Posted inଖେଳ

ଟିମ୍‌ ଇଣ୍ଡିଆକୁ ମିଳିଗଲା କି ନୂଆ ଓପନିଂ ଯୋଡ଼ି? ଏହି ଦୁଇ କ୍ରିକେଟରଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ଲଣ୍ଡନ,୧୩।୮: ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି। ବୋଲର୍‌ମାନେ ପ୍ରାରମ୍ଭରେ ଉଇକେଟ ନେବେ ବୋଲି ଦଳ ଆଶା କରିଥିଲେ ହେଁ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟ ଶତକୀୟ ଭାଗିଦାରୀ କରିଥିଲେ। ଦୀର୍ଘ ୪୪ ଓଭର ଅପେକ୍ଷା ପରେ ଇଂଲଣ୍ଡକୁ ପ୍ରଥମ ଉଇକେଟ ମିଳିଥିଲା।

ଓପନର୍‌ ରୋହିତ-ରାହୁଲ ପୂର୍ବରୁ ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଇନିଂସରେ ୯୭ ରନ୍‌ର ଭାଗିଦାରୀ କରିଥିଲେ। ମିଳିତ ଭାବେ ସେମାନେ ଦ୍ୱିତୀୟ ଇନିଂସରେ ୩୭ ରନ୍‌ ଯୋଡ଼ିଥିଲେ। ଗୁରୁବାର ଲଣ୍ଡନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇବା ପରେ ସେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଉଭୟ ଲଡର୍‌ସ ଟେଷ୍ଟରେ ଯତ୍ନର ସହ ପ୍ରଥମେ ବ୍ୟାଟିଂ କରୁଥିଲେ। ହେଲେ ପରେ ରୋହିତ ଖେଳିବା ଆରମ୍ଭ କରିଥିଲେ। ରାହୁଲ ତାଙ୍କୁ ସମର୍ଥନ କରିଥିଲେ। ଫଳରେ ଉଭୟ ୧୨୬ରନ୍‌ର ଭାଗିଦାରୀ କରିଥିଲେ। ଜେମ୍ସ ଆଣ୍ଡରସନ ବୋଲ୍ଡ କରିବା ପରେ ୮୩ ରନ୍‌ରେ ରୋହିତଙ୍କ ଇନିଂସ ଶେଷ ହୋଇଥିଲା।

ତେବେ ଭାରତୀୟ ଟିମ୍‌ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଖେଳାଳିଙ୍କୁ ଓପନର୍‌ ଭାବେ ସୁଯୋଗ ଦେଇଛି। ହେଲେ ପୂର୍ଣ୍ଣ ଭାବେ ସଫଳତା ମିଳି ନ ଥିଲା। ଶୁଭମନ ଗିଲ ଆହତ ହେବା ପରେ ରୋହିତଙ୍କ ସହ କେଏଲ୍‌ ରାହୁଲଙ୍କୁ ଖେଳିବାର ସୁଯୋଗ ଦିଆଯାଇଥିଲା। ଏଯାବତ ଉଭୟ ଦଳ ପରିଚାଳନାର ଆଶା ପୂରଣ କରୁଥିବା ଦେଖାଯାଉଛି। ଏଭଳି ସ୍ଥିତିରେ ଭାରତୀୟ ଟେଷ୍ଟ ଦଳ ଏକ ନିର୍ଭରଯୋଗ୍ୟ ଓପନିଂ ଯୋଡ଼ି ପାଇଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri