Posted inଖେଳ

କେ.ଏଲ୍‌. ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଯିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ରୋହିତ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧ରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ଲାଗି କେ.ଏଲ୍‌. ରାହୁଲଙ୍କ ଫର୍ମ ସହ ଉପ-ଅଧିନାୟକ ପଦରୁ ହଟାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି।

ମ୍ୟାଚ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, କାହାକୁ ଉପ-ଅଧିନାୟକ ପଦରୁ ହଟାଯିବାର ଅନ୍ୟ କୌଣସି ଅର୍ଥ ବାହାର କରାଯିବା ଉଚିତ ନୁହେଁ। ପୂର୍ବରୁ ଚୟନକର୍ତ୍ତାମାନେ ଅବଶିଷ୍ଟ ଦୁଇଟି ଟେଷ୍ଟ ମ୍ୟାଚ୍‌ ପାଇଁ ଦଳ ଘୋଷଣା କରିବାବେଳେ କେ.ଏଲ୍‌ଙ୍କ ନାମ ସେଥିରେ ଥିଲା। ହେଲେ ତାଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ତେବେ ତାଙ୍କୁ ଉପ-ଅଧିନାୟକ କରାଯାଇଥିଲା କାରଣ ସେହି ସମୟରେ ଦଳରେ ତାଙ୍କଠାରୁ ଅଧିକ ଅଭିଜ୍ଞ କେହି ନ ଥିଲେ। ଏହା ଏକ ବଡ କଥା ନୁହେଁ ବୋଲି ରୋହିତ କହିଛନ୍ତି।

କେ.ଏଲ୍‌ ବାଦ୍‌ ପଡ଼ିଲେ ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଇନ୍ଦୋର ଟେଷ୍ଟରେ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଏହା ଉପରେ ପ୍ରତିକ୍ରିୟା ରଖି ରୋହିତ କହିଛନ୍ତି ଯେ ଦଳରେ ଉପସ୍ଥିତ ଥିବା ୧୭ ଜଣ ଖେଳାଳି ଖେଳିବାର ସୁଯୋଗ ପାଇପାରିବେ। ଯେଉଁମାନେ ଅଧିକ ପ୍ରତିଭାଶାଳୀ ସେମାନଙ୍କୁ ଦଳ ସୁଯୋଗ ଦେଇଥାଏ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ରୋହିତ ଶର୍ମା ଚତୁର୍ଥ ଟେଷ୍ଟରେ ପିଚ୍‌ ବିଷୟରେ ମଧ୍ୟ ଏକ ବଡ଼ କଥା କହିଛନ୍ତି। ଯଦି ଇନ୍ଦୋରରେ ଇଚ୍ଛାକୃତ ଫଳାଫଳ ମିଳେ ତେବେ ଅହମ୍ମଦାବାଦ ପିଚକୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପ୍ରସ୍ତୁତି ଭାବରେ ରଖାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ...

ରୋହିତଙ୍କ ବିନା ସିରିଜ୍‌ ଜିତିବା କଷ୍ଟକର

ମୁମ୍ବାଇ,୧୫।୧୨: ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରୁ ଆହତ ହୋଇ ବାଦ୍‌ ପଡ଼ିଛନ୍ତି ରୋହିତ ଶର୍ମା। ଉପ...

ତାଲିବାନଙ୍କ ପ୍ରଶଂସାରେ ଶତମୁଖ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୩୧।୮: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଯିଏକି ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏଥର ତାଲିବାନକୁ ପ୍ରଶଂସା ସେ ପୁଣି...

ଏଜିଏମ୍‌ରେ ଭାଗ ନେଇପାରିବେ ନାହିଁ ଟିଏନ୍‌ସିଏ, ହରିୟାଣା, ମହାରାଷ୍ଟ୍ର

ପୁଣେ,୧୦।୧୦(ପି.ଟି.)- ମୁମ୍ବାଇରେ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଅଂଶଗ୍ରହଣ କରିବାକୁ...

ନର୍ଦ୍ଦର୍ନ ଓ୍ବାରିୟର୍ସକୁ ଦ୍ୱିତୀୟ ଆବୁଧାବି ଟାଇଟଲ

ଆବୁଧାବି, ୮ା୨ (ପି.ଟି.)-ନର୍ଦ୍ଦର୍ନ ଓ୍ବାରିୟର୍ସ ଦ୍ୱିତୀୟ ଥର ପାଇଁ ଆବୁଧାବି ଟି୧୦ ଟାଇଟଲ ହାସଲ କରିଛି। ଫାଇନାଲରେ ପ୍ରଭାବୀ ବୋଲିଂ ଦଳ ଦିଲ୍ଲୀ ବୁଲ୍ସକୁ ୮...

ବ୍ରିସ୍‌ବେନ୍‌ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ବୃହତ୍‌ ଶତକ; ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ବ୍ରିସ୍‌ବେନ,୨୩।୧୧(ଏଏଫ୍‌ପି): ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ବୃହତ ଶତକ ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

ଜାତୀୟ ଜୁନିୟର ହ୍ୟାଣ୍ଡବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି): ଚଳିତ ମାସ ୨୭ରୁ ୩୧ ପର୍ଯ୍ୟନ୍ତ ଉଦୟପୁରଠାରେ ୪୫ତମ ଆନ୍ତଃ ରାଜ୍ୟ ଜୁନିୟର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତ ଅନୁଷ୍ଠିତ ହେବ। ଏଥିପାଇଁ...

Advertisement
Archives

Model This Week