Posted inଖେଳ

୨୨୪ ଦିନର ଅପେକ୍ଷା, ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା 

ପର୍ଥ,୧୯।୧୦: ଦୀର୍ଘ ୨୨୪ ଦିନର ଅପେକ୍ଷା ପରେ ପ୍ରଶଂସକମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜୋଡ଼ିକୁ ନୀଳ ଜର୍ସିରେ ପୁନର୍ବାର ଦେଖିବାକୁ ପାଇଛନ୍ତି। ଅଷ୍ଟ୍ରେଲିଆର ଅପ୍ଟସ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ-ରୋହିତଙ୍କୁ ଏକାଠି ଦେଖିବା ପାଇଁ ଅଧିକ ଉତ୍ସାହିତ ଥିଲେ। ଚାମ୍ପିଅନ ଖେଳାଳି ମଇଦାନରେ ଥିଲେ କିଛି ନା କିଛି ରେକର୍ଡ ନିଶ୍ଚିତ ହୁଏ। ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ୍‌ର ପ୍ରଥମ ମୁକାବିଲା ରୋହିତଙ୍କ ପାଇଁ ଟସ୍‌ରୁ ହିଁ ସ୍ବତନ୍ତ୍ର ହୋଇଛି।
ଏହା ହିଟମ୍ୟାନ ରୋହିତଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁଣି ଥରେ ଟସ ହାରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ ବର୍ଷ ମଧ୍ୟରେ ଭାରତକୁ ଦୁଇଟି ଆଇସିସି ଟ୍ରଫି ଜିତାଇଥିବା ଅଧିନାୟକ ରୋହିତ ଶର୍ମା ଏବେ ୫୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଭଳି ଉପଲବ୍ଧି ହାସଲ କରିବାରେ ଭାରତର ୫ମ ଓ ବିଶ୍ୱର ୧୧ତମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଭାରତ ପାଇଁ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (୬୬୪), ବିରାଟ କୋହଲି (୫୫୦), ଏମଏସ ଧୋନୀ (୫୩୫) ଓ ରାହୁଲ ଦ୍ରାବିଡ଼ (୫୦୪) ହାସଲ କରିଛନ୍ତି।

ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିଲେ, ୪୯୯ ମ୍ୟାଚରେ ୪୨.୧୮ର ହାରାହାରିରେ ସେ ୧୯,୭୦୦ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୨୬୪ ରନ, ଯାହା ଏକଦିବସୀୟ କ୍ରିକେଟରେ ସର୍ବବୃହତ ଇନିଂସ ମଧ୍ୟ ଅଟେ। ଏହା ସହିତ ତାଙ୍କ ନାମରେ ୪୯ଟି ଶତକ ଓ ୧୦୮ଟି ଅର୍ଦ୍ଧଶତକ ରହିଛି। ସେ ଏକଦିବସୀୟ କ୍ରିକେଟରେ ସେ ତିନୋଟି ଦ୍ୱିଶତକ ହାସଲ କରିଥିବା ଏକମାତ୍ର କ୍ରିକେଟର ଅଟନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri