Posted inଖେଳ

ରୋହିତ ଶର୍ମାଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି କି, ଏମିତି କରିଥିଲେ ଖର୍ଚ୍ଚ

ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। କିନ୍ତୁ ତାଙ୍କର ପ୍ରଥମ ଦରମା ପାଇ ସେ କ’ଣ କରିଛନ୍ତି ତାହା ଖୁବ କମ ଲୋକ ଜାଣିଥିବେ। ଟିମ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ସେ ତାଙ୍କର ପ୍ରଥମ ଦରମା କେଉଁଠାରେ ଖର୍ଚ୍ଚ କରିଛନ୍ତି ତାହା ଖୁଲାସା କରିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କହିଛନ୍ତି ଯେ, ତାଙ୍କର ପ୍ରଥମ ଦରମା ବହୁତ କମ ଥିଲା ଏବଂ ସେ ବଡା ପାଓଁ ଖାଇଥିଲେ। ବାସ୍ତବରେ ଜଣେ ପ୍ରଶଂସକ ତାଙ୍କୁ ପଚାରିଲେ ତୁମର ପ୍ରଥମ ଦରମା କେତେ ଏବଂ ସେ ଏହାକୁ କିପରି ଖର୍ଚ୍ଚ କଲେ। ରୋହିତ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ତାଙ୍କର ପ୍ରଥମ ଦରମା ନଗଦ ୫୦ ଟଙ୍କା ଥିଲା। ଯାହା ସେ ତାଙ୍କ ସୋସାଇଟରେ ମ୍ୟାଚ ଖେଳି ଅର୍ଜନ କରିଥିଲେ। ଏହା ତାଙ୍କର ପ୍ରଥମ ରୋଜଗାର ଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ କହିଛନ୍ତି ଯେ. ସେ ତାଙ୍କର ପ୍ରଥମ ଦରମା ସାଙ୍ଗମାନଙ୍କ ସହିତ ରାସ୍ତା କଡ଼ରେ ବଡା ପାଓଁ ଖାଇଥିଲେ। ପ୍ରଥମ ଦରମା ସବୁବେଳେ ଅଭୁଲା ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋପା ଆମେରିକା ଫୁଟ୍‌ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍‌ଘାଟନୀ ମ୍ୟାଚ୍‌

ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍‌ବଲ...

ଯନ୍ତ୍ରଣା ବଖାଣିଲେ କୋହଲି

ନୂଆଦିଲ୍ଲୀ.୧୨।୧୨: ଡିସେମ୍ବର ୧୧ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ବିରାଟ କୋହଲି ଚତୁର୍ଥ ବାର୍ଷିକୀ ପାଳନ କରିଛନ୍ତି। ଏହି ଦିନ କୋହଲି କିଛି ଫଟୋ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ

ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌/ପିସ୍ତଲ ବିଶ୍ୱକପ୍‌ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୩୦।୧୨-ଇଣ୍ଡିଆନ ସୁପରଲିଗ୍‌ରେ ମଙ୍ଗଳବାର ଚେନ୍ନାଇନ୍‌ ଏଫ୍‌ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ...

ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍‌

କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ...

୧୦୭ ବର୍ଷ ପରେ କ୍ରିକେଟରେ ଏମିତି କାରନାମା କଲା ଇଂଲଣ୍ଡ

କଲମ୍ବୋ,୨୬।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି ଇଂଲଣ୍ଡ ଦଳ। ଦଳର ଏହି ବିଜୟ ପରେ...

ୟୁଏସ୍‌ ଓପନ୍‌ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି

ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ...

ପରିସ୍ଥିତି ପାଇଁ କିଏ ଦାୟୀ ? ବିସିସିଆଇ ନା ଟିମ ଇଣ୍ଡିଆ, ଖେଳାଳିଙ୍କ ଶରୀର-ମନ କ୍ଳାନ୍ତ…

ନୂଆଦିଲ୍ଲୀ,୨।୧୧: ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ରେ କେବଳ ପରାଜୟ ପାଇଛି। ଉଭୟ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ବଡ଼ ପରାଜୟ ସ୍ବୀକାର କରିଛି ଟିମ୍‌...

Advertisement
Archives

Model This Week