Posted inଖେଳ

ଆକ୍ସନ ମୋଡ୍‌ରେ ରୋହିତ ଶର୍ମା: ଅଷ୍ଟ୍ରେଲିଆରେ ପହଞ୍ଚି…

ପର୍ଥ,୨୫।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଏହି ମ୍ୟାଚରେ ଜସପ୍ରୀତ ବୁମ୍‌ରା ଟିମ ଇଣ୍ଡିଆର ଅଧିନାୟିକତ୍ୱ ହୋଇଥିଲେ। ବର୍ତ୍ତମାନ ସିରିଜର ଅବଶିଷ୍ଟ ୪ଟି ଟେଷ୍ଟ ପାଇଁ ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି, ରୋହିତ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି।

ଟିମ ଇଣ୍ଡିଆ ପର୍ଥ ଟେଷ୍ଟ ଖେଳିଥିବାବେଳେ ହିଟ୍‌ମ୍ୟାନ୍‌ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡରେ ଖେଳାଯିବ। ଏଥିପାଇଁ ବହୁତ ସମୟ ବାକି ଅଛି, ତଥାପି ରୋହିତ ବିଶ୍ରାମ ନେବା ପରିବର୍ତ୍ତେ ନେଟ୍ସରେ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରୋହିତଙ୍କ ଅଭ୍ୟାସର ଭିଡିଓ ବିସିସିଆଇ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛି। ଏହି ସମୟ ମଧ୍ୟରେ ପର୍ଥ ମ୍ୟାଚ କଭର୍‌ କରୁଥିବା ଡେଭିଡ ୱାର୍ଣ୍ଣର ମଧ୍ୟ ରୋହିତ ଶର୍ମାଙ୍କୁ ଭେଟିଥିଲେ। ରୋହିତ ବହୁତ ଭଲ ରୂପରେ ନଜର ଆସିଥିଲେ।

ରୋହିତ ଶର୍ମା ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜର ପ୍ରଥମ ଟେଷ୍ଟ ଖେଳି ନ ଥିଲେ। ରୋହିତ ଦ୍ୱିତୀୟ ଥର ପାଇଁ ପିତା ହୋଇଥିଲେ। ଏଥିପାଇଁ ସେ ପର୍ଥ ଟେଷ୍ଟରେ ଭାଗ ନେଇପାରି ନ ଥିଲେ। ବର୍ତ୍ତମାନ ରୋହିତଙ୍କୁ ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିବ, ଯାହା ପରେ ଟିମ ଇଣ୍ଡିଆର ଖେଳୁଥିବା ଏକାଦଶରେ କ’ଣ ପରିବର୍ତ୍ତନ ଘଟିବ, ତାହା ଦେଖିବାକୁ ଆକର୍ଷଣୀୟ ହେବ।

ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ପରାସ୍ତ କରିଛି। କ୍ୟାପଟେନ ଜସପ୍ରୀତ ବୁମ୍‌ରା ଏହି ମ୍ୟାଚରେ ଭାରତ ପାଇଁ ୮ ଉଇକେଟ ନେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ବୁମରାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୩୦ରୁ ଧାନ ସଂଗ୍ରହ, କ୍ୱିଣ୍ଟାଲ ପିଛା ଚାଷୀ ପାଇବେ ଏତିକି ଟଙ୍କା…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ଆସନ୍ତା ନଭେମ୍ବର ୩୦ରୁ ସମ୍ବଲପୁର ଜିଲାରେ ଚଳିତ ଖରିଫ ବିପଣନ ଋତୁ-୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର…

ଡାକ୍ତରଙ୍କୁ ମାରି ଦାନ୍ତ ଭାଙ୍ଗିଦେବା ଘଟଣାରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀଙ୍କୁ କାର୍‌ରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ…

ଧାନ ସଂଗ୍ରହ କମିଟି ବୈଠକରେ ତାତି: ଅଧାରୁ ଉଠି ପଳାଇଲେ ବିଧାୟକ

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ରବିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ (ଡିଏଲପିସି)କୁ ବର୍ଜନ କରି ଉଠିଯାଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ…

ଗାଈକୁ ବଞ୍ଚାଇବାକୁ ଯାଇ ହୋର୍ଡିଂରେ ପିଟିହେଲା ବାଇକ୍‌, ଚାଳକ ମୃତ: ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଅସନ୍ତୋଷ, ୨ ଘଣ୍ଟା ପରେ ଆସିଲା ମହାପ୍ରୟାଣ ଗାଡ଼ି

ପାରଳାଖେମୁଣ୍ଡି, ୨୨।୧୧(ଗିରିଧାରୀ ପରିଛା): ରାସ୍ତାରେ ହଠାତ୍‌ ଗାଈ ଆସିଯିବାରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ହୋର୍ଡିଂ ବୋର୍ଡକୁ ଧକ୍କା ଦେଲା ବାଇକ୍‌। ଏହି ଦୁର୍ଘଟଣାରେ ବାଇକ୍‌…

ଉଭୟ ଇନିଂସରେ ଶୂନ୍ୟ ରନ କରି ଆଉଟ ହେବା ସହ ଇତିହାସ ସୃଷ୍ଟି କରିଛନ୍ତି ଟମ ଲାଥମ, ଭାଙ୍ଗିଛନ୍ତି ବୀରେନ୍ଦ୍ର ସେହୱାଗଙ୍କ ରେକର୍ଡ

ନୂଆଦିଲ୍ଲୀ,୨୨।୧୧: ଏକ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଜଣେ ବ୍ୟାଟର ‘ଡକ’ (ଶୂନ୍ୟ ରନ) ରେ ଆଉଟ ହେବା ଠାରୁ ଅଧିକ ଅବାଞ୍ଛିତ ରେକର୍ଡ ଆଉ କ’ଣ…

ଫେରିବା ପୂର୍ବରୁ ବାଂଲାଦେଶରେ ଶେଖ ହସିନାଙ୍କ ଦଳର ନେତାମାନଙ୍କ ଘର ସହ ଦୋକାନ ଉପରେ ଆକ୍ରମଣ; ୫୦ରୁ ଅଧିକ ଘର ନଷ୍ଟ

ଢାକା,୨୨।୧୧: ଶେଖ ହସିନାଙ୍କ ସମ୍ଭାବ୍ୟ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବାଂଲାଦେଶରେ ପୁଣିଥରେ ରାଜନୈତିକ ହିଂସା ଦେଖାଦେଇଛି। ଖବର ଅନୁଯାୟୀ, ନାରାଇଲ ଜିଲାରେ ଆୱାମୀ…

ନୂତନ ପାଠ୍ୟକ୍ରମ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବ: ଅଧ୍ୟକ୍ଷ

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟସ୍ଥିତ ଇଗ୍ନୁ ଷ୍ଟଡି ସେଣ୍ଟରର ୨୦୨୬-୨୭ ଶିକ୍ଷାବର୍ଷର ପ୍ରବେଶ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ…

ଡେବ୍ରିଗଡ଼ରେ ପୁଣି ମହାବଳ ବାଘ ଦେଖି ୩୦ ପର୍ଯ୍ୟଟକ…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ମଧ୍ୟ ଭାରତ ଏବଂ ପୂର୍ବଘାଟ ବ୍ୟାଘ୍ର ଭୂଖଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶ ସେତୁ ଭାବେ ଉଭା ହୋଇଥିବା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?