Categories: ଖେଳ

ପଡ଼ିଆରେ ଶୋଇ ଏହି କଥା ଚିନ୍ତା କରୁଛନ୍ତି ରୋହିତ ଶର୍ମା

ଅହମଦାବାଦ,୧।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସିରିଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଟେଷ୍ଟ ସିରିଜ ଭାରତକୁ ଜିତିବ ନା ଇଂଲଣ୍ଡ ଏହାକୁ ଡ୍ର କରିବ ତାହା ଏହି ମ୍ୟାଚରୁ ହିଁ ଜଣାପଡିବ। ଚତୁର୍ଥ ଟେଷ୍ଟ ମ୍ୟାଚରେ ସମସ୍ତଙ୍କ ନଜର ମଧ୍ୟ ପିଚ ଉପରେ ରହିବ। ଏହି ସମୟରେ ରୋହିତ ଶର୍ମା ତାଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କରି ଚର୍ଚ୍ଚାକୁ ଆସୁଛନ୍ତି। ଏହି ପୋଷ୍ଟ ସେ ପିଚ୍‌ରେ ଶୋଇ ଚିନ୍ତିତ ଥିବା ନଜର ଆସୁଛନ୍ତି। ଫଟୋ କ୍ୟାପଶନରେ କହିଛନ୍ତି, ଚତୁର୍ଥ ଟେଷ୍ଟ ପାଇଁ ପିଚ କ’ଣ ହେବ ଚିନ୍ତା କରୁଛି। ସୂଚନାଯୋଗ୍ୟ, ତୃତୀୟ ଟେଷ୍ଟ ଦେଢ ଦିନରେ ଶେୟ ହେବା ପରେ ପିଚ୍‌ର ମାନକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିସ୍ଥଳେ ଚତୁର୍ଥ ଟେଷ୍ଟ ସମାନ ପିଚ୍‌ରେ ଖେଳାଯିବାକୁ ଥିବାବେଳେ ପିଚ୍‌ କ’ଣ ହେବ ସେନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରଥମ ଇନିଂସରେ ଚମତ୍କାର ୬୬ ସ୍କୋର କରିଥିଲେ ଏବଂ ଦ୍ୱିତୀୟ ଇନିଂସରେ ୨୫ରେ ଅପରାଜିତ ରହିଥିଲେ।

Share