ର ହେବ ବୋଲି ସେ କହିଛନ୍ତି।

୨୦୨୩ ମସିହାରେ, ଏହି ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ତା’ପରେ ୨୦୨୪ ମସିହାରେ, ୨୦୧୧ ବିଶ୍ୱକପ ଫାଇନାଲରେ ଏମ ଏସ ଧୋନୀ ବିଜୟୀ ଛକା ମାରିବା ପରେ ବଲ ଯେଉଁଠାରେ ପଡ଼ିଥିଲା, ସେହି ଆସନକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ପ୍ରେମରେ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏବେ ଇଂଲଣ୍ଡରେ ଭାରତୀୟ ୧୯ ବର୍ଷରୁ କମ...

କ୍ରିକେଟରଙ୍କ ପତ୍ନୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଫସିଯିବେ କି ଶାମି?

ନୂଆଦିଲ୍ଲୀ,୧୮।୭: ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ପୁଣି ଥରେ ଖବର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସେ ସମସ୍ୟାରେ ପଡ଼ିଛନ୍ତି। ପ୍ରକୃତରେ, ଭାରତୀୟ କ୍ରିକେଟରଙ୍କ...

ଫେରିବେ ବିରାଟ କୋହଲି! କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା କଷ୍ଟକର,ଏହାକୁ ମାନିବାକୁ ପଡିବ। କିନ୍ତୁ ଏବେ ଏହି ଦୁଇ ମହାନ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାର...

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।...

ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ହନୁମାନ ଚାଳିଶା ଶୁଣୁଛନ୍ତି ଭାରତୀୟ କ୍ରିକେଟର, ମିଳିବ କି ବିଜୟ ?

ଇଂଲଣ୍ଡ,୧୮।୭: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କେଣ୍ଟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଏକମାତ୍ର ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଛି।...

ଅର୍ଶାଦ ନଦୀମଙ୍କ କ୍ଷୋଭ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ମିଳିଥିବା ପୁରସ୍କାର ପ୍ରତିଶ୍ରୁତି ‘ମିଛ’

ନୂଆଦିଲ୍ଲୀ,୧୭।୭: ପାରିସ୍ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ପ୍ରଥମ ଆଥଲେଟ୍ ଅର୍ଶାଦ ନଦୀମ ତାଙ୍କୁ ଦିଆଯାଇଥିବା ‘ମିଛ’...

ସାଇକେଲ ରେସ୍‌ ବେଳେ ବଡ଼ ଅଘଟଣ

ଆଉଚ୍‌(ଫ୍ରାନ୍ସ),୧୭ା୭: ୧୯ ବର୍ଷୀୟ ଇଟାଲିଆନ ସାଇକ୍ଲିଷ୍ଟ ସାମୁଏଲ ପ୍ରିଭିଟେରା ଟୁର ଅଫ୍‌ ଦି ଆଓଷ୍ଟେ ଭ୍ୟାଲି-ମଣ୍ଟ ବ୍ଲାଙ୍କ ବେଳେ ସାଇକେଲରୁ ଖସି ପ୍ରାଣ ହରାଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri