Posted inଖେଳ

ଟିମ୍‌ ଇଣ୍ଡିଆକୁ ମିଳିଗଲା କି ନୂଆ ଓପନିଂ ଯୋଡ଼ି? ଏହି ଦୁଇ କ୍ରିକେଟରଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ଲଣ୍ଡନ,୧୩।୮: ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି। ବୋଲର୍‌ମାନେ ପ୍ରାରମ୍ଭରେ ଉଇକେଟ ନେବେ ବୋଲି ଦଳ ଆଶା କରିଥିଲେ ହେଁ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟ ଶତକୀୟ ଭାଗିଦାରୀ କରିଥିଲେ। ଦୀର୍ଘ ୪୪ ଓଭର ଅପେକ୍ଷା ପରେ ଇଂଲଣ୍ଡକୁ ପ୍ରଥମ ଉଇକେଟ ମିଳିଥିଲା।

ଓପନର୍‌ ରୋହିତ-ରାହୁଲ ପୂର୍ବରୁ ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଇନିଂସରେ ୯୭ ରନ୍‌ର ଭାଗିଦାରୀ କରିଥିଲେ। ମିଳିତ ଭାବେ ସେମାନେ ଦ୍ୱିତୀୟ ଇନିଂସରେ ୩୭ ରନ୍‌ ଯୋଡ଼ିଥିଲେ। ଗୁରୁବାର ଲଣ୍ଡନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇବା ପରେ ସେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଉଭୟ ଲଡର୍‌ସ ଟେଷ୍ଟରେ ଯତ୍ନର ସହ ପ୍ରଥମେ ବ୍ୟାଟିଂ କରୁଥିଲେ। ହେଲେ ପରେ ରୋହିତ ଖେଳିବା ଆରମ୍ଭ କରିଥିଲେ। ରାହୁଲ ତାଙ୍କୁ ସମର୍ଥନ କରିଥିଲେ। ଫଳରେ ଉଭୟ ୧୨୬ରନ୍‌ର ଭାଗିଦାରୀ କରିଥିଲେ। ଜେମ୍ସ ଆଣ୍ଡରସନ ବୋଲ୍ଡ କରିବା ପରେ ୮୩ ରନ୍‌ରେ ରୋହିତଙ୍କ ଇନିଂସ ଶେଷ ହୋଇଥିଲା।

ତେବେ ଭାରତୀୟ ଟିମ୍‌ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଖେଳାଳିଙ୍କୁ ଓପନର୍‌ ଭାବେ ସୁଯୋଗ ଦେଇଛି। ହେଲେ ପୂର୍ଣ୍ଣ ଭାବେ ସଫଳତା ମିଳି ନ ଥିଲା। ଶୁଭମନ ଗିଲ ଆହତ ହେବା ପରେ ରୋହିତଙ୍କ ସହ କେଏଲ୍‌ ରାହୁଲଙ୍କୁ ଖେଳିବାର ସୁଯୋଗ ଦିଆଯାଇଥିଲା। ଏଯାବତ ଉଭୟ ଦଳ ପରିଚାଳନାର ଆଶା ପୂରଣ କରୁଥିବା ଦେଖାଯାଉଛି। ଏଭଳି ସ୍ଥିତିରେ ଭାରତୀୟ ଟେଷ୍ଟ ଦଳ ଏକ ନିର୍ଭରଯୋଗ୍ୟ ଓପନିଂ ଯୋଡ଼ି ପାଇଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?