Posted inଖେଳ

ରେକର୍ଡ ବର୍ଷା କଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୭।୧: ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ନିଜର ପଞ୍ଚମ ଶତକ ସ୍କୋର କରିଥିଲେ। ପାଞ୍ଚ ଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ସୂର୍ଯ୍ୟକୁମାର ଯାଦବ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ ପଛରେ ପକାଇଛନ୍ତି। ସୂର୍ଯ୍ୟକୁମାର ଏବଂ ମ୍ୟାକ୍ସୱେଲଙ୍କର ପ୍ରତ୍ୟେକ ଚାରି ଶତକ ଅଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୋହିତ ୬୯ଟି ବଲରେ୧୨୧ ରନ ଖେଳିଥିଲେ। ଏହି ସମୟରେ ହିଟମ୍ୟାନ ୧୧ ଚୌକା ଓ ୮ ଛକା ମାରିଥିଲେ।
ରୋହିତ ବିରାଟ କୋହଲିଙ୍କ ଇନିଂସରେ ଏକ ବଡ଼ ରେକର୍ଡ ଭାଙ୍ଗିଥିଲେ। ଅଧିନାୟକ ଭାବରେ ହିଟମ୍ୟାନ ଟି-୨୦ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ହୋଇଥିଲେ। ସେ ୫୪ଟି ମ୍ୟାଚରେ ଦଳର ଅଧିନାୟକ ହୋଇଛନ୍ତି। ଅଧିନାୟକ ଭାବରେ ତାଙ୍କ ଆକାଉଣ୍ଟରେ ୧୬୪୮ରନ ଥିଲା। ଏହି ପ୍ରସଙ୍ଗରେ କୋହଲି ଶୀର୍ଷରେ ଥିଲେ। ଏବେ ରୋହିତ ଶର୍ମା ପ୍ରଥମ ସ୍ଥାନ ପାଇଛନ୍ତି। କୋହଲି ଅଧିନାୟକ ଭାବରେ ଭାରତ ପାଇଁ ୫୦ଟି ମ୍ୟାଚରେ ୧୫୭୦ରନ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କର ହାରାହାରି ୪୭.୫୭ ହୋଇଛି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତୃତୀୟ ସ୍ଥାନରେ ଅଛନ୍ତି। ସେ ହାରାହାରି ୩୭.୦୬ରେ ୭୨ଟି ମ୍ୟାଚରେ ୧୧୧୨ ରନ ସଂଗ୍ରହ କରିଛନ୍ତି।
ଅଧିନାୟକ ଭାବରେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇଥିଲେ ରୋହିତ ଶର୍ମା। ଏହି ମାମଲାରେ ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଏନ ମୋର୍ଗାନଙ୍କ ରେକର୍ଡ ଭାଙ୍ଗିଥିଲେ। ଇଂଲଣ୍ଡ ପାଇଁ ମୋର୍ଗାନ ୮୬ ଛକା ମାରିଥିଲେ। ରୋହିତ ଶର୍ମା ୯୦ ଛକା ମାରିଛନ୍ତି। ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ୮୨ ଛକା ମାରିଥିଲେ।
ରୋହିତ ଶର୍ମାଙ୍କ ସହ ରିଙ୍କୁ ସିଂ ଏକ ଅପରାଜିତ ୧୯୦ ରନ ଭାଗିଦାରୀ କରିଥିଲେ। ଟିମ ଇଣ୍ଡିଆ ପାଇଁ ଟି -୨୦ର ଯେକୌଣସି ଉଇକେଟ ପାଇଁ ଏହା ହେଉଛି ସବୁଠାରୁ ବଡ ଭାଗିଦାରୀ। ମିଳିତ ଭାବେ ସେମାନେ ସଞ୍ଜୁ ସାମସନ ଏବଂ ଦୀପକ ହୁଡାଙ୍କ ରେକର୍ଡ ଭାଙ୍ଗିଥିଲେ। ୨୦୨୨ରେ ଡବଲିନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ସାମସନ ଏବଂ ହୁଡା ୧୭୬ ରନ ଯୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?